ଚତୁର୍ଥ ତ୍ରୈମାସିକରେ ୬.୨ ପ୍ରତିଶତ ରହିବ ଭାରତର ଜିଡିପି ଅଭିବୃଦ୍ଧି: ଇଣ୍ଡିଆ ରେଟିଂସ

ଭୁବନେଶ୍ବର: ଚତୁର୍ଥ ତ୍ରୈମାସିକରେ ୬.୨ ପ୍ରତିଶତ ରହିପାରେ ଭାରତର ଜିଡିପି ଅଭିବୃଦ୍ଧି। ଖାଲି ସେତିକି ନୁହେଁ ଆର୍ଥିକ ବର୍ଷ ୨୦୨୩-୨୪ରେ ପ୍ରାୟ ୬.୯ ପ୍ରତିଶତ ରହିପାରେ ଜିଡିପି । ଏଭଳି ଅନୁମାନ କରିଛି ରେଟିଂ ଏଜେନ୍ସୀ ଇଣ୍ଡିଆ ରେଟିଂସ ଆଣ୍ଡ୍‌ ରିସର୍ଚ୍ଚ।ସୂଚନାଥାଉକି, ସରକାର ଚତୁର୍ଥ ତ୍ରୈମାସିକ ଏବଂ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଜିଡିପି ବୃଦ୍ଧିର ପ୍ରାରମ୍ଭିକ ଅନୁମାନ ମେ ୩୧ରେ ଜାରି କରିବେ। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଜୁନ୍ ତ୍ରୈମାସିକରେ ୮.୨ ପ୍ରତିଶତ, ସେପ୍ଟେମ୍ବର ତ୍ରୈମାସିକ ୮.୧ ପ୍ରତିଶତ ଏବଂ ଡିସେମ୍ବର ତ୍ରୈମାସିକରେ ୮.୪ ପ୍ରତିଶତ ହାରରେ ବଢ଼ିଥିଲା।

ଚତୁର୍ଥ ତ୍ରୈମାସିକରେ ୬.୨ ପ୍ରତିଶତ ରହିବ ଭାରତର ଜିଡିପି ଅଭିବୃଦ୍ଧି: ଇଣ୍ଡିଆ ରେଟିଂସ

ଭୁବନେଶ୍ବର: ଚତୁର୍ଥ ତ୍ରୈମାସିକରେ ୬.୨ ପ୍ରତିଶତ ରହିପାରେ ଭାରତର ଜିଡିପି ଅଭିବୃଦ୍ଧି। ଖାଲି ସେତିକି ନୁହେଁ ଆର୍ଥିକ ବର୍ଷ ୨୦୨୩-୨୪ରେ ପ୍ରାୟ ୬.୯ ପ୍ରତିଶତ ରହିପାରେ ଜିଡିପି । ଏଭଳି ଅନୁମାନ କରିଛି ରେଟିଂ ଏଜେନ୍ସୀ ଇଣ୍ଡିଆ ରେଟିଂସ ଆଣ୍ଡ୍‌ ରିସର୍ଚ୍ଚ।

ସୂଚନାଥାଉକି, ସରକାର ଚତୁର୍ଥ ତ୍ରୈମାସିକ ଏବଂ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଜିଡିପି ବୃଦ୍ଧିର ପ୍ରାରମ୍ଭିକ ଅନୁମାନ ମେ ୩୧ରେ ଜାରି କରିବେ। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଜୁନ୍ ତ୍ରୈମାସିକରେ ୮.୨ ପ୍ରତିଶତ, ସେପ୍ଟେମ୍ବର ତ୍ରୈମାସିକ ୮.୧ ପ୍ରତିଶତ ଏବଂ ଡିସେମ୍ବର ତ୍ରୈମାସିକରେ ୮.୪ ପ୍ରତିଶତ ହାରରେ ବଢ଼ିଥିଲା।