୬୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ୟାମଲ

ବର୍ଲିନ,୧୫।୭: ସ୍ପେନ୍‌ ୟୁରୋ କପ ୨୦୨୪ ଚାମ୍ପିୟନ୍‌ ହୋଇଛି। ଇଂଲଣ୍ଡକୁ ପରାସ୍ତ କରି ଦଳ ଟାଇଟଲ ଜିତିଛି। ଇଂଲଣ୍ଡ ବିପକ୍ଷ ଫାଇନାଲରେ ଖେଳି ଏକ ପ୍ରମୁଖ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଖେଳିବାରେ ସ୍ପେନର ଲାମିନ ୟାମଲ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ସେ ବ୍ରାଜିଲର କିମ୍ବଦନ୍ତୀ ପେଲେଙ୍କ ୬୬ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ୟମାଲ ୟୁରୋ କପ ୨୦୨୪ର ଫାଇନାଲ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ତାଙ୍କ ବୟସ ୧୭ ବର୍ଷ ଏବଂ ଗୋଟିଏ ଦିନ […] The post ୬୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ୟାମଲ appeared first on Dharitri Odia News.

୬୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ୟାମଲ

ବର୍ଲିନ,୧୫।୭: ସ୍ପେନ୍‌ ୟୁରୋ କପ ୨୦୨୪ ଚାମ୍ପିୟନ୍‌ ହୋଇଛି। ଇଂଲଣ୍ଡକୁ ପରାସ୍ତ କରି ଦଳ ଟାଇଟଲ ଜିତିଛି। ଇଂଲଣ୍ଡ ବିପକ୍ଷ ଫାଇନାଲରେ ଖେଳି ଏକ ପ୍ରମୁଖ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଖେଳିବାରେ ସ୍ପେନର ଲାମିନ ୟାମଲ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ସେ ବ୍ରାଜିଲର କିମ୍ବଦନ୍ତୀ ପେଲେଙ୍କ ୬୬ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ୟମାଲ ୟୁରୋ କପ ୨୦୨୪ର ଫାଇନାଲ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ତାଙ୍କ ବୟସ ୧୭ ବର୍ଷ ଏବଂ ଗୋଟିଏ ଦିନ ଥିଲାବେଳେ ୧୯୫୮ରେ ଫିଫା ବିଶ୍ୱକପ ଫାଇନାଲ ଖେଳିବାବେଳେ ପେଲେଙ୍କ ବୟସ ୧୭ ବର୍ଷ ୨୪୯ ଦିନ ହୋଇଥିଲା। ଏହାପୂର୍ବରୁ ୟାମଲ ଫ୍ରାନ୍ସ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲରେ ମଧ୍ୟ ଏକ ବଡ଼ ସଫଳତା ହାସଲ କରିଥିଲେ। ୟୁରୋ କପ ଫୁଟବଲ ଟୁର୍ନାମେଣ୍ଟ ଇତିହାସରେ ୟାମଲ ସର୍ବକନିଷ୍ଠ ଗୋଲ ସ୍କୋରର ହୋଇଥିଲେ।

The post ୬୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ୟାମଲ appeared first on Dharitri Odia News.