ବ୍ରେକ୍‌ଅପ ଗୁଜବ ମଧ୍ୟରେ ଏକାଠି ନଜର ଆସିଲେ ଅର୍ଜୁନ-ମଲାଇକା

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଗୁଜବ ଉଠୁଛି ଯେ ଦୁହିଁଙ୍କର ବ୍ରେକ୍‌ଅପ ହୋଇଯାଇଛି। ତେବେ ଏଭଳି ଗୁଜବ ସତ୍ତ୍ୱେ ଉଭୟଙ୍କୁ ଅନେକ ଥର ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି। ବ୍ରେକ୍‌ଅପ ଗୁଜବ ମଧ୍ୟରେ ଶନିବାର ସକାଳେ ଉଭୟଙ୍କୁ ମୁମ୍ବାଇରେ ଅମୃତା ଆରୋରାଙ୍କ ପାର୍ଟୀରୁ ଗୋଟିଏ କାର୍‌ରେ ଫେରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ପରେ ମଲାଇକା ଏବଂ ଅର୍ଜୁନଙ୍କୁ ଏକାଠି ଦେଖିବାକୁ ମିଳିଛି। ତେବେ […] The post ବ୍ରେକ୍‌ଅପ ଗୁଜବ ମଧ୍ୟରେ ଏକାଠି ନଜର ଆସିଲେ ଅର୍ଜୁନ-ମଲାଇକା appeared first on Dharitri Odia News.

ବ୍ରେକ୍‌ଅପ ଗୁଜବ ମଧ୍ୟରେ ଏକାଠି ନଜର ଆସିଲେ ଅର୍ଜୁନ-ମଲାଇକା

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଗୁଜବ ଉଠୁଛି ଯେ ଦୁହିଁଙ୍କର ବ୍ରେକ୍‌ଅପ ହୋଇଯାଇଛି। ତେବେ ଏଭଳି ଗୁଜବ ସତ୍ତ୍ୱେ ଉଭୟଙ୍କୁ ଅନେକ ଥର ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି। ବ୍ରେକ୍‌ଅପ ଗୁଜବ ମଧ୍ୟରେ ଶନିବାର ସକାଳେ ଉଭୟଙ୍କୁ ମୁମ୍ବାଇରେ ଅମୃତା ଆରୋରାଙ୍କ ପାର୍ଟୀରୁ ଗୋଟିଏ କାର୍‌ରେ ଫେରୁଥିବା ଦେଖିବାକୁ ମିଳିଛି।

ଦୀର୍ଘ ସମୟ ପରେ ମଲାଇକା ଏବଂ ଅର୍ଜୁନଙ୍କୁ ଏକାଠି ଦେଖିବାକୁ ମିଳିଛି। ତେବେ କିଛି ଦିନ ପୂର୍ବରୁ ସେମାନେ ଏକାଠି ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିବ ଯେ ଅର୍ଜୁନ ଏବଂ ମଲାଇକା କାର୍‌ର ପଛ ସିଟରେ ଏକାଠି ବସିଛନ୍ତି। ଏହି ସମୟରେ ମଲାଇକାଙ୍କୁ ଏକ ଧଳା ପୋଷାକରେ, ଅର୍ଜୁନଙ୍କ ଏକ କଳା ପୋଷାକରେ ଦେଖିବାକୁ ମିଳିଥିଲା।

The post ବ୍ରେକ୍‌ଅପ ଗୁଜବ ମଧ୍ୟରେ ଏକାଠି ନଜର ଆସିଲେ ଅର୍ଜୁନ-ମଲାଇକା appeared first on Dharitri Odia News.