ଭେନେଜୁଏଲାରୁ ତେଲ କିମ୍ବା ଗ୍ୟାସ କିଣୁଥିବା ଦେଶଙ୍କ ଉପରେ ୨୫% ଶୁଳ୍କ ଲଗାଇଲା ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ମାଡ଼ ଜାରି ରହିଛି। ଯେଉଁ ଦେଶ ଉପରେ ରାଗ ରହୁଛି ସେହି ଦେଶ ଉପରେ ଭିଡୁଛନ୍ତି ଉଚ୍ଚ ଶୁଳ୍କ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭେନେଜୁଏଲାରୁ ତେଲ କିମ୍ବା ଗ୍ୟାସ କିଣୁଥିବା ଦେଶମାନଙ୍କରୁ ଆମଦାନୀ ଉପରେ ୨୫% ଶୁଳ୍କ ଘୋଷଣା କରିଛନ୍ତି। ଏହାସହିତ ଭେନେଜୁଏଲା ଉପରେ ମଧ୍ୟ ନୂଆ ଶୁଳ୍କ ଲାଗୁ କରିଛନ୍ତି କରି ଟ୍ରମ୍ପ।ଟ୍ରୁଥ ସୋସିଆଲ୍ ପୋଷ୍ଟରେ, ଟ୍ରମ୍ପ କହିଛନ୍ତି ଯେ ଭେନେଜୁଏଲା ଆମେରିକା ପ୍ରତି "ଅତ୍ୟନ୍ତ ଶତ୍ରୁତା ଆଚରଣ କରୁଛି"। ତେଣୁ ଏହି ଦେଶରୁ ତେଲ କିଣୁଥିବା ଦେଶଗୁଡ଼ିକୁ ଆମେରିକା ସହିତ ବିଜ୍‌ନେଶ କଲେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ। ଏପ୍ରିଲ ୨ ତାରିଖ ଠାରୁ ଏହା ଲାଗୁ ହେବ ବୋଲି ଟ୍ରମ୍ପ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଭେନେଜୁଏଲା ଆମେରିକାର ଦ୍ୱିତୀୟ ସର୍ବାଧିକ ଶୁଳ୍କର ସମ୍ମୁଖୀନ ହେବ। କାରଣ ଏହା ଟ୍ରେନ ଡି ଆରାଗୁଆ ଗ୍ୟାଙ୍ଗର ଘର ବୋଲି ଟ୍ରମ୍ପ କହିଛନ୍ତି। ଏଥିସହିତ ଟ୍ରମ୍ପ ପ୍ରବାସୀମାନଙ୍କୁ ଦେଶାନ୍ତର କରୁଛି। ଭେନିଜୁଆଲାରୁ ଆସୁଥିବା ଲୋକ ସେହି ଗ୍ୟାଙ୍ଗର ବୋଲି ପ୍ରଶାସନ କହୁଛି। ପଢନ୍ତୁ- ୟୁରୋପର ଦୀର୍ଘମିଆଦି ରଣନୀତି, ପ୍ରସ୍ତୁତ ହେବ ୫-୧୦ ବର୍ଷର ଯୋଜନାଟ୍ରେନ ଡି ଆରାଗୁଆ ଗ୍ୟାଙ୍ଗ ବେନେଜୁଏଲାର ଏକ ଏକ ଅନ୍ତର୍ଜାତୀୟ ନାର୍କୋଟେରରିଷ୍ଟ ଏବଂ ଅପରାଧିକ ସଂଗଠନ। ଏହି ଗ୍ୟାଙ୍ଗର ୫ ହଜାରୁ ବି ଅଧିକ ସଦସ୍ୟ ଥିବା କୁ

ଭେନେଜୁଏଲାରୁ ତେଲ କିମ୍ବା ଗ୍ୟାସ କିଣୁଥିବା ଦେଶଙ୍କ ଉପରେ ୨୫% ଶୁଳ୍କ ଲଗାଇଲା ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ମାଡ଼ ଜାରି ରହିଛି। ଯେଉଁ ଦେଶ ଉପରେ ରାଗ ରହୁଛି ସେହି ଦେଶ ଉପରେ ଭିଡୁଛନ୍ତି ଉଚ୍ଚ ଶୁଳ୍କ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭେନେଜୁଏଲାରୁ ତେଲ କିମ୍ବା ଗ୍ୟାସ କିଣୁଥିବା ଦେଶମାନଙ୍କରୁ ଆମଦାନୀ ଉପରେ ୨୫% ଶୁଳ୍କ ଘୋଷଣା କରିଛନ୍ତି। ଏହାସହିତ ଭେନେଜୁଏଲା ଉପରେ ମଧ୍ୟ ନୂଆ ଶୁଳ୍କ ଲାଗୁ କରିଛନ୍ତି କରି ଟ୍ରମ୍ପ।

ଟ୍ରୁଥ ସୋସିଆଲ୍ ପୋଷ୍ଟରେ, ଟ୍ରମ୍ପ କହିଛନ୍ତି ଯେ ଭେନେଜୁଏଲା ଆମେରିକା ପ୍ରତି "ଅତ୍ୟନ୍ତ ଶତ୍ରୁତା ଆଚରଣ କରୁଛି"। ତେଣୁ ଏହି ଦେଶରୁ ତେଲ କିଣୁଥିବା ଦେଶଗୁଡ଼ିକୁ ଆମେରିକା ସହିତ ବିଜ୍‌ନେଶ କଲେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ। ଏପ୍ରିଲ ୨ ତାରିଖ ଠାରୁ ଏହା ଲାଗୁ ହେବ ବୋଲି ଟ୍ରମ୍ପ କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ ଭେନେଜୁଏଲା ଆମେରିକାର ଦ୍ୱିତୀୟ ସର୍ବାଧିକ ଶୁଳ୍କର ସମ୍ମୁଖୀନ ହେବ। କାରଣ ଏହା ଟ୍ରେନ ଡି ଆରାଗୁଆ ଗ୍ୟାଙ୍ଗର ଘର ବୋଲି ଟ୍ରମ୍ପ କହିଛନ୍ତି। ଏଥିସହିତ ଟ୍ରମ୍ପ ପ୍ରବାସୀମାନଙ୍କୁ ଦେଶାନ୍ତର କରୁଛି। ଭେନିଜୁଆଲାରୁ ଆସୁଥିବା ଲୋକ ସେହି ଗ୍ୟାଙ୍ଗର ବୋଲି ପ୍ରଶାସନ କହୁଛି। 

ପଢନ୍ତୁ- ୟୁରୋପର ଦୀର୍ଘମିଆଦି ରଣନୀତି, ପ୍ରସ୍ତୁତ ହେବ ୫-୧୦ ବର୍ଷର ଯୋଜନା

ଟ୍ରେନ ଡି ଆରାଗୁଆ ଗ୍ୟାଙ୍ଗ ବେନେଜୁଏଲାର ଏକ ଏକ ଅନ୍ତର୍ଜାତୀୟ ନାର୍କୋଟେରରିଷ୍ଟ ଏବଂ ଅପରାଧିକ ସଂଗଠନ। ଏହି ଗ୍ୟାଙ୍ଗର ୫ ହଜାରୁ ବି ଅଧିକ ସଦସ୍ୟ ଥିବା କୁହାଯାଉଛି। ଏହି ଗ୍ୟାଙ୍ଗ ଭୟ ଓ ଧମକ ବଳରେ ବେଆଇନ ମାଦକ ଦ୍ରବ୍ୟର ଚାଲଣ କରନ୍ତି ଓ ବିଭିନ୍ନ ଦେଶର ସରକାରଙ୍କ ନୀତିକୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି। 

ଟ୍ରମ୍ପଙ୍କ ସଦ୍ୟତମ ଶୁଳ୍କ ଧମକ ଭେନେଜୁଏଲା ଚୀନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସଦୃଶ ଦେଖା ଯାଉଛି। ଫେଣ୍ଟାନିଲ୍ ଚାଲାଣକୁ ରୋକିବା ପାଇଁ ଆମେରିକା ସରକାର ପୂର୍ବରୁ ଚୀନ୍ ଆମଦାନୀ ଉପରେ ୨୦% ଶୁଳ୍କ ଲାଗୁ କରିସାରିଛନ୍ତି। ଚୀନ ବିରୋଧରେ ଆମେରିକାର ଆହୁରି ଶୁଳ୍କ ବୃଦ୍ଧି କରିପାରେ। କାରଣ ଚୀନ ୨୦୨୩ରେ ଭେନେଜୁଏଲା ଠାରୁ ୬୮% ତେଲ କିଣିଥିଲା। ସେହିପରି ଭେନୁଜୁଏଲା ଠାରୁ ତେଲ କିଣିଥିବା ଅନ୍ୟ ଦେଶମାନେ ହେଲେ ସ୍ପେନ୍, ରୁଷ, ସିଙ୍ଗାପୁର ଏବଂ ଭିଏତନାମ। ଜନଗଣନା ବ୍ୟୁରୋ ଅନୁଯାୟୀ, ଜାନୁଆରୀରେ ଆମେରିକା ଭେନେଜୁଏଲାରୁ ୮.୬ ମିଲିଅନ ବ୍ୟାରେଲ ତେଲ ଆମଦାନୀ କରିଥିଲା।