୪ ମ୍ୟାଚ୍ରେ ୧୪ ଓ୍ଵିକେଟ୍, ତଥାପି ବାଦ ପଡ଼ିଥିଲେ ମହମ୍ମଦ ଶାମି; ବଖାଣିଲେ ବିଶ୍ଵକପ୍ ମ୍ୟାଚ୍ ନ ଖେଳିବାର ଦୁଃଖ
ନୂଆଦିଲ୍ଲୀ: ଦିନିକିଆ ବିଶ୍ଵକପରେ ମହମ୍ମଦ ଶାମି ନିୟମିତ ଭଲ ପ୍ରଦର୍ଶନ କରି ଆସିଛନ୍ତି। ଏଥିପାଇଁ ତାଙ୍କୁ ବେଶ ପ୍ରଶଂସା ମଧ୍ୟ ମିଳିଛି। ଶାମି ୨୦୨୩ ଦିନିକିଆ ବିଶ୍ଵକପରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ଥିଲେ। ଏହା ପୂର୍ବରୁ ୨୦୧୯ ବିଶ୍ଵକପରେ ମଧ୍ୟ ସେ ଦମଦାର ପ୍ରଦର୍ଶନ କରି ଚହଳ ପକାଇଥିଲେ। ତଥାପି ତାଙ୍କୁ ଉକ୍ତ ବିଶ୍ଵକପର ସେମି ଫାଇନାଲ୍ ମ୍ୟାଚ୍ରେ ଖେଳିବାର ସୁଯୋଗ ମିଳି ନ ଥିଲା। ଏବେ ଶାମି ଉକ୍ତ ସମୟର ଘଟଣା ବିଷୟରେ ମୁହଁ ଖୋଲି ବଡ଼ ଟିପ୍ପଣୀ କରିଛନ୍ତି। ମହମ୍ମଦ ଶାମି ୨୦୧୯ ଦିନିକିଆ ବିଶ୍ଵକପରେ ମାତ୍ର ୪ଟି ମ୍ୟାଚ୍ ଖେଳି ୧୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ।ସେ ଉକ୍ତ ଦିନର ପ୍ରଦର୍ଶନକୁ ମନେ ପକାଇ କହିଛନ୍ତି, ୨୦୧୯ ବିଶ୍ଵକପର ସେ ପ୍ରଥମ ୪-୫ ମ୍ୟାଚ୍ ଖେଳି ନ ଥିଲେ। ତାର ପରବର୍ତ୍ତୀ ମ୍ୟାଚ୍ରେ ହ୍ୟାଟ୍ରିକ ହାସଲ କରିଥିଲି। ପୁଣି ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକରେ ୫ ଓ୍ଵିକେଟ୍ ଏବଂ ୪ ଓ୍ଵିକେଟ୍ ନେଇଥିଲେ। ୨୦୨୩ରେ ମଧ୍ୟ ସେମିତି ହୋଇଥିଲା। ପ୍ରଥମ କିଛି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳି ନ ଥିଲା। କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବା ମାତ୍ରେ ୫ ଓ୍ଵିକେଟ୍ ନେଇଥିଲେ। ଏହା ପରେ ୪ ଏବଂ ପରବର୍ତ୍ତୀ ମ୍ୟାଚରେ ୫ ଓ୍ଵିକେଟ୍ ନେଇଥିଲେ। Also read: ଗୌତମ ଗମ୍ଭୀରଙ୍କ ଦାବି ହେଲା ପୂରଣ, ଏହି ପୂର୍ବତନ ଖେଳାଳି ହେବେ ଟିମ୍ ଇଣ୍ଡିଆର ସହାୟକ କୋଚ୍ !ଶାମି କହିଛନ୍ତି, ସେ ସର୍ବଦା ଭାବନ୍ତି ଯେ
ନୂଆଦିଲ୍ଲୀ: ଦିନିକିଆ ବିଶ୍ଵକପରେ ମହମ୍ମଦ ଶାମି ନିୟମିତ ଭଲ ପ୍ରଦର୍ଶନ କରି ଆସିଛନ୍ତି। ଏଥିପାଇଁ ତାଙ୍କୁ ବେଶ ପ୍ରଶଂସା ମଧ୍ୟ ମିଳିଛି। ଶାମି ୨୦୨୩ ଦିନିକିଆ ବିଶ୍ଵକପରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ଥିଲେ। ଏହା ପୂର୍ବରୁ ୨୦୧୯ ବିଶ୍ଵକପରେ ମଧ୍ୟ ସେ ଦମଦାର ପ୍ରଦର୍ଶନ କରି ଚହଳ ପକାଇଥିଲେ। ତଥାପି ତାଙ୍କୁ ଉକ୍ତ ବିଶ୍ଵକପର ସେମି ଫାଇନାଲ୍ ମ୍ୟାଚ୍ରେ ଖେଳିବାର ସୁଯୋଗ ମିଳି ନ ଥିଲା। ଏବେ ଶାମି ଉକ୍ତ ସମୟର ଘଟଣା ବିଷୟରେ ମୁହଁ ଖୋଲି ବଡ଼ ଟିପ୍ପଣୀ କରିଛନ୍ତି।
ମହମ୍ମଦ ଶାମି ୨୦୧୯ ଦିନିକିଆ ବିଶ୍ଵକପରେ ମାତ୍ର ୪ଟି ମ୍ୟାଚ୍ ଖେଳି ୧୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ।ସେ ଉକ୍ତ ଦିନର ପ୍ରଦର୍ଶନକୁ ମନେ ପକାଇ କହିଛନ୍ତି, ୨୦୧୯ ବିଶ୍ଵକପର ସେ ପ୍ରଥମ ୪-୫ ମ୍ୟାଚ୍ ଖେଳି ନ ଥିଲେ। ତାର ପରବର୍ତ୍ତୀ ମ୍ୟାଚ୍ରେ ହ୍ୟାଟ୍ରିକ ହାସଲ କରିଥିଲି। ପୁଣି ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକରେ ୫ ଓ୍ଵିକେଟ୍ ଏବଂ ୪ ଓ୍ଵିକେଟ୍ ନେଇଥିଲେ। ୨୦୨୩ରେ ମଧ୍ୟ ସେମିତି ହୋଇଥିଲା। ପ୍ରଥମ କିଛି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳି ନ ଥିଲା। କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବା ମାତ୍ରେ ୫ ଓ୍ଵିକେଟ୍ ନେଇଥିଲେ। ଏହା ପରେ ୪ ଏବଂ ପରବର୍ତ୍ତୀ ମ୍ୟାଚରେ ୫ ଓ୍ଵିକେଟ୍ ନେଇଥିଲେ।
Also read: ଗୌତମ ଗମ୍ଭୀରଙ୍କ ଦାବି ହେଲା ପୂରଣ, ଏହି ପୂର୍ବତନ ଖେଳାଳି ହେବେ ଟିମ୍ ଇଣ୍ଡିଆର ସହାୟକ କୋଚ୍ !
ଶାମି କହିଛନ୍ତି, ସେ ସର୍ବଦା ଭାବନ୍ତି ଯେ ପ୍ରତ୍ୟେକ ଦଳକୁ ଏମିତି ଖେଳାଳିଙ୍କ ଆବଶ୍ୟକତା ପଡ଼ିଥାଏ ଯିଏ ଦମଦାର ପ୍ରଦର୍ଶନ କରି ପାରିବ। ୨୦୧୯ ବିଶ୍ଵକପରେ ୪ଟି ମ୍ୟାଚ୍ରେ ୧୪ ଓ୍ଵିକେଟ୍ ହାଲସ କରିଥିଲି। ଏଥିରୁ ମୁଁ ଅଧିକ ଆଉ କଣ କରି ପାରିବି ? ଉଲ୍ଲେଖନୀୟ ଶାମିଙ୍କୁ ଶ୍ରୀଲଙ୍କା ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ୍ରେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳି ନ ଥିଲା।
ମହମ୍ମଦ ଶାମି ଦିନିକିଆ ବିଶ୍ଵକପ୍ ଇତିହାସରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର। ସେ ଦିନିକିଆ ବିଶ୍ଵକପରେ ମାତ୍ର ୧୮ ମ୍ୟାଚ୍ ଖେଳି ୫୫ ଓ୍ଵିକେଟ୍ ନେଇଛନ୍ତି। ସେ ଦିନିକିଆ ବିଶ୍ଵକପରେ ସର୍ବାଧିକ ଥର ୫ ଓ୍ଵିକେଟ୍ ନେଇ ଇତିହାସ ରଚିଛନ୍ତି। ତାଙ୍କ ପରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ଜାହିର ଖାନ, ଯିଏ ୨୩ଟି ମ୍ୟାଚ୍ରୁ ୪୪ ଓ୍ଵିକେଟ୍ ନେଇଛନ୍ତି।