କାଲି ରେଜଲ୍ଟ, ଆଜି କେଜରିଓ୍ବାଲଙ୍କ ଘରେ ପଶିଲା ପୋଲିସ, ଦିଲ୍ଲୀରେ ହଇଚଇ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ପୋଲିସ ପଶିଛି। ଏହାକୁ ନେଇ ଦିଲ୍ଲୀ ରାଜନୀତିରେ ଚହଳ ପଡିଛି। ଆମ ଆଦମୀ ପାର୍ଟି ଦ୍ୱାରା ଭାଜପା ବିରୋଧରେ ଲାଞ୍ଚ ମାମଲା କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ଶୁକ୍ରବାର (୭ ଫେବୃଆରୀ) ଦିନ, ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ, ଦୁର୍ନୀତି ନିବାରଣ ବ୍ୟୁରୋ (ACB) ଦଳ ଅରବିନ୍ଦ କେଜରିୱାଲଙ୍କ ଘରେ ପହଞ୍ଚିଛି। ପାଞ୍ଚ ଜଣଙ୍କୁ ନେଇ ଏକ ଟିମ୍‌ […] The post କାଲି ରେଜଲ୍ଟ, ଆଜି କେଜରିଓ୍ବାଲଙ୍କ ଘରେ ପଶିଲା ପୋଲିସ, ଦିଲ୍ଲୀରେ ହଇଚଇ appeared first on Dharitri Odia News.

କାଲି ରେଜଲ୍ଟ, ଆଜି କେଜରିଓ୍ବାଲଙ୍କ ଘରେ ପଶିଲା ପୋଲିସ, ଦିଲ୍ଲୀରେ ହଇଚଇ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ପୋଲିସ ପଶିଛି। ଏହାକୁ ନେଇ ଦିଲ୍ଲୀ ରାଜନୀତିରେ ଚହଳ ପଡିଛି। ଆମ ଆଦମୀ ପାର୍ଟି ଦ୍ୱାରା ଭାଜପା ବିରୋଧରେ ଲାଞ୍ଚ ମାମଲା କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ଶୁକ୍ରବାର (୭ ଫେବୃଆରୀ) ଦିନ, ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ, ଦୁର୍ନୀତି ନିବାରଣ ବ୍ୟୁରୋ (ACB) ଦଳ ଅରବିନ୍ଦ କେଜରିୱାଲଙ୍କ ଘରେ ପହଞ୍ଚିଛି। ପାଞ୍ଚ ଜଣଙ୍କୁ ନେଇ ଏକ ଟିମ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଘେରାଉ କରିଛି।

 

ACB ଟିମ ଘରେ ପହଞ୍ଚିବା ମାତ୍ରେ ଏଏପିର କିଛି ଓକିଲ ମଧ୍ୟ କେଜରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। କେଜରିୱାଲ ଶୁକ୍ରବାର ଅଭିଯୋଗ କରିଥିଲେ ଯେ ଭାଜପା ତାଙ୍କ ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରୁଛି। ଦଳରେ ଯୋଗଦେବା ପାଇଁ ୧୬ ଜଣ ପ୍ରାର୍ଥୀଙ୍କୁ ଡକାଯାଇଥିଲା ଏବଂ ପ୍ରତ୍ୟେକଙ୍କୁ ୧୫ କୋଟି ଟଙ୍କା ଏବଂ ମନ୍ତ୍ରୀପଦ ଅଫର୍‌ କରାଯାଇଥିଲା। କେଜରିଓ୍ବାଲଙ୍କ ଅଭିଯୋଗ ଉପରେ, ଏଲଜି ଭିକେ ସକ୍ସେନା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଯାହାପରେ ଏସିବି ଟିମ ତାଙ୍କ ଘରେ ପହଞ୍ଚିଛି। ତଥାପି, ତାଙ୍କୁ ଏପର୍ଯ୍ୟନ୍ତ କେଜ୍ରିୱାଲଙ୍କ ଘରେ ପ୍ରବେଶ ମିଳିନାହିଁ। ୫ ଜଣିଆ ଦଳ ବାହାରେ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ, ମନୀଷ ସିସୋଦିଆ କେଜ୍ରିୱାଲଙ୍କ ଘରେ ପହଞ୍ଚିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ,ଏପି ଦାବି କରିଛି ଯେ ACB ଅଧିକାରୀଙ୍କ ପାଖରେ କୌଣସି ନୋଟିସ ନାହିଁ। ସେମାନଙ୍କ ପାଖରେ ACB ଷ୍ଟାମ୍ପ ମଧ୍ୟ ନାହିଁ। ସେ ଏସବୁ ଅର୍ଡର କରିଛନ୍ତି। ନୋଟିସଟି ACB କାର୍ଯ୍ୟାଳୟରେ ଟାଇପ କରାଯାଉଛି।

କହିରଖୁଛୁ କି, ଗୁରୁବାର ଅରବିନ୍ଦ କେଜରିୱାଲ କହିଥିଲେ, କିଛି ସର୍ଭେ ଏଜେନ୍ସି ଦେଖାଉଛି ଯେ ଭାଜପା ଦଳ ୫୫ରୁ ଅଧିକ ଆସନ ପାଉଛି। ଗତ ଦୁଇ ଘଣ୍ଟା ମଧ୍ୟରେ ଆମର ୧୬ଜଣ ପ୍ରାର୍ଥୀଙ୍କୁ ଫୋନ ଆସିଛି ଯେ ଆମ ଆଦମୀ ପାର୍ଟି ଛାଡି ସେମାନଙ୍କ ଦଳରେ ଯୋଗଦାନ କରନ୍ତୁ, ଆମେ ତୁମକୁ ମନ୍ତ୍ରୀ କରିବୁ ଏବଂ ପ୍ରତ୍ୟେକଙ୍କୁ ୧୫କୋଟି ଟଙ୍କା ଦେବୁ। ଯଦି ସେମାନଙ୍କ ଦଳ ୫୫ରୁ ଅଧିକ ଆସନ ପାଉଛି, ତେବେ ଆମର ପ୍ରାର୍ଥୀଙ୍କୁ ଡାକିବାର କଣ ଆବଶ୍ୟକତା ଅଛି? ସ୍ପଷ୍ଟ ଭାବରେ, ଏହି ନକଲି ସର୍ଭେ କରାଯାଇଛି ଯାହା ଦ୍ୱାରା ଏହି ପରିବେଶ ସୃଷ୍ଟି କରି କିଛି ପ୍ରାର୍ଥୀଙ୍କୁ ଭାଙ୍ଗି ଦିଆଯାଇପାରିବ। କିନ୍ତୁ ଆମର ଜଣେ ବି ଲୋକ ଭାଙ୍ଗିବେ ନାହିଁ।

The post କାଲି ରେଜଲ୍ଟ, ଆଜି କେଜରିଓ୍ବାଲଙ୍କ ଘରେ ପଶିଲା ପୋଲିସ, ଦିଲ୍ଲୀରେ ହଇଚଇ appeared first on Dharitri Odia News.