ମୋ ବ୍ୟାଗ୍‌ରେ ବୋମା ଅଛି କହି ବିମାନ ଉପରକୁ ଚଢିଗଲେ ଯାତ୍ରୀ…ଆଉ ତା’ପରେ..

ନୂଆଦିଲ୍ଲୀ,୨୮।୬: ଏୟାର ଇଣ୍ଡିଆ ବିମାନରେ ପୁଣି ବୋମା ଧମକ ମିଳିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାଉଥିବା ଜଣେ ଯାତ୍ରୀ କର୍ମଚାରୀଙ୍କୁ କହିଥିଲେ ଯେ, ତାଙ୍କ ବ୍ୟାଗରେ ବୋମା ଅଛି। ଏହା ପରେ ସମଗ୍ର ବିମାନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଟ୍ରାଞ୍ଜିଟ ଯାଞ୍ଚ ସମୟରେ ସେ ତାଙ୍କ ବ୍ୟାଗରେ ବୋମା ଥିବା ବିଷୟରେ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ବିମାନ କର୍ମଚାରୀମାନେ ତୁରନ୍ତ ‘ବୋମା ଧମକ ମୂଲ୍ୟାଙ୍କନ କମିଟି’ (ବିଟିଏସ୍‌ସି)କୁ ସୂଚନା ଦେଇଥିଲେ ଏବଂ ଏହାର ଟିମ […] The post ମୋ ବ୍ୟାଗ୍‌ରେ ବୋମା ଅଛି କହି ବିମାନ ଉପରକୁ ଚଢିଗଲେ ଯାତ୍ରୀ…ଆଉ ତା’ପରେ.. appeared first on Dharitri Odia News.

ମୋ ବ୍ୟାଗ୍‌ରେ ବୋମା ଅଛି କହି ବିମାନ ଉପରକୁ ଚଢିଗଲେ ଯାତ୍ରୀ…ଆଉ ତା’ପରେ..

ନୂଆଦିଲ୍ଲୀ,୨୮।୬: ଏୟାର ଇଣ୍ଡିଆ ବିମାନରେ ପୁଣି ବୋମା ଧମକ ମିଳିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାଉଥିବା ଜଣେ ଯାତ୍ରୀ କର୍ମଚାରୀଙ୍କୁ କହିଥିଲେ ଯେ, ତାଙ୍କ ବ୍ୟାଗରେ ବୋମା ଅଛି। ଏହା ପରେ ସମଗ୍ର ବିମାନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଟ୍ରାଞ୍ଜିଟ ଯାଞ୍ଚ ସମୟରେ ସେ ତାଙ୍କ ବ୍ୟାଗରେ ବୋମା ଥିବା ବିଷୟରେ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ବିମାନ କର୍ମଚାରୀମାନେ ତୁରନ୍ତ ‘ବୋମା ଧମକ ମୂଲ୍ୟାଙ୍କନ କମିଟି’ (ବିଟିଏସ୍‌ସି)କୁ ସୂଚନା ଦେଇଥିଲେ ଏବଂ ଏହାର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଟିମ ତୁରନ୍ତ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିବା ଆରମ୍ଭ କରିଥିଲେ।
ତେବେ ଯାତ୍ରୀଙ୍କ ବ୍ୟାଗରେ ପ୍ରକୃତରେ ବୋମା ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ସାଧାରଣତଃ, ଏପରି ପରିସ୍ଥିତିରେ, ବୋମାର ବିଷୟରେ ସୂଚନା ନକଲି ହୋଇଥାଏ। ଅତୀତରେ ଅନେକ ଯାତ୍ରୀ ବିମାନ ଉଡ଼ାଣ ଏବଂ ଯାଞ୍ଚ ସମୟରେ ମଧ୍ୟ ଏପରି ଧମକ ଦେଇଥିଲେ, କିନ୍ତୁ ଯାଞ୍ଚ ସମୟରେ ସେମାନଙ୍କ ବ୍ୟାଗରେ କିଛି ମିଳିଲା ନାହିଁ। କିନ୍ତୁ ଯେତେବେଳେ ବୋମା ଧମକ ଆସେ, ବିମାନବନ୍ଦର ପ୍ରଶାସନ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ଏବଂ ଏସ୍‌ଓପି ଅନୁଯାୟୀ ବ୍ୟାଗ ଏବଂ ଯାତ୍ରୀଙ୍କୁ ଯାଞ୍ଚ କରିବାକୁ ପଡିବ।

The post ମୋ ବ୍ୟାଗ୍‌ରେ ବୋମା ଅଛି କହି ବିମାନ ଉପରକୁ ଚଢିଗଲେ ଯାତ୍ରୀ…ଆଉ ତା’ପରେ.. appeared first on Dharitri Odia News.