‘ଦାୟିତ୍ୱହୀନ ରିପୋର୍ଟିଂ ପାଇଁ କ୍ଷମା ମାଗ’: WSJ ଏବଂ ରଏଟର୍ସକୁ ନୋଟିସ ପଠାଇଲା ପାଇଲଟ୍ ଫେଡେରେସନ
ନୂଆଦିଲ୍ଲୀ: ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏବଂ ରଏଟର୍ସ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଭାରତୀୟ ପାଇଲଟ୍ ମହାସଂଘ (FIP) । ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆ ଦୁର୍ଘଟଣା ଉପରେ ସେମାନଙ୍କର ପ୍ରକାଶିତ ରିପୋର୍ଟ ପରେ ଏହି ପଦକ୍ଷେପ ନିଆଯାଇଛି। ଯେଉଁଥିରେ ପାଇଲଟ୍ ତ୍ରୁଟି କିମ୍ବା କକପିଟରେ ଦ୍ୱନ୍ଦ୍ୱକୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ ଭାବରେ ଦର୍ଶାଯାଇଥିଲା।ଫେଡେରେସନ ଅଭିଯୋଗ କରିଛି ଯେ ଏହି ଗଣମାଧ୍ୟମ ରିପୋର୍ଟଗୁଡ଼ିକ କୌଣସି ଠୋସ୍ ପ୍ରମାଣ ବିନା 'ପାଇଲଟ୍ ତ୍ରୁଟି' ପାଇଁ ଦୁର୍ଘଟଣାକୁ ଦାୟୀ କରିଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭ୍ରାମକ।FIP ଦ୍ୱାରା ପଠାଯାଇଥିବା ନୋଟିସରେ, ଏହି ଗଣମାଧ୍ୟମ ସଂଗଠନଗୁଡ଼ିକଠାରୁ ଆନୁଷ୍ଠାନିକ କ୍ଷମା ପ୍ରାର୍ଥନା କରାଯାଇଛି ଏବଂ ସେମାନଙ୍କର ରିପୋର୍ଟିଂକୁ 'ଚୟନମୂଳକ ଏବଂ ଯାଞ୍ଚ ନକରାଯାଇଥିବା' ଭାବରେ ବର୍ଣ୍ଣନା କରାଯାଇଛି। FIP ବିବୃତ୍ତିରେ କୁହାଯାଇଛି ଯେ ଏପରି ରିପୋର୍ଟିଂ 'ଦାୟିତ୍ୱହୀନ', ବିଶେଷକରି ଯେତେବେଳେ ତଦନ୍ତ ଜାରି ରହିଛି।ସେହିପରି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ NTSBର ମୁଖ୍ୟ ଜେନିଫର ହୋମେଣ୍ଡି କହିଛନ୍ତି ଯେ, ଏୟାର ଇଣ୍ଡିଆ-୧୭୧ ଦୁର୍ଘଟଣା ଉପରେ ଆସୁଥିବା ରିପୋର୍ଟ ଅସମ୍ପୂର୍ଣ୍ଣ, ତରବରିଆ ଓ ଅନୁମାନ ଉପରେ ଆଧାରିତ । ଭାରତର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) କେବଳ ଏକ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଛି ଏବଂ ଏହି ସ୍ତର
ନୂଆଦିଲ୍ଲୀ: ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏବଂ ରଏଟର୍ସ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଭାରତୀୟ ପାଇଲଟ୍ ମହାସଂଘ (FIP) । ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆ ଦୁର୍ଘଟଣା ଉପରେ ସେମାନଙ୍କର ପ୍ରକାଶିତ ରିପୋର୍ଟ ପରେ ଏହି ପଦକ୍ଷେପ ନିଆଯାଇଛି। ଯେଉଁଥିରେ ପାଇଲଟ୍ ତ୍ରୁଟି କିମ୍ବା କକପିଟରେ ଦ୍ୱନ୍ଦ୍ୱକୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ ଭାବରେ ଦର୍ଶାଯାଇଥିଲା।
ଫେଡେରେସନ ଅଭିଯୋଗ କରିଛି ଯେ ଏହି ଗଣମାଧ୍ୟମ ରିପୋର୍ଟଗୁଡ଼ିକ କୌଣସି ଠୋସ୍ ପ୍ରମାଣ ବିନା 'ପାଇଲଟ୍ ତ୍ରୁଟି' ପାଇଁ ଦୁର୍ଘଟଣାକୁ ଦାୟୀ କରିଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭ୍ରାମକ।
FIP ଦ୍ୱାରା ପଠାଯାଇଥିବା ନୋଟିସରେ, ଏହି ଗଣମାଧ୍ୟମ ସଂଗଠନଗୁଡ଼ିକଠାରୁ ଆନୁଷ୍ଠାନିକ କ୍ଷମା ପ୍ରାର୍ଥନା କରାଯାଇଛି ଏବଂ ସେମାନଙ୍କର ରିପୋର୍ଟିଂକୁ 'ଚୟନମୂଳକ ଏବଂ ଯାଞ୍ଚ ନକରାଯାଇଥିବା' ଭାବରେ ବର୍ଣ୍ଣନା କରାଯାଇଛି। FIP ବିବୃତ୍ତିରେ କୁହାଯାଇଛି ଯେ ଏପରି ରିପୋର୍ଟିଂ 'ଦାୟିତ୍ୱହୀନ', ବିଶେଷକରି ଯେତେବେଳେ ତଦନ୍ତ ଜାରି ରହିଛି।
ସେହିପରି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ NTSBର ମୁଖ୍ୟ ଜେନିଫର ହୋମେଣ୍ଡି କହିଛନ୍ତି ଯେ, ଏୟାର ଇଣ୍ଡିଆ-୧୭୧ ଦୁର୍ଘଟଣା ଉପରେ ଆସୁଥିବା ରିପୋର୍ଟ ଅସମ୍ପୂର୍ଣ୍ଣ, ତରବରିଆ ଓ ଅନୁମାନ ଉପରେ ଆଧାରିତ । ଭାରତର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) କେବଳ ଏକ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଛି ଏବଂ ଏହି ସ୍ତରର ତଦନ୍ତରେ ସମୟ ଲାଗେ।