ଦେଶର ନାହିଁ ରାମ ଲହର; ଆସାମରେ ରାହୁଲ ଗାନ୍ଧୀଙ୍କ ବୟାନ, ହିମନ୍ତଙ୍କୁ କଲେ ଟାର୍ଗେଟ୍
ନୂଆଦିଲ୍ଲୀ: ଦେଶରେ କେଉଁଠି ବି ରାମ ଲହର ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଏହା କହିଛନ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀ ଆସାମର ଗୌହାଟୀରେ ମିଡିଆକୁ ବୟାନ ଦେଲା ବେଳେ ଏହା କହିଛନ୍ତି । ଏପରି କି ପ୍ରାଣ ପ୍ରତିଷ୍ଠାକୁ ପିଏମ୍ ମୋଦୀଙ୍କ କାର୍ଯ୍ୟକ୍ରମର ବୋଲି ରାହୁଲ କହିଛନ୍ତି । ଅନ୍ୟପଟେ ଆସାମରେ କଂଗ୍ରେସ ଯାତ୍ରା ଉପରେ ଏଫଆଇଆରକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ କଂଗ୍ରେସ ସାଂସଦ ଟାର୍ଗେଟ୍ କରିଛନ୍ତି । ସେ ପୁଣି ଥରେ ହେମନ୍ତ ବିଶ୍ୱ ଶର୍ମାଙ୍କୁ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ରାହୁଲ କହିଛନ୍ତି ଯେ ଆମର ଯାତ୍ରା ସମୟରେ କୌଣସି ବିରୋଧ ପ୍ରଦର୍ଶନ ହୋଇ ନାହିଁ । ବିଜେପି କର୍ମୀ ମୋତେ ଦେଖି ହାତ ହଲାଉଥିଲେ ଏବଂ ମୁଁ ସେମାନଙ୍କୁ ଫ୍ଲାଇଂ କିସ୍ ଦେଉଥିଲି । ରାହୁଲ୍ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଆମ ନ୍ୟାୟ ଯାତ୍ରା ଅଟକାଇ ଆସାମ ମୁଖ୍ୟମନ୍ତ୍ରୀ ଆମକୁ ଗୋଟିଏ ପ୍ରକାରେ ସାହାଯ୍ୟ କରୁଛନ୍ତି । ପଢନ୍ତୁ: କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଉତ୍ତେଜନା, ପୋଲିସ ଲାଠିଚାର୍ଜରେ ଅନେକ ଆହତ; ରାହୁଲ ଗାନ୍ଧୀଙ୍କ ବିରୋଧରେ କେସ୍ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ମମତା ବାନାର୍ଜୀ ଆସିବେ କି ? ଏହାର ଜବାବରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ତାଙ୍କୁ ନିମନ୍ତ୍ରଣ ଦେଇଛୁ ଏବଂ
ନୂଆଦିଲ୍ଲୀ: ଦେଶରେ କେଉଁଠି ବି ରାମ ଲହର ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଏହା କହିଛନ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀ ଆସାମର ଗୌହାଟୀରେ ମିଡିଆକୁ ବୟାନ ଦେଲା ବେଳେ ଏହା କହିଛନ୍ତି । ଏପରି କି ପ୍ରାଣ ପ୍ରତିଷ୍ଠାକୁ ପିଏମ୍ ମୋଦୀଙ୍କ କାର୍ଯ୍ୟକ୍ରମର ବୋଲି ରାହୁଲ କହିଛନ୍ତି ।
ଅନ୍ୟପଟେ ଆସାମରେ କଂଗ୍ରେସ ଯାତ୍ରା ଉପରେ ଏଫଆଇଆରକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ କଂଗ୍ରେସ ସାଂସଦ ଟାର୍ଗେଟ୍ କରିଛନ୍ତି । ସେ ପୁଣି ଥରେ ହେମନ୍ତ ବିଶ୍ୱ ଶର୍ମାଙ୍କୁ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ରାହୁଲ କହିଛନ୍ତି ଯେ ଆମର ଯାତ୍ରା ସମୟରେ କୌଣସି ବିରୋଧ ପ୍ରଦର୍ଶନ ହୋଇ ନାହିଁ । ବିଜେପି କର୍ମୀ ମୋତେ ଦେଖି ହାତ ହଲାଉଥିଲେ ଏବଂ ମୁଁ ସେମାନଙ୍କୁ ଫ୍ଲାଇଂ କିସ୍ ଦେଉଥିଲି । ରାହୁଲ୍ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଆମ ନ୍ୟାୟ ଯାତ୍ରା ଅଟକାଇ ଆସାମ ମୁଖ୍ୟମନ୍ତ୍ରୀ ଆମକୁ ଗୋଟିଏ ପ୍ରକାରେ ସାହାଯ୍ୟ କରୁଛନ୍ତି ।
ପଢନ୍ତୁ: କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଉତ୍ତେଜନା, ପୋଲିସ ଲାଠିଚାର୍ଜରେ ଅନେକ ଆହତ; ରାହୁଲ ଗାନ୍ଧୀଙ୍କ ବିରୋଧରେ କେସ୍
ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ମମତା ବାନାର୍ଜୀ ଆସିବେ କି ? ଏହାର ଜବାବରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ତାଙ୍କୁ ନିମନ୍ତ୍ରଣ ଦେଇଛୁ ଏବଂ ସେ ନିଶ୍ଚିତ ସାମିଲ ହେବା ଦରକାର । ସେ ଯଦି ଆସନ୍ତି ଆମକୁ ଭଲ ଲାଗିବ । ମମତାଙ୍କ ଅସନ୍ତୋଷକୁ ନେଇ ପ୍ରଶ୍ନର ଜବାବରେ ରାହୁଲ କହିଛନ୍ତି ଯେ ଆମର ଆସନ ବୁଝାମଣା ମମତା ବାନାର୍ଜୀଙ୍କ ସହ ଚାଲିଛି । ଆମ ସମ୍ପର୍କ ବହୁତ ଭଲ । ରାହୁଲ ଏହା ବି କହିଛନ୍ତି ଯେ ଏପଟୁ କିମ୍ୱା ସେପଟୁ ବେଳେବେଳେ କିଛି ଜଣ କିଛି ବୟାନ ଦେଇ ଦିଅନ୍ତି । ଏଥିରୁ କୌଣସି ଫରକ ପଡ଼ିବ ନାହିଁ ।
The post ଦେଶର ନାହିଁ ରାମ ଲହର; ଆସାମରେ ରାହୁଲ ଗାନ୍ଧୀଙ୍କ ବୟାନ, ହିମନ୍ତଙ୍କୁ କଲେ ଟାର୍ଗେଟ୍ appeared first on Prameya News7.