ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା; ଡିଭାଇଡରରେ ପିଟିଲା କାର, ଦୁଇ ପିଲାଙ୍କ ସହ ୪ ମୃତ

ନୂଆଦିଲ୍ଲୀ ୧୮।୦୪: ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଗୁରୁବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇଟି ଛୋଟ ପିଲାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଦ୍ରୁତ ଗତିରେ ଆସୁଥିବା କାରଟି ଡିଭାଇଡର୍ ସହିତ ଧକ୍କା ହୋଇ ଓଲଟି ପଡିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।ଏହି ଦୁର୍ଘଟଣା ପିଲୁଆ ପୋଲିସ ଷ୍ଟେସନ ପରିସରର ସୁନ୍ନା ନହର ନିକଟରେ ଘଟିଛି। କୁହାଯାଇଛି ଯେ ସମଗ୍ର ପରିବାର ନୋଏଡା ରୁ ମେନପୁରୀକୁ ଫେରୁଥିଲେ। ଏଥିସହିତ କାର ଡ୍ରାଇଭରଙ୍କ ଆଖି ଲାଗିଯାଥିଲା। ପରେ କାରଟି ଡିଭାଇଡର ସହ ମୁହାଁମୁହିଁ ଧକ୍କା ହୋଇଥିଲା। କାରର ଗତି ଏତେ ଅଧିକ ଥିଲା  ଏହା ବହୁ ଦୂର ପର୍ଯ୍ୟନ୍ତ ଘୋସାଡି ହୋଇଯାଇଥିଲା। କିଛି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାକି ଗୁରୁତରଙ୍କୁ ଡାକ୍ତଖାନରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । 

ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା; ଡିଭାଇଡରରେ ପିଟିଲା କାର, ଦୁଇ ପିଲାଙ୍କ ସହ ୪ ମୃତ

ନୂଆଦିଲ୍ଲୀ ୧୮।୦୪: ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଗୁରୁବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇଟି ଛୋଟ ପିଲାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଦ୍ରୁତ ଗତିରେ ଆସୁଥିବା କାରଟି ଡିଭାଇଡର୍ ସହିତ ଧକ୍କା ହୋଇ ଓଲଟି ପଡିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ଏହି ଦୁର୍ଘଟଣା ପିଲୁଆ ପୋଲିସ ଷ୍ଟେସନ ପରିସରର ସୁନ୍ନା ନହର ନିକଟରେ ଘଟିଛି। କୁହାଯାଇଛି ଯେ ସମଗ୍ର ପରିବାର ନୋଏଡା ରୁ ମେନପୁରୀକୁ ଫେରୁଥିଲେ। ଏଥିସହିତ କାର ଡ୍ରାଇଭରଙ୍କ ଆଖି ଲାଗିଯାଥିଲା। ପରେ କାରଟି ଡିଭାଇଡର ସହ ମୁହାଁମୁହିଁ ଧକ୍କା ହୋଇଥିଲା। କାରର ଗତି ଏତେ ଅଧିକ ଥିଲା  ଏହା ବହୁ ଦୂର ପର୍ଯ୍ୟନ୍ତ ଘୋସାଡି ହୋଇଯାଇଥିଲା। କିଛି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାକି ଗୁରୁତରଙ୍କୁ ଡାକ୍ତଖାନରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।