ମୟଙ୍କ ଯାଦବ ଭାରତର ଫାଷ୍ଟ ବୋଲିଂର ଭବିଷ୍ୟତ: ଶାମି

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବୋଲର ମହମ୍ମଦ ଶାମି ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ପ୍ରଶଂସା କରି ଭାରତୀୟ ବୋଲିଂ ଭବିଷ୍ୟତ ବୋଲି କହିଛନ୍ତି । ମୟଙ୍କ ଯାଦବ ଏବଂ ହର୍ଷିତ ରାଣାଙ୍କ ପରି ଯୁବ ଖେଳାଳି ଭାରତର ଫାଷ୍ଟ ବୋଲିଂକୁ ଆଗକୁ ନେବେ । ସେପଟେ ଦୀର୍ଘ ଦିନରୁ ଆହତ ଯୋଗୁଁ ଟିମକୁ ବାହାରେ ଥିବା ଶାମି ନିଜକୁ ଶତ ପ୍ରତିଶତ ଫିଟ୍ ଏବଂ ବୋଲିଂ ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ।ଦିନିକିଆ ବିଶ୍ୱକପରେ ଚମତ୍କାର ବୋଲିଂ କରିବା ପରେ ଆହତ କାରଣରୁ ଶାମି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ଗତ ଫେବ୍ରୁଆରୀରେ ସେ ଲଣ୍ଡନରେ ସର୍ଜରୀ କରାଇବା ପରେ ବେଙ୍ଗାଲୁରୁରେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀରେ ନିଜ ରିକଭରି ଉପରେ କାମ କରୁଛନ୍ତି ।ମଦମ୍ମଦ ଶାମି କହିଛନ୍ତି, 'ଭାରତୀୟ କ୍ରିକେଟ୍ ପାଇଁ ସବୁଠୁ ଭଲ ଖବର ଏହା ଯେ ଆମର ଫାଷ୍ଟ ବୋଲିଂର ଶକ୍ତି ବଢୁଛି । ପ୍ରଥମେ ଆମ ପାଖରେ କେବଳ କିଛି ଦ୍ରୁତ ବୋଲର ଥିଲେ, ଯେଉଁମାନେ ୧୪୦-୧୪୫ କିଲୋମିଟର ସ୍ପିଡ୍‌ରେ ବୋଲିଂ କରୁଥିଲେ । କିନ୍ତୁ ଏବେ ବେଞ୍ଚରେ ବସୁଥିବା ବୋଲର ବି ୧୪୫ କି.ମିରୁ ଅଧିକ ସ୍ପିଡ୍‌ରେ ବୋଲିଂ କରୁଛନ୍ତି । ଯେଉଁ ଦ୍ରୁତ ବୋଲରମାନେ ପ୍ରକୃତରେ ମୋତେ ପ୍ରଭାବିତ କରିଛନ୍ତି, ସେମାନଙ୍କ ମଧ୍ୟରେ ମୟଙ୍କ ଯାଦବଙ୍କ ନାଁ ରହିଛି । ସତରେ ସେ ପ୍ରଭାବୀ ଏବଂ ଭବିଷ୍ୟତରେ ଭାରତୀୟ ଫାଷ୍ଟ ବୋଲିଂର ନେତୃତ୍ୱ ସମ୍ଭାଳିବେ ।'

ମୟଙ୍କ ଯାଦବ ଭାରତର ଫାଷ୍ଟ ବୋଲିଂର ଭବିଷ୍ୟତ: ଶାମି

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବୋଲର ମହମ୍ମଦ ଶାମି ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ପ୍ରଶଂସା କରି ଭାରତୀୟ ବୋଲିଂ ଭବିଷ୍ୟତ ବୋଲି କହିଛନ୍ତି । ମୟଙ୍କ ଯାଦବ ଏବଂ ହର୍ଷିତ ରାଣାଙ୍କ ପରି ଯୁବ ଖେଳାଳି ଭାରତର ଫାଷ୍ଟ ବୋଲିଂକୁ ଆଗକୁ ନେବେ । ସେପଟେ ଦୀର୍ଘ ଦିନରୁ ଆହତ ଯୋଗୁଁ ଟିମକୁ ବାହାରେ ଥିବା ଶାମି ନିଜକୁ ଶତ ପ୍ରତିଶତ ଫିଟ୍ ଏବଂ ବୋଲିଂ ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ।

ଦିନିକିଆ ବିଶ୍ୱକପରେ ଚମତ୍କାର ବୋଲିଂ କରିବା ପରେ ଆହତ କାରଣରୁ ଶାମି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ଗତ ଫେବ୍ରୁଆରୀରେ ସେ ଲଣ୍ଡନରେ ସର୍ଜରୀ କରାଇବା ପରେ ବେଙ୍ଗାଲୁରୁରେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀରେ ନିଜ ରିକଭରି ଉପରେ କାମ କରୁଛନ୍ତି ।

ମଦମ୍ମଦ ଶାମି କହିଛନ୍ତି, 'ଭାରତୀୟ କ୍ରିକେଟ୍ ପାଇଁ ସବୁଠୁ ଭଲ ଖବର ଏହା ଯେ ଆମର ଫାଷ୍ଟ ବୋଲିଂର ଶକ୍ତି ବଢୁଛି । ପ୍ରଥମେ ଆମ ପାଖରେ କେବଳ କିଛି ଦ୍ରୁତ ବୋଲର ଥିଲେ, ଯେଉଁମାନେ ୧୪୦-୧୪୫ କିଲୋମିଟର ସ୍ପିଡ୍‌ରେ ବୋଲିଂ କରୁଥିଲେ । କିନ୍ତୁ ଏବେ ବେଞ୍ଚରେ ବସୁଥିବା ବୋଲର ବି ୧୪୫ କି.ମିରୁ ଅଧିକ ସ୍ପିଡ୍‌ରେ ବୋଲିଂ କରୁଛନ୍ତି । ଯେଉଁ ଦ୍ରୁତ ବୋଲରମାନେ ପ୍ରକୃତରେ ମୋତେ ପ୍ରଭାବିତ କରିଛନ୍ତି, ସେମାନଙ୍କ ମଧ୍ୟରେ ମୟଙ୍କ ଯାଦବଙ୍କ ନାଁ ରହିଛି । ସତରେ ସେ ପ୍ରଭାବୀ ଏବଂ ଭବିଷ୍ୟତରେ ଭାରତୀୟ ଫାଷ୍ଟ ବୋଲିଂର ନେତୃତ୍ୱ ସମ୍ଭାଳିବେ ।'