ଜ୍ୟାକ୍‌ଲିନ୍‌ଙ୍କ ଡିନର ପାର୍ଟି

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ ଯାହା କହିଥିଲେ ତାହା ପୂରଣ କରିଛନ୍ତି। ‘ଫତେ’ ଫିଲ୍ମର ଶୁଟିଂ ଶେଷହେବା ସମୟରେ ସେ ୟୁନିଟ୍‌ ସଦସ୍ୟଙ୍କୁ ଏକ ଡିନର ପାର୍ଟି ଦେବାକୁ ସୂଚନା ଦେଇଥିଲେ। ଏବେ ତ ଏହାର ଶୁଟିଂ ପୂରା ଦମ୍‌ରେ ଚାଲୁ ରହିଛି। ନିକଟରେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ହଠାତ୍‌ ଡିନର ପାର୍ଟିକୁ ଆମନ୍ତ୍ରଣ କରିଥିଲେ। ଏକଥା ଶୁଣିବା ପରେ କେତେକେ ‘ଏହା ପଛରେ କାରଣ କ’ଣ ଅଛି’ ବୋଲି ପ୍ରଶ୍ନ କରିଥିଲେ। ଏ ନେଇ ଜ୍ୟାକଲିନ୍‌ […] The post ଜ୍ୟାକ୍‌ଲିନ୍‌ଙ୍କ ଡିନର ପାର୍ଟି appeared first on Dharitri Odia News.

ଜ୍ୟାକ୍‌ଲିନ୍‌ଙ୍କ ଡିନର ପାର୍ଟି

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ ଯାହା କହିଥିଲେ ତାହା ପୂରଣ କରିଛନ୍ତି। ‘ଫତେ’ ଫିଲ୍ମର ଶୁଟିଂ ଶେଷହେବା ସମୟରେ ସେ ୟୁନିଟ୍‌ ସଦସ୍ୟଙ୍କୁ ଏକ ଡିନର ପାର୍ଟି ଦେବାକୁ ସୂଚନା ଦେଇଥିଲେ। ଏବେ ତ ଏହାର ଶୁଟିଂ ପୂରା ଦମ୍‌ରେ ଚାଲୁ ରହିଛି। ନିକଟରେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ହଠାତ୍‌ ଡିନର ପାର୍ଟିକୁ ଆମନ୍ତ୍ରଣ କରିଥିଲେ। ଏକଥା ଶୁଣିବା ପରେ କେତେକେ ‘ଏହା ପଛରେ କାରଣ କ’ଣ ଅଛି’ ବୋଲି ପ୍ରଶ୍ନ କରିଥିଲେ। ଏ ନେଇ ଜ୍ୟାକଲିନ୍‌ କହନ୍ତି, ”ଆପଣମାନେ ହୁଏତ ଗୋଟିଏ କଥାକୁ ମନେରଖିନାହାନ୍ତି। କିଛି ମାସ ପୂର୍ବରୁ ଏହି ଫିଲ୍ମର ସମସ୍ତ ସଦସ୍ୟଙ୍କୁ ରାତ୍ରିଭୋଜନରେ ଆପ୍ୟାୟିତ କରିବେ ବୋଲି କହିଥିଲି। ଆଜି ବାସ୍‌ ସେହି କଥାକୁ ପୂରଣ କରୁଛି।“ ସେଦିନ ସମସ୍ତେ ଏହି ଡିନର ପାର୍ଟିର ଭରପୂର ମଜା ଉଠାଇଥିଲେ। ଏହି ସମୟରେ ଜ୍ୟାକ୍‌ଲିନ୍‌ ଏହି ଫିଲ୍ମର ଶୁଟିଂ ସମୟରେ ସ୍ମରଣୀୟ ଘଟଣାଗୁଡ଼ିକୁ ବଖାଣିବାକୁ ଭୁଲି ନ ଥିଲେ। ତା’ ସହ ନିଜ ଅଭିନୟ ଜୀବନର କେତେକ ରୋଚକ କଥାକୁ ସେଠାରେ ମଧ୍ୟ ପ୍ରକାଶ କରିଥିଲେ। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସୋନୁ ସୁଦ୍‌। ଚିତ୍ରଟି ଚଳିତ ମାସ ୧୦ରେ ରିଲିଜ ହେବାର ଯୋଜନା ରହିଛି।

The post ଜ୍ୟାକ୍‌ଲିନ୍‌ଙ୍କ ଡିନର ପାର୍ଟି appeared first on Dharitri Odia News.