କ୍ୟାବିନେଟ୍ ବୈଠକରେ ୬ ପ୍ରସ୍ତାବ ଉପରେ ବାଜିଲା ମୋହର, ସୁଭଦ୍ରା ଯୋଜନାର ସଂଶୋଧନକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ଵର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ୍ରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଏହା ସହିତ ସୁଭଦ୍ରା ଯୋଜନାର ସଂଶୋଧନକୁ ମଞ୍ଜୁରୀ ମିଳିଛି। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମୁଖ୍ୟ ସଚିବ ମନୋଜ ଆହୁଜା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର କରାଯିବ। ଏଯାବତ ମୋଟ୍ ୧ କୋଟି ୨ ଲକ୍ଷ ଆବେଦନ ଆସିଛି। ୬୦ ଲକ୍ଷ ସୁଭଦ୍ରା ହିତାଧିକାରୀ ଟଙ୍କା ପାଇ ସାରିଛନ୍ତି। ବୈଠକରେ ଜିଏସଟି ଆକ୍ଟରେ ସଂଶୋଧନ, ବିଧାନସଭା ଅଧିବେଶନ ନ ଥିବାରୁ ଅଧ୍ୟାଦେଶକୁ ମଞ୍ଜୁରି ମିଳିଛି।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ୩୧୦୦ ଟଙ୍କା ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି। ଏ ନେଇ ୧୭ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏୟାର ସଂଯୋଗୀକରଣ ବଢାଇବାକୁ ନିଷ୍ପତ୍ତି ହୋଇଛି। ସବସିଡି ପୋଲିସ ଓ ଓପିଏସସି ଅଧ୍ୟକ୍ଷ ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଖାଦ୍ୟ ଓ ଧାନ ସଂଗ୍ରହ ନୀତି ୨୦୨୪-୨୫କୁ ଅନୁମୋଦନ ମିଳିଛି। ୮୦ ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମୁଖ୍ୟ ସଚିବ ମନୋଜ ଆହୁଜା ସାମ
ଭୁବନେଶ୍ଵର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ୍ରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଏହା ସହିତ ସୁଭଦ୍ରା ଯୋଜନାର ସଂଶୋଧନକୁ ମଞ୍ଜୁରୀ ମିଳିଛି। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ମୁଖ୍ୟ ସଚିବ ମନୋଜ ଆହୁଜା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର କରାଯିବ। ଏଯାବତ ମୋଟ୍ ୧ କୋଟି ୨ ଲକ୍ଷ ଆବେଦନ ଆସିଛି। ୬୦ ଲକ୍ଷ ସୁଭଦ୍ରା ହିତାଧିକାରୀ ଟଙ୍କା ପାଇ ସାରିଛନ୍ତି।
ବୈଠକରେ ଜିଏସଟି ଆକ୍ଟରେ ସଂଶୋଧନ, ବିଧାନସଭା ଅଧିବେଶନ ନ ଥିବାରୁ ଅଧ୍ୟାଦେଶକୁ ମଞ୍ଜୁରି ମିଳିଛି।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ୩୧୦୦ ଟଙ୍କା ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି। ଏ ନେଇ ୧୭ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏୟାର ସଂଯୋଗୀକରଣ ବଢାଇବାକୁ ନିଷ୍ପତ୍ତି ହୋଇଛି। ସବସିଡି ପୋଲିସ ଓ ଓପିଏସସି ଅଧ୍ୟକ୍ଷ ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଖାଦ୍ୟ ଓ ଧାନ ସଂଗ୍ରହ ନୀତି ୨୦୨୪-୨୫କୁ ଅନୁମୋଦନ ମିଳିଛି। ୮୦ ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମୁଖ୍ୟ ସଚିବ ମନୋଜ ଆହୁଜା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।