ମେଲୋନିଙ୍କୁ ଡେଟ୍‌ କରୁଛନ୍ତି ଏଲନ ମସ୍କ? ଏକ୍ସରେ କହିଦେଲେ ନିଜ ମନକଥା

ଓ୍ବାଶିଂଟନ୍‌,୨୫।୯: ନିକଟରେ ଏକ କାର୍ଯ୍ୟକ୍ରମରେ ଇଟାଲିଆନ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ବିଶ୍ୱର କୋଟିପତି ଏଲନ ମସ୍କଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି କି ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏପରିକି ମଙ୍ଗଳବାର ନ୍ୟୁୟର୍କରେ ଅନୁଷ୍ଠିତ ଏକ ଆଓ୍ବାର୍ଡ କାର୍ଯ୍ୟକ୍ରମରେ ମସ୍କ ମେଲୋନିଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ମସ୍କ କହିଛନ୍ତି, ମେଲୋନି ସଚ୍ଚୋଟ ଓ ବିଶ୍ୱସନୀୟ ଅଟନ୍ତି। Grazie Elon pic.twitter.com/NgHchWLUtB — Giorgia Meloni (@GiorgiaMeloni) […] The post ମେଲୋନିଙ୍କୁ ଡେଟ୍‌ କରୁଛନ୍ତି ଏଲନ ମସ୍କ? ଏକ୍ସରେ କହିଦେଲେ ନିଜ ମନକଥା appeared first on Dharitri Odia News.

ମେଲୋନିଙ୍କୁ ଡେଟ୍‌ କରୁଛନ୍ତି ଏଲନ ମସ୍କ? ଏକ୍ସରେ କହିଦେଲେ ନିଜ ମନକଥା

ଓ୍ବାଶିଂଟନ୍‌,୨୫।୯: ନିକଟରେ ଏକ କାର୍ଯ୍ୟକ୍ରମରେ ଇଟାଲିଆନ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ବିଶ୍ୱର କୋଟିପତି ଏଲନ ମସ୍କଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି କି ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏପରିକି ମଙ୍ଗଳବାର ନ୍ୟୁୟର୍କରେ ଅନୁଷ୍ଠିତ ଏକ ଆଓ୍ବାର୍ଡ କାର୍ଯ୍ୟକ୍ରମରେ ମସ୍କ ମେଲୋନିଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ମସ୍କ କହିଛନ୍ତି, ମେଲୋନି ସଚ୍ଚୋଟ ଓ ବିଶ୍ୱସନୀୟ ଅଟନ୍ତି।

ମସ୍କ ମେଲୋନିଙ୍କୁ ଆଣ୍ଟଲାଣ୍ଟିକ ଗ୍ଲୋବାଲ ସିଟିଜେନ ଆଓ୍ବାର୍ଡ ପ୍ରଦାନ କରିବାବେଳେ କହିଛନ୍ତି, ଏହିଭଳି ବ୍ୟକ୍ତିଙ୍କୁ ସମ୍ମାନ ଦେବାକୁ ଖୁସିଲାଗେ ଯିଏ ବାହାରରୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି। ମେଲୋନିଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ସେ ଇଟାଲୀର ପ୍ରଧାନମନ୍ତ୍ରୀ ଭାବେ ଅବଶ୍ୱସନୀୟ କାମ କରିଛନ୍ତି। ତେବେ ଏହାକୁ ନେଇ ମେଲୋନି ମଧ୍ୟ ତାଙ୍କ ଅଫିସିଆଲ ଆକାୁଣ୍ଟରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହାପରେ ଟେସଲା ଫ୍ୟାନ କ୍ଲବ ମସ୍କ ଓ ମେଲୋନିଙ୍କ ଏକ ଫଟୋକୁ ପୋଷ୍ଟ କରି କହିଛି, କ’ଣ ଏହି ଦୁଇଜଣ ଡେଟ୍‌ କରୁଛନ୍ତି? ତେବେ ଏହାର ଉତ୍ତର ରଖି ମସ୍କ ନିଜ ଅଫିସିଆଲ ହ୍ୟାଣ୍ଡେଲରେ କହିଛନ୍ତି, ସେମାନେ ଡେଟିଂ କରୁ ନାହାନ୍ତି।

The post ମେଲୋନିଙ୍କୁ ଡେଟ୍‌ କରୁଛନ୍ତି ଏଲନ ମସ୍କ? ଏକ୍ସରେ କହିଦେଲେ ନିଜ ମନକଥା appeared first on Dharitri Odia News.