୧୨ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ଵର: ଆଜି ବି ସମ୍ପୂର୍ଣ୍ଣ ଚାଲିପାରିଲାନି ବିଧାନସଭା ପ୍ରଶ୍ନକାଳ। ବିରୋଧୀ କଂଗ୍ରେସ ସଦସ୍ୟଙ୍କର ହୋହାଲ୍ଲା ଯୋଗୁଁ ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ଦିବଙ୍ଗତ ବିଧାୟକ ଦେବରାଜ ସେଠ୍ ଙ୍କ ବିୟୋଗରେ ଶୋକ ପ୍ରସ୍ତାବରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରକେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ସେମାନେ ହ୍ବିସିଲ୍ […]

ଭୁବନେଶ୍ଵର: ଆଜି ବି ସମ୍ପୂର୍ଣ୍ଣ ଚାଲିପାରିଲାନି ବିଧାନସଭା ପ୍ରଶ୍ନକାଳ। ବିରୋଧୀ କଂଗ୍ରେସ ସଦସ୍ୟଙ୍କର ହୋହାଲ୍ଲା ଯୋଗୁଁ ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ଦିବଙ୍ଗତ ବିଧାୟକ ଦେବରାଜ ସେଠ୍ ଙ୍କ ବିୟୋଗରେ ଶୋକ ପ୍ରସ୍ତାବରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରକେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ସେମାନେ ହ୍ବିସିଲ୍ ମାରି ପ୍ରତିବାଦ ଜଣାଇଥିଲେ। ନାରି ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବି କରିଥିଲେ କଂଗ୍ରେସ ବିଧାୟକ ମାନେ । ଏହା ଭିତରେ ପ୍ରଶ୍ନକାଳ ଜାରି ରହିଥିଲା। ତେବେ ବାଚସ୍ପତି କଂଗ୍ରେସ ସଦସ୍ୟଙ୍କୁ ହ୍ବିସିଲ୍ ମାରିବାରୁ ବିରତ ରହିବାକୁ ମଧ୍ୟ ଅନୁରୋଧ କରିଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।