Independence Day 2024: ଆଗେଇ ଚାଲିଛି ଭାରତ; ଶିକ୍ଷା-ଚିକିତ୍ସା-କ୍ରୀଡା ସବୁଥିରେ ବିକାଶ

ବ୍ରିଟିଶ ଶାସନରୁ ମୁକ୍ତି ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଛି। ଏହାର ବିକାଶ କ୍ଷୀପ୍ର ଗତିରେ ବଢି ଚାଲିଛି। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।

Independence Day 2024: ଆଗେଇ ଚାଲିଛି ଭାରତ; ଶିକ୍ଷା-ଚିକିତ୍ସା-କ୍ରୀଡା ସବୁଥିରେ ବିକାଶ

ଇଷ୍ଟ୍ ଇଣ୍ଡିଆ ବା ବ୍ରିଟିଶ ଶାସନ ବିରୁଦ୍ଧରେ ଦୀର୍ଘ ଦିନର ସଂଗ୍ରାମ ପରେ ୧୫ ଅଗଷ୍ଟ ୧୯୪୭ରେ ଭାରତ ସ୍ୱାଧୀନତା ପାଇଲା। ଅନେକ ବୀର ପ୍ରାଣ ହରାଇଲେ। ସେମାନେ ବ୍ରିଟିଶର ଦମନକାରୀ ନୀତିକୁ ଅନୁଭବ କରିଥିଲେ ଏବଂ ନିର୍ଯାତନା ଓ ଦଣ୍ଡର ସମ୍ମୁଖୀନ ମଧ୍ୟ ହେଉଥିଲେ। ସେମାନେ ବ୍ରିଟିଶମାନଙ୍କ ଦ୍ୱାରା ବିକାଶର କୌଣସି ସୁଯୋଗ ପାଉ ନ ଥିଲେ।

ସେମାନେ ନା ପାଉଥିଲେ ଉଚିତ ଶିକ୍ଷା ନା ଭବିଷ୍ୟତ ପିଢିକୁ ଦେଇପାରୁଥିଲେ। ବ୍ରିଟିଶ ଶାସନ ଅଧୀନରେ ଲୋକମାନେ ଦାସ ପରି କାମ କରୁଥିଲେ କାରଣ ସେମାନଙ୍କୁ ଭାରି ଟିକସ ଦେବାକୁ ପଡୁଥିଲା। ଯଦି ସେମାନେ ଟିକସ୍‌ ଦେବାରେ ଅସମର୍ଥ ହେଉଥିଲେ, ଇଂରେଜ ଏବଂ ସେମାନଙ୍କ ଅଧିକାରୀ ଏବଂ ପୋଲିସ୍ ସେମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରୁଥିଲେ।

ଏହି ସମୟରେ ବିଦ୍ରୋହୀମାନଙ୍କ ଦ୍ୱାରା କିଛି ଛୋଟମୋଟ ଘଟଣା ଘଟିଥିଲା, କିନ୍ତୁ ସେସବୁ ବ୍ୟକ୍ତିଗତ ଝଗଡା ଥିଲା।​ ୧୮୫୭ ମସିହାରେ, ଭାରତର ସମସ୍ତ ଭାଗରେ ଏକ ବଡ଼ ଧରଣର ବିଦ୍ରୋହ ହୋଇଥିଲା, ଯାହା ଭାରତୀୟଙ୍କ ମଧ୍ୟରେ ସ୍ୱାଧୀନତାର ଭାବନାକୁ ଜାଗ୍ରତ କରିଥିଲା। ପରେ ୧୯୧୫ ମସିହାରେ ମହାତ୍ମା ଗାନ୍ଧୀ ଏହାକୁ ଏମିତି ସ୍ତରକୁ ନେଇଗଲେ, ଯାହା ଭାରତରେ ବ୍ରିଟିଶ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲା, ଯାହା ବ୍ରିଟିଶରମାନଙ୍କୁ ଭାରତ ଛାଡିବା ପାଇଁ ବାଧ୍ୟ କରିଥିଲା।

ପରେ ୨୬ ଜାନୁଆରୀ ୧୯୫୦ରେ ଭାରତର ସମ୍ବିଧାନ ଲାଗୁ ହେଲା। ନବ ଗଠିତ ସରକାର ପାଖକୁ ସମସ୍ତ କ୍ଷମତାର ଅଧିକାର ଆସିଲା ଏବଂ ଦେଶକୁ ପୁଣି ଏକ ସୁବର୍ଣ୍ଣ ପକ୍ଷୀରେ ପରିବର୍ତ୍ତନ କରିବାର ସୁଯୋଗ ମିଳିଲା। ଏହା ଭିତରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଲା। ଏହା ଖୁବ୍ ଶୀଘ୍ର ଏକ ବିକାଶଶୀଳ ଦେଶରେ ପରିଣତ ହୋଇଗଲା।

ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧୀ ବିଷୟରେ ଜାଣିନେବା।

ଶିକ୍ଷା:

ସ୍ୱାଧୀନତା ପରଠାରୁ ଭାରତରେ ଶିକ୍ଷା କ୍ଷେତ୍ରରେ ନିରନ୍ତର ବିକାଶ ଦେଖାଯାଉଛି। ନିରକ୍ଷରତା ହାର ହ୍ରାସ ପାଉଛି। ଅନେକ ବିଶ୍ୱସ୍ତରୀୟ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି ଯାହା ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାକୁ ପ୍ରୋତ୍ସାହନ କରୁଛି। ଅନେକ ଗବେଷଣା କାର୍ଯ୍ୟ ମଧ୍ୟ ଚାଲିଛି।

Achievements of india after independenceଭାରତରେ ଶିକ୍ଷା କ୍ଷେତ୍ରରେ ନିରନ୍ତର ବିକାଶ

ମହିଳା ସଶକ୍ତିକରଣ:

ଭାରତୀୟ ମହିଳାଙ୍କୁ ସଶକ୍ତ କରିବା ପାଇଁ ସମ୍ବିଧାନ ମହିଳାମାନଙ୍କୁ ସମାନ ଅଧିକାର ଦେଇଛି। ବର୍ତ୍ତମାନ ମହିଳାମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନିଜର ଯୋଗଦାନ ଦେଉଛନ୍ତି। ପାଇଲଟ୍ ହୋଇ ଆକାଶରେ ଉଡୁଛନ୍ତି ଆଉ ସୈନିକ ହୋଇ ଶତ୍ରୁ ସହ ଲଢୁଛନ୍ତି। ରାଜନୀତିରେ ଭାଗ ନେଇ ଦେଶର କ୍ଷମତାକୁ ଉପଭୋଗ କରୁଛନ୍ତି ତ ପୁଣି କେଉଁଠି ପ୍ରଶାସନ ଦାୟିତ୍ୱରେ ରହି ସେବା କରୁଛନ୍ତି।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା:

ଭାରତ ବର୍ତ୍ତମାନ ସୁରକ୍ଷା ଏବଂ ମହାକାଶ କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱାଧୀନ। ଭାରତ ନିଜର କ୍ଷେପଣାସ୍ତ୍ର ବିକଶିତ କରିଛି; ମହାକାଶକୁ ଅନେକ ଉପଗ୍ରହ ଉତକ୍ଷେପଣ କରିଛି ଏବଂ ଅନେକ କ୍ଷେତ୍ରରେ ଏହାର ପ୍ରଯୁକ୍ତିକୁ ବ୍ୟବହାର କରୁଛି। ଯୋଗାଯୋଗ କ୍ଷେତ୍ରରେ ଭାରତ ଅନେକ ଦେଶକୁ ପଛରେ ପକାଇଦେଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହର ସନ୍ଧାନରେ ଭାରତ ପଦକ୍ଷେପ ନେଇଛି।

କ୍ରୀଡା:

କ୍ରୀଡା କ୍ଷେତ୍ରରେ ଭାରତ ଅପାର ଲୋକପ୍ରିୟତା ହାସଲ କରିଛି। ଭାରତ ଅନେକ ଶୀର୍ଷ ସ୍ତରର କ୍ରୀଡ଼ାବିତ୍ ତିଆରି କରିଛି ଯେଉଁମାନେ ନିଜ ଜୀବନରେ ଅନେକ ପଦକ ଜିତିଛନ୍ତି। ପ୍ରତ୍ୟେକ ଆନ୍ତର୍ଜାତୀୟ କ୍ରୀଡାରେ ଭାରତୀୟମାନେ ସେମାନଙ୍କର ପ୍ରତିଭା ଏବଂ ଦକ୍ଷତା ପ୍ରଦର୍ଶନ କରି ଦେଶ ପାଇଁ ପଦକ ଜିତୁଛନ୍ତି।

Achievements of india after independenceକ୍ରୀଡା କ୍ଷେତ୍ରରେ ଭାରତ ଅପାର ଲୋକପ୍ରିୟତା ହାସଲ

ଉତ୍ପାଦନ ଏବଂ ନିର୍ମାଣ:

ବର୍ତ୍ତମାନ ଭାରତ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛି। ଯାନ ଏବଂ ମେସିନ୍ ବିଶ୍ୱ ବଜାରକୁ ରପ୍ତାନି କରୁଛି। କମ୍ପ୍ୟୁଟର କ୍ଷେତ୍ରରେ ଭାରତ ବହୁତ ଅଗ୍ରଗତି କରିଛି। ଇଣ୍ଟରନେଟ୍‌ରେ ଅନେକ ପ୍ରକାରର ସୁବିଧା ଉପଲବ୍ଧ ହୋଇଛି ଯାହା ମାନବ ଜୀବନକୁ ସହଜ କରିଛି।

ଚିକିତ୍ସା ବିଜ୍ଞାନର ବିକାଶ:

ଚିକିତ୍ସା ବିଜ୍ଞାନର ବିକାଶ ସହିତ ଆମ ଦେଶରୁ ବିଭିନ୍ନ ପ୍ରକାର ମହାମାରୀ ଏବଂ ପୋଲିଓକୁ ସଫଳତାର ସହିତ ବିଲୋପ କରାଯାଇଛି।

ପରିବହନ:

ପରିବହନ କ୍ଷେତ୍ରରେ ସଡ଼କ ସଂଖ୍ୟା ବୃଦ୍ଧି କରାଯାଇଛି। ସମଗ୍ର ଦେଶ ବର୍ତ୍ତମାନ ସଡ଼କ ଏବଂ ରେଳ ଲାଇନ୍‌ର ଏକ ନେଟ୍‌ୱାର୍କ ଦ୍ୱାରା ସଂଯୁକ୍ତ। ଆନ୍ତର୍ଜାତୀୟ ଯାତ୍ରା ପାଇଁ ଅନେକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରାଯାଇଛି।

Achievements of india after independenceସମଗ୍ର ଦେଶ ବର୍ତ୍ତମାନ ରେଳ ଲାଇନ୍‌ର ଏକ ନେଟ୍‌ୱାର୍କ ଦ୍ୱାରା ସଂଯୁକ୍ତ

ଅନ୍ତରୀକ୍ଷ ଏବଂ ପ୍ରତିରକ୍ଷା କାର୍ଯ୍ୟକ୍ରମ:

ଆଜି ଆମେ ଅନ୍ତରୀକ୍ଷ ଏବଂ ପ୍ରତିରକ୍ଷା କାର୍ଯ୍ୟକ୍ରମ କ୍ଷେତ୍ରରେ ସବୁଠାରୁ ବିକାଶଶୀଳ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଛେ। ଆମେ ଭାରତୀୟ ମହାକାଶ ଗବେଷଣା ସଂଗଠନ ଅଧୀନରେ ଚନ୍ଦ୍ର ଏବଂ ମଙ୍ଗଳ ମିଶନ ସମେତ ବିଭିନ୍ନ ଅନ୍ତରୀକ୍ଷ କାର୍ଯ୍ୟକ୍ରମ ଆରମ୍ଭ କରିଛୁ।

ଭାରତୀୟ ସଶସ୍ତ୍ର ବାହିନୀ:

ଭାରତ ଆଜି ବିଶ୍ୱର ଚାରୋଟି ବୃହତ୍ତମ ସାମରିକ ଶକ୍ତି ମଧ୍ୟରୁ ଅନ୍ୟତମ ଏବଂ ବିଶ୍ୱର ଅତ୍ୟାଧୁନିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ନିଜର ସ୍ଥିତି ସୁଦୃଢ଼ କରିପାରିଛି।

ବୈଷୟିକ ଶିକ୍ଷା ଏବଂ ଡିଜିଟାଲ ଇଣ୍ଡିଆ:

ସ୍ୱାଧୀନତା ପରଠାରୁ ଭାରତ ଏହାର ବୈଷୟିକ ଶିକ୍ଷା କ୍ଷେତ୍ରର ବିକାଶ କରୁଛି। ବର୍ତ୍ତମାନ ଭାରତ ଏମିତି ଏକ ରାଷ୍ଟ୍ର ହୋଇପାରିଛି ଯାହାକି ଅନେକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିଛି ଏବଂ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିବା ପାଇଁ ଏକ ବିଶାଳ ସଡ଼କ ନେଟ୍‌ୱାର୍କ ନିର୍ମାଣ କରିଛି।

Achievements of india after independenceଭାରତର ବୈଷୟିକ ଶିକ୍ଷା କ୍ଷେତ୍ରର ବିକାଶ

ଆଇଟି ଶିଳ୍ପରେ ଅଗ୍ରଗତି:

ଭାରତରେ ସୂଚନା ପ୍ରଯୁକ୍ତିର ଦୁଇଟି ମୁଖ୍ୟ ଉପାଦାନ ଅଛି; ଆଇଟି ସେବା ଏବଂ ବିଜ୍‌ନେସ୍ ପ୍ରୋସେସ୍ ଆଉଟ୍‌ସୋର୍ସିଂ (ବିପିଓ)। ଭାରତର ଜିଡିପିରେ ଏହାର ଅବଦାନ ୧୯୯୮ରେ ୧.୨% ରୁ ବଢି ୨୦୧୨ରେ ୭.୫% କୁ ଯାଇଥିଲା।

ହେଭି ଇଣ୍ଡଷ୍ଟ୍ରିଜ୍:

ଦେଶକୁ ନିର୍ଭରଶୀଳ କରିବା ପାଇଁ ଭାରତରେ ଅନେକ ଭାରୀ ଶିଳ୍ପ ପ୍ରତିଷ୍ଠା କରାଯାଇଛି।