ପୁଣି ଆଳୁ ଅଟକାଇଲେ ଦିଦି, ଟେନଶନରେ ସରକାର

ଜଳେଶ୍ୱର,୨୮।୧୧: ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଛନ୍ତି। କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ଆଜି ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ହୁ ହୁ ହୋଇ ବଢୁଥିବା ପରିବା ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅଣ୍ଟା କଷିଥିଲେ ମଧ୍ୟ ଦର ବଢି ଚାଲିଛି। ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହେଉଛନ୍ତି। କିଛିଦିନ ପୂର୍ବରୁ ଆଳୁକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ […] The post ପୁଣି ଆଳୁ ଅଟକାଇଲେ ଦିଦି, ଟେନଶନରେ ସରକାର appeared first on Dharitri Odia News.

ପୁଣି ଆଳୁ ଅଟକାଇଲେ ଦିଦି, ଟେନଶନରେ ସରକାର

ଜଳେଶ୍ୱର,୨୮।୧୧: ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଛନ୍ତି। କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ଆଜି ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ହୁ ହୁ ହୋଇ ବଢୁଥିବା ପରିବା ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅଣ୍ଟା କଷିଥିଲେ ମଧ୍ୟ ଦର ବଢି ଚାଲିଛି। ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହେଉଛନ୍ତି। କିଛିଦିନ ପୂର୍ବରୁ ଆଳୁକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ବିଧାନସଭା ଚାଲିଥିବାବେଳେ ପୁଣି ଦିଦିଙ୍କ ଆଳୁଗାଡି ଅଟକାଇବାକୁ ନେଇ ଗୃହରେ ଆଳୁ ପ୍ରସଙ୍ଗ ଝଡ ସୃଷ୍ଟି କରିପାରେ।

ସୂଚନାଥାଉ କି, ବେଲଦାରେ ଶତାଧିକ ଆଳୁ ଟ୍ରକ ଅଟକି ରହିଛି। ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ଅଟକିଛି ଆଳୁଗାଡ଼ି। ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ଜଣାପଡ଼ି ନାହିଁ। ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ।

The post ପୁଣି ଆଳୁ ଅଟକାଇଲେ ଦିଦି, ଟେନଶନରେ ସରକାର appeared first on Dharitri Odia News.