ଅଟୋ ଚାଳକ ଭୂମିକାରେ ନଜର ଆସିବେ ହୁମା କ୍ୟୁରେଶୀ, ସାମ୍ନାକୁ ଆସିଲା ପୋଷ୍ଟର
ମୁମ୍ଵାଇ ୧୧।୦୩: ୨୦୧୨ରେ ‘ଗ୍ୟାଙ୍ଗସ୍ ଅଫ୍ ୱାସେପୁର’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ହୁମା କ୍ୟୁରେଶୀ । ତା’ପରେ ସେ ‘ବଦ୍ଲାପୁର’, ‘ଜଲି ଏଲ୍ଏଲ୍ବି ୨’ ଭଳି ଫିଲ୍ମ ମାଧ୍ୟମରେ ନିଜର ଅଭିନୟ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସରେ ନିଜର ଅପ୍କମିଙ୍ଗ ପ୍ରୋଜେକ୍ଟ ସଂପର୍କରେ ଘୋଷଣା କରିଛନ୍ତି ହୁମା । ବିପୁଲ ମେହେତା ତାର ନିର୍ଦ୍ଦେଶନା ଦେବେ । ଫିଲ୍ମରେ ତାଙ୍କୁ ଜଣେ ଅଟୋ ରିକ୍ସାଚାଳକଙ୍କ ଭୂମିକାରେ ଦେଖିବାକୁ ମିଳିବ । ତାହା ଏକ ସତ୍ୟ କାହାଣୀ ଉପରେ ପର୍ଯ୍ୟବସିତ। ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସେହି ମହିଳାଜଣକ କିପରି ଅସାଧ୍ୟ ସାଧନ କରିବା ସହିତ ଅନ୍ୟମାନଙ୍କ ଲାଗି ପ୍ରେରଣା ହୋଇପାରିଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିବ । ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ହୁମା ଫିଲ୍ମକୁ ନେଇ ଏକ ଫଟୋ ବି ପୋଷ୍ଟ କରିଛନ୍ତି । ସେହି ଫଟୋରେ ତାଙ୍କୁ କିଛି ମହିଳା ଅଟୋଚାଳକଙ୍କ ସହିତ ଏକ ଅଟୋ ସାମ୍ନାରେ ବସିଥିବା ଦେଖିବାକୁ ମିଳୁଛି । ଏ ସଂପର୍କରେ ହୁମା କହିଛନ୍ତି, ଏଭଳି ଏକ ଚାଲେଞ୍ଜିଂ ଚରିତ୍ରରେ ଅଭିନୟ କରିବା ଏକ ବିରଳ ସୁଯୋଗ । ଅସାଧାରଣ କାମ କରୁଥିବା ଦେଶର ସାଧାରଣ ମହିଳାଙ୍କ ସାହସ ପ୍ରତି ଏହା ସମର୍ପିତ । ମୋ କ୍ୟାରିୟରକୁ ଏହା ଏକ ନୂତନ ଦିଗ ଦେଇପାରିବ ବୋଲି ଆଶା କରୁଛି । ଜ୍ୟୋତି ଦେଶପାଣ୍ଡେ ଓ ବିଶାଲ ରାଣା ଏହାର ପ୍ରଯୋଜନାରେ
ମୁମ୍ଵାଇ ୧୧।୦୩: ୨୦୧୨ରେ ‘ଗ୍ୟାଙ୍ଗସ୍ ଅଫ୍ ୱାସେପୁର’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ହୁମା କ୍ୟୁରେଶୀ । ତା’ପରେ ସେ ‘ବଦ୍ଲାପୁର’, ‘ଜଲି ଏଲ୍ଏଲ୍ବି ୨’ ଭଳି ଫିଲ୍ମ ମାଧ୍ୟମରେ ନିଜର ଅଭିନୟ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସରେ ନିଜର ଅପ୍କମିଙ୍ଗ ପ୍ରୋଜେକ୍ଟ ସଂପର୍କରେ ଘୋଷଣା କରିଛନ୍ତି ହୁମା । ବିପୁଲ ମେହେତା ତାର ନିର୍ଦ୍ଦେଶନା ଦେବେ । ଫିଲ୍ମରେ ତାଙ୍କୁ ଜଣେ ଅଟୋ ରିକ୍ସାଚାଳକଙ୍କ ଭୂମିକାରେ ଦେଖିବାକୁ ମିଳିବ ।
ତାହା ଏକ ସତ୍ୟ କାହାଣୀ ଉପରେ ପର୍ଯ୍ୟବସିତ। ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସେହି ମହିଳାଜଣକ କିପରି ଅସାଧ୍ୟ ସାଧନ କରିବା ସହିତ ଅନ୍ୟମାନଙ୍କ ଲାଗି ପ୍ରେରଣା ହୋଇପାରିଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିବ । ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ହୁମା ଫିଲ୍ମକୁ ନେଇ ଏକ ଫଟୋ ବି ପୋଷ୍ଟ କରିଛନ୍ତି । ସେହି ଫଟୋରେ ତାଙ୍କୁ କିଛି ମହିଳା ଅଟୋଚାଳକଙ୍କ ସହିତ ଏକ ଅଟୋ ସାମ୍ନାରେ ବସିଥିବା ଦେଖିବାକୁ ମିଳୁଛି ।
ଏ ସଂପର୍କରେ ହୁମା କହିଛନ୍ତି, ଏଭଳି ଏକ ଚାଲେଞ୍ଜିଂ ଚରିତ୍ରରେ ଅଭିନୟ କରିବା ଏକ ବିରଳ ସୁଯୋଗ । ଅସାଧାରଣ କାମ କରୁଥିବା ଦେଶର ସାଧାରଣ ମହିଳାଙ୍କ ସାହସ ପ୍ରତି ଏହା ସମର୍ପିତ । ମୋ କ୍ୟାରିୟରକୁ ଏହା ଏକ ନୂତନ ଦିଗ ଦେଇପାରିବ ବୋଲି ଆଶା କରୁଛି । ଜ୍ୟୋତି ଦେଶପାଣ୍ଡେ ଓ ବିଶାଲ ରାଣା ଏହାର ପ୍ରଯୋଜନାରେ ଅଛନ୍ତି । ଫିଲ୍ମର ନାମ ଜଣାପଡି଼ନଥିବାବେଳେ ଖୁବ୍ ଶୀଘ୍ର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ହୁମାଙ୍କୁ ଆଗକୁ ‘ପୂଜା ମେରୀ ଜାନ୍’ରେ ଦେଖିବାକୁ ମିଳିବ ।