ଗାଧୋଉଥିଲେ ବୁଲାଇଲା ମୁଣ୍ଡ, ହସ୍ପିଟାଲରେ ଚାଲିଗଲା ଜୀବନ

ପଟ୍ଟାମୁଣ୍ଡାଇ ୦୧/୦୪: ଦୁନିଆ କଣ ଜାଣିବା ପୂର୍ବରୁ ଦୁନିଆରୁ ଉଠିଗଲେ ଚନ୍ଦନ । ୧୩ ବର୍ଷର ବାଳକ ଚନ୍ଦନ ନାୟକଙ୍କ ମୃତ୍ୟୁ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁରେ ଘଟିଛି ଘଟଣା । ଗାଁର ଶ୍ରୀଚରଣ ନାୟକଙ୍କ ୧୩ ବର୍ଷର ପୁଅ ଚନ୍ଦନ ନାୟକ ଘରପାଖ ଥିବା ଜଲ୍ଲାକୁ ଶୌଚ ହେବାକୁ ଯାଇଥିବା ସମୟରେ ଚନ୍ଦନକୁ କୌଣସି ଜନ୍ତୁ କାମୁଡି ଦେଇଥିଲା । ଚନ୍ଦନ ଜାଣିଥିଲେ କିନ୍ତୁ ଖାତିର କରି ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଚନ୍ଦନଙ୍କର ଦେହ ମୁଣ୍ଡ ବୁଲାଇଥିଲା । ଗାଧୁଆ ତୁଠରେ ଚନ୍ଦନ ଚିତ୍କାର କରି ପଡ଼ିଯାଇଥିଲେ । ପାଖରେ ଥିବା ଲୋକେ ଚନ୍ଦନକୁ ଉଠାଇ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡ଼ାକ୍ତର କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ କେନ୍ଦ୍ରାପଡ଼ା ଜିବା ବାଟରେ ଚନ୍ଦନଙ୍କର ମୃତ୍ୟୁ ହୋଇଛି । ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଲୋକେ କହୁଛନ୍ତି ଦୁଇ ବାପାଙ୍କର ଏକମାତ୍ର ପୁଅକୁ ହରାଇ ପରିବାର ଲୋକେ କାନ୍ଦି କାନ୍ଦି ମାଟିରେ ଗଡିଯାଉଛନ୍ତି ।

ଗାଧୋଉଥିଲେ ବୁଲାଇଲା ମୁଣ୍ଡ, ହସ୍ପିଟାଲରେ ଚାଲିଗଲା ଜୀବନ

ପଟ୍ଟାମୁଣ୍ଡାଇ ୦୧/୦୪: ଦୁନିଆ କଣ ଜାଣିବା ପୂର୍ବରୁ ଦୁନିଆରୁ ଉଠିଗଲେ ଚନ୍ଦନ । ୧୩ ବର୍ଷର ବାଳକ ଚନ୍ଦନ ନାୟକଙ୍କ ମୃତ୍ୟୁ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁରେ ଘଟିଛି ଘଟଣା । 

ଗାଁର ଶ୍ରୀଚରଣ ନାୟକଙ୍କ ୧୩ ବର୍ଷର ପୁଅ ଚନ୍ଦନ ନାୟକ ଘରପାଖ ଥିବା ଜଲ୍ଲାକୁ ଶୌଚ ହେବାକୁ ଯାଇଥିବା ସମୟରେ ଚନ୍ଦନକୁ କୌଣସି ଜନ୍ତୁ କାମୁଡି ଦେଇଥିଲା । ଚନ୍ଦନ ଜାଣିଥିଲେ କିନ୍ତୁ ଖାତିର କରି ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଚନ୍ଦନଙ୍କର ଦେହ ମୁଣ୍ଡ ବୁଲାଇଥିଲା । ଗାଧୁଆ ତୁଠରେ ଚନ୍ଦନ ଚିତ୍କାର କରି ପଡ଼ିଯାଇଥିଲେ । 

ପାଖରେ ଥିବା ଲୋକେ ଚନ୍ଦନକୁ ଉଠାଇ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡ଼ାକ୍ତର କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ କେନ୍ଦ୍ରାପଡ଼ା ଜିବା ବାଟରେ ଚନ୍ଦନଙ୍କର ମୃତ୍ୟୁ ହୋଇଛି । ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଲୋକେ କହୁଛନ୍ତି ଦୁଇ ବାପାଙ୍କର ଏକମାତ୍ର ପୁଅକୁ ହରାଇ ପରିବାର ଲୋକେ କାନ୍ଦି କାନ୍ଦି ମାଟିରେ ଗଡିଯାଉଛନ୍ତି ।