ଭାରତରେ ଆଇଫୋନ୍ ଫ୍ୟାକ୍ଟ୍ରି ସ୍ଥାପନ ଉପରେ ଟ୍ରମ୍ପଙ୍କ ଆପତ୍ତି, ଆପଲ୍ ସିଇଓଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ନୀତି ପୁଣି ସାମନାକୁ ଆସିଛି । ଗୋଟିଏ ପଟେ ଭାରତକୁ ବନ୍ଧୁ ରାଷ୍ଟ୍ର କହୁଥିବା ବେଳେ, ଅନ୍ୟପଟେ ପିଠିରେ ଛୁରୀ ଭୁସିବା କାମ କରୁଛନ୍ତି । ଭାରତରେ ଆପଲ୍ ଦ୍ୱାରା ପ୍ଲାଣ୍ଟ ସ୍ଥାପନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତରେ ଆଇଫୋନ୍ ଉତ୍ପାଦନ ପ୍ଲାଣ୍ଟ ନକରନ୍ତୁ ବୋଲି ଆପଲ୍ ସିଇଓ ଟିମ୍ କୁକ୍‌ଙ୍କୁ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଟିମ୍ କୁକ୍‌ଙ୍କ ରଣନୀତିରେ ମୋର ଆପତ୍ତି ରହିଛି । ଭାରତରେ ଏତେ ଅଧିକ ପ୍ଲାଣ୍ଟ କରିବାର ଆବଶ୍ୟକତା କ’ଣ ? ବ୍ଲୁମବର୍ଗର ରିପୋର୍ଟ ଅନୁସାରେ କତରରେ ନିଜ ସରକାରୀ ଗସ୍ତରେ ଥିବା ଟ୍ରମ୍ପ ଆପଲ୍ ସିଇଓଙ୍କ ଆଲୋଚନା ବେଳେ ଏହି କଥା କହିଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଟିମ୍ କୁକ୍ ସାରା ଭାରତରେ ପ୍ରଡକ୍ସନ୍ ପ୍ଲାଣ୍ଟ ସ୍ଥାପନ କରୁଛନ୍ତି । ଭାରତରେ ଏହିପରି ବିସ୍ତାର ହେଉ ବୋଲି ମୁଁ ଚାହୁଁ ନାହିଁ । ସେ ଆହୁରି କହିଛନ୍ତି ଯେ ମୋର ଆପତ୍ତି ପରେ ଆପଲ୍ ଏବେ ଆମେରିକାରେ ଆଇଫୋନ୍ ଉତ୍ପାଦନକୁ ବଢାଇବ ।ଏହି ଆପତ୍ତି ପଛର କାରଣ ବି ସ୍ପଷ୍ଟ କରିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ ଭାରତ ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ, କିନ୍ତୁ ସେଠାରେ ଆମ ଉତ୍ପାଦନ ବିକ୍ରି କରିବା ସବୁଠୁ କଠିନ । ଆମେରିକୀୟ ଉତ୍ପାଦ ଉପରୁ ଟାରିଫ୍ ହ୍ରାସ କରିବ ବୋଲି ଭାରତ କହିଛି, କିନ୍ତୁ ଏଥିପାଇଁ ସେ ଟ୍ର

ଭାରତରେ ଆଇଫୋନ୍ ଫ୍ୟାକ୍ଟ୍ରି ସ୍ଥାପନ ଉପରେ ଟ୍ରମ୍ପଙ୍କ ଆପତ୍ତି, ଆପଲ୍ ସିଇଓଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ନୀତି ପୁଣି ସାମନାକୁ ଆସିଛି । ଗୋଟିଏ ପଟେ ଭାରତକୁ ବନ୍ଧୁ ରାଷ୍ଟ୍ର କହୁଥିବା ବେଳେ, ଅନ୍ୟପଟେ ପିଠିରେ ଛୁରୀ ଭୁସିବା କାମ କରୁଛନ୍ତି । ଭାରତରେ ଆପଲ୍ ଦ୍ୱାରା ପ୍ଲାଣ୍ଟ ସ୍ଥାପନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତରେ ଆଇଫୋନ୍ ଉତ୍ପାଦନ ପ୍ଲାଣ୍ଟ ନକରନ୍ତୁ ବୋଲି ଆପଲ୍ ସିଇଓ ଟିମ୍ କୁକ୍‌ଙ୍କୁ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଟିମ୍ କୁକ୍‌ଙ୍କ ରଣନୀତିରେ ମୋର ଆପତ୍ତି ରହିଛି । ଭାରତରେ ଏତେ ଅଧିକ ପ୍ଲାଣ୍ଟ କରିବାର ଆବଶ୍ୟକତା କ’ଣ ? ବ୍ଲୁମବର୍ଗର ରିପୋର୍ଟ ଅନୁସାରେ କତରରେ ନିଜ ସରକାରୀ ଗସ୍ତରେ ଥିବା ଟ୍ରମ୍ପ ଆପଲ୍ ସିଇଓଙ୍କ ଆଲୋଚନା ବେଳେ ଏହି କଥା କହିଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଟିମ୍ କୁକ୍ ସାରା ଭାରତରେ ପ୍ରଡକ୍ସନ୍ ପ୍ଲାଣ୍ଟ ସ୍ଥାପନ କରୁଛନ୍ତି । ଭାରତରେ ଏହିପରି ବିସ୍ତାର ହେଉ ବୋଲି ମୁଁ ଚାହୁଁ ନାହିଁ । ସେ ଆହୁରି କହିଛନ୍ତି ଯେ ମୋର ଆପତ୍ତି ପରେ ଆପଲ୍ ଏବେ ଆମେରିକାରେ ଆଇଫୋନ୍ ଉତ୍ପାଦନକୁ ବଢାଇବ ।

ଏହି ଆପତ୍ତି ପଛର କାରଣ ବି ସ୍ପଷ୍ଟ କରିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ ଭାରତ ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ, କିନ୍ତୁ ସେଠାରେ ଆମ ଉତ୍ପାଦନ ବିକ୍ରି କରିବା ସବୁଠୁ କଠିନ । ଆମେରିକୀୟ ଉତ୍ପାଦ ଉପରୁ ଟାରିଫ୍ ହ୍ରାସ କରିବ ବୋଲି ଭାରତ କହିଛି, କିନ୍ତୁ ଏଥିପାଇଁ ସେ ଟ୍ରେଡ୍ ଡିଲ୍ କରିବାକୁ ଚାହୁଁଛି । ଏହାସହ ନିଜ ଉତ୍ପାଦନ ଉପରେ ବି ଏଗ୍ରିମେଣ୍ଟ ଚାହୁଁଛି । ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ଆପଲ୍ ଚୀନ ଛାଡ଼ି ଭାରତରେ ନିଜ ପ୍ରଡକ୍ସନ ୟୁନିଟ୍ ସ୍ଥାପନା କରୁଛି । ଉଲ୍ଲେଖଯୋଗ୍ୟ ଯେ ଏବେ ସୁଦ୍ଧା ଆଇଫୋନର ଅଧିକାଂଶ ଉତ୍ପାଦନ ଚୀନରେ ହୋଇଆସୁଛି ଓ ଆମେରିକାରେ କୌଣସି ଉତ୍ପାଦନ ହେଉ ନାହିଁ । ଏବେ ଟ୍ରମ୍ପ ଚାହୁଁଛନ୍ତି ଯେ ଆଇଫୋନ୍ ଫ୍ୟାକ୍ଟ୍ରି ଭାରତ ପରିବର୍ତ୍ତେ ଆମେରିକାରେ ସ୍ଥାପନ ହେଉ ।