Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଥିଲେ ହେଁ ତାଙ୍କର ଗୋଟିଏ ଝଲକ ପାଇଁ ଆଇପିଏଲ୍‌ ଦେଖୁଛନ୍ତି ପ୍ରଶଂସକ। ଏଣୁ ଧୋନୀଙ୍କ ଟିମ୍‌ ସିଏସ୍‌କେର ପ୍ରତିଟି ମ୍ୟାଚ୍‌ରେ କିଛି ଭାବପ୍ରବଣ ମୂହୁର୍ତ୍ତ କ୍ୟାମେରାରେ କଏଦ ହୁଏ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ଖେଳିଥିବା ମୁକାବିଲାରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ହାର୍ଦ୍ଦିକ […] The post Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ appeared first on Dharitri Odia News.

Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଥିଲେ ହେଁ ତାଙ୍କର ଗୋଟିଏ ଝଲକ ପାଇଁ ଆଇପିଏଲ୍‌ ଦେଖୁଛନ୍ତି ପ୍ରଶଂସକ। ଏଣୁ ଧୋନୀଙ୍କ ଟିମ୍‌ ସିଏସ୍‌କେର ପ୍ରତିଟି ମ୍ୟାଚ୍‌ରେ କିଛି ଭାବପ୍ରବଣ ମୂହୁର୍ତ୍ତ କ୍ୟାମେରାରେ କଏଦ ହୁଏ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ଖେଳିଥିବା ମୁକାବିଲାରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତିମ ଓଭରରେ ଛକା ମାରି ଡ୍ରେସିଂ ରୁମ୍‌କୁ ଯାଉଥିବା ବେଳେ ସିଡିରେ ଧୋନୀଙ୍କୁ ଏକ ବଲ୍‌ ମିଳିଥିଲା। ସେ ଅଣଦେଖା କରିବା ପରିବର୍ତ୍ତେ ବଲ୍‌ଟିକୁ ଉଠାଇ ଏକ କୁନି ପ୍ରଶଂସକଙ୍କୁ ଦେଇଥିଲେ। ଏହାର ଭିଡିଓ ବେଶ ଭାଇରାଲ ହୋଇଥିଲା। ଏବେ ସେହି କୁନି ଝିଅ ଖାସ୍‌ ବାର୍ତ୍ତା ଦେଇଛନ୍ତି।

ଷ୍ଟାର୍‌ ସ୍ପୋଟ୍ସ ସହ କଥାବାର୍ତ୍ତାରେ କୁନି ପ୍ରଶଂସକ ନିଜ ନାମ ମେହେର ବୋଲି କହିଛନ୍ତି। ଏହାଛଡ଼ା ସେ କ୍ରିକେଟ ଖେଳନ୍ତି। ଦିନେ ସେ ଭାରତ ପାଇଁ ଖେଳିବେ ବୋଲି ସ୍ବପ୍ନ ରହିଛି। ଯେତେବେଳେ ତାଙ୍କ ସ୍ବପ୍ନ ପୂରଣ ହୋଇଯିବ ସେତେବେଳେ ସେ ଏହି ସ୍ବତନ୍ତ୍ର ଉପହାର ଆଉ କାହାକୁ ଦେବେ। ଫଳରେ ସେ ମଧ୍ୟ ପ୍ରେରିତ ହେବେ।

ମେହେରଙ୍କ ଏହି ଭିଡିଓ ଦେଖି ପ୍ରଶଂସକ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। କୁନି ଝିଅଟିର ସ୍ବପ୍ନ ଶୀଘ୍ର ପୂରଣ ହେଉ ବୋଲି ଅନେକ ପ୍ରକାଶ କରୁଛନ୍ତି।

 

The post Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ appeared first on Dharitri Odia News.