ଶ୍ରୀକ୍ଷେତ୍ରରେ ମଠ ମନ୍ଦିରର ହେବ ପୁନଃର୍ବାସ, ପୁଣି ତିଆରି କରିବେ ମୋହନ ସରକାର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିର ଗୁଡ଼ିକୁ ପୁନଃର୍ବାସ କରିବେ ମୋହନ ସରକାର । ମୋଟ ୧୯ଟି ମଠକୁ ପୁନଃର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପିତ କରାଯିବ । ଏଥିପାଇଁ ପୁରୀର ଲୋକନାଥ ରୋଡ ସ୍ଥିତ ଗଦାଧର ହାଇସ୍କୁଲ ନିକଟବର୍ତ୍ତୀ ଏକ ସ୍ଥାନ ଚିହ୍ନଟ ହୋଇଛି । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତମାନଙ୍କୁ ଦର୍ଶନ ଏବଂ ସେବା ପୂଜା ପାଇଁ ସୁବିଧା ହେବ । ଏହାକୁ ନେଇ ଦେବୋତ୍ତର କମିସନଙ୍କ ସହ ଦୁଇ ଥର ବୈଠକ ମଧ୍ୟ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।Also read: ଘରୋଇ ବସର ମନମାନି, ଯାତ୍ରୀଙ୍କଠୁ ଧାର୍ଯ୍ୟ ଦର ଠାରୁ ନେଉଛନ୍ତି ଅଧିକ ଭଡ଼ାଗତ ୨୦୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଆଖପାଖରେ ଥିବା ଅନେକ ମଠମନ୍ଦିରକୁ ଭାଙ୍ଗି ଦେଇଥିଲେ ତତ୍କାଳୀନ ସରକାର ।  ସମୁଦାୟ ୧୫.୬୪ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି ।  ୮୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । କିନ୍ତୁ ଏଥିପାଇଁ ଅନେକ ପୁରାତନ ମଠ ଓ ମନ୍ଦିର ଗୁଡ଼ିକୁ ମାଟିରେ ମିଶାଇ ଦିଆଯାଇଥିଲା । ଏହା ଭିତରେ ଥିଲା ପୁରାତନ ଏମଆର ମଠ, ମଙ୍ଗୁ ମଠ, ବଡ଼ଛତା ମଠ, ସାନଛତା ମଠ, ଉତ୍ତରପାର୍ଶ୍ବ ମଠ, ରାଧାବଲ୍ଲଭ ମଠ, ନଙ୍ଗୁଳି ମଠ ସହ ଅନେକ ମଠଗୁଡ଼ିକୁ ଭାଙ୍ଗିଦିଆ

ଶ୍ରୀକ୍ଷେତ୍ରରେ ମଠ ମନ୍ଦିରର ହେବ ପୁନଃର୍ବାସ, ପୁଣି ତିଆରି କରିବେ ମୋହନ ସରକାର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିର ଗୁଡ଼ିକୁ ପୁନଃର୍ବାସ କରିବେ ମୋହନ ସରକାର । ମୋଟ ୧୯ଟି ମଠକୁ ପୁନଃର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପିତ କରାଯିବ । ଏଥିପାଇଁ ପୁରୀର ଲୋକନାଥ ରୋଡ ସ୍ଥିତ ଗଦାଧର ହାଇସ୍କୁଲ ନିକଟବର୍ତ୍ତୀ ଏକ ସ୍ଥାନ ଚିହ୍ନଟ ହୋଇଛି । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତମାନଙ୍କୁ ଦର୍ଶନ ଏବଂ ସେବା ପୂଜା ପାଇଁ ସୁବିଧା ହେବ । ଏହାକୁ ନେଇ ଦେବୋତ୍ତର କମିସନଙ୍କ ସହ ଦୁଇ ଥର ବୈଠକ ମଧ୍ୟ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Also read: ଘରୋଇ ବସର ମନମାନି, ଯାତ୍ରୀଙ୍କଠୁ ଧାର୍ଯ୍ୟ ଦର ଠାରୁ ନେଉଛନ୍ତି ଅଧିକ ଭଡ଼ା

ଗତ ୨୦୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଆଖପାଖରେ ଥିବା ଅନେକ ମଠମନ୍ଦିରକୁ ଭାଙ୍ଗି ଦେଇଥିଲେ ତତ୍କାଳୀନ ସରକାର ।  ସମୁଦାୟ ୧୫.୬୪ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି ।  ୮୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । କିନ୍ତୁ ଏଥିପାଇଁ ଅନେକ ପୁରାତନ ମଠ ଓ ମନ୍ଦିର ଗୁଡ଼ିକୁ ମାଟିରେ ମିଶାଇ ଦିଆଯାଇଥିଲା । ଏହା ଭିତରେ ଥିଲା ପୁରାତନ ଏମଆର ମଠ, ମଙ୍ଗୁ ମଠ, ବଡ଼ଛତା ମଠ, ସାନଛତା ମଠ, ଉତ୍ତରପାର୍ଶ୍ବ ମଠ, ରାଧାବଲ୍ଲଭ ମଠ, ନଙ୍ଗୁଳି ମଠ ସହ ଅନେକ ମଠଗୁଡ଼ିକୁ ଭାଙ୍ଗିଦିଆଯାଇଥିଲା ।   


ଏବେ ସେହି ସବୁ ମଠ ମନ୍ଦିର ଗୁଡ଼ିକୁ ପୁନଃର୍ବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଏଥିପାଇଁ ବିଧିବଦ୍ଧ ଭାବରେ ଜାଗା ଚିହ୍ନଟ ହୋଇ ସାରିଛି ।  ଭକ୍ତମାନଙ୍କ ପୂଜାବିଧି ସୁବିଧାକୁ ଦୃଷ୍ଟିରେ ରଖି ମଠ ଓ ମନ୍ଦିର ନିର୍ମାଣ କରାଯିବ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ପୁରାତନ ମଠ ଓ ମନ୍ଦିରଗୁଡ଼ିକୁ ଭଙ୍ଗା ଯାଇଥିଲା । ଯାହାକୁ ନେଇ ସେତେବେଳେ ବିଭିନ୍ନ ମହଲରେ ଅସନ୍ତୋଷ ସାମ୍ନାକୁ ଆସିଥିଲା । ହେଲେ ଏବେ ମୋହନ ସରକାରଙ୍କ ମଠ ମନ୍ଦିର ପୁନଃର୍ବାସ ନିଷ୍ପତି ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।