ଏନଇଇଟି ୟୁଜି ପରୀକ୍ଷା ଆଉଥରେ ହେବ ନାହିଁ! ସୁପ୍ରିମକୋଟଙ୍କ ଆସିଲା ରାୟ, ସିଜେଆଇ କହିଲେ…
ନୂଆଦିଲ୍ଲୀ,୨।୮: ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷା ଶେଷ ହୋଇଛି। ଏନଇଇଟି ୟୁଜି ମାମଲାରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମେ ୫ରେ ଅନୁଷ୍ଠିତ ଏନଇଇଟି ୟୁଜି ପରୀକ୍ଷା ବିବାଦରେ ଥିଲା। ତେବେ ଶୁକ୍ରବାର ସୁପ୍ରିମକୋର୍ଟ ରାୟ ପ୍ରକାଶ କରି କହିଛନ୍ତି, ବଡ଼ଧରଣର ପେପର ଲିକ ହୋଇନାହିଁ। କେବଳ ପାଟନା ଓ ହଜାରୀବାଗରେ ପେପର ଲିକ ହୋଇଥିଲା। ପୁନର୍ବାର ପରୀକ୍ଷା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସିଜେଆଇ କହିଛନ୍ତି, ମୂଲ୍ୟାଙ୍କନ କମିଟି ଅନ୍ତର୍ଭୁକ୍ତ ହେବ। ଷ୍ଟାଣ୍ଡାର୍ଡ ଅପରେଟିଂ […] The post ଏନଇଇଟି ୟୁଜି ପରୀକ୍ଷା ଆଉଥରେ ହେବ ନାହିଁ! ସୁପ୍ରିମକୋଟଙ୍କ ଆସିଲା ରାୟ, ସିଜେଆଇ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨।୮: ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷା ଶେଷ ହୋଇଛି। ଏନଇଇଟି ୟୁଜି ମାମଲାରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମେ ୫ରେ ଅନୁଷ୍ଠିତ ଏନଇଇଟି ୟୁଜି ପରୀକ୍ଷା ବିବାଦରେ ଥିଲା। ତେବେ ଶୁକ୍ରବାର ସୁପ୍ରିମକୋର୍ଟ ରାୟ ପ୍ରକାଶ କରି କହିଛନ୍ତି, ବଡ଼ଧରଣର ପେପର ଲିକ ହୋଇନାହିଁ। କେବଳ ପାଟନା ଓ ହଜାରୀବାଗରେ ପେପର ଲିକ ହୋଇଥିଲା। ପୁନର୍ବାର ପରୀକ୍ଷା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ସିଜେଆଇ କହିଛନ୍ତି, ମୂଲ୍ୟାଙ୍କନ କମିଟି ଅନ୍ତର୍ଭୁକ୍ତ ହେବ। ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ପରିବର୍ତ୍ତନ ହେବ। ପରୀକ୍ଷା କେନ୍ଦ୍ର ସ୍ଥାପନ ପ୍ରକ୍ରିୟା ସମୀକ୍ଷା କରିବା ସହ ପରିଚୟ ଯାଞ୍ଚ ପ୍ରକ୍ରିୟା ବଢାଇବାକୁ ଗୁରୁତ୍ୱ ଦିଆଯିବ। ଏଥିସହ କମିଟିକୁ ପରୀକ୍ଷା କେନ୍ଦ୍ରରେ ଉନ୍ନତ ସିସିଟିଭିକୁ ନେଇ ପରାମର୍ଶ ଦେଇଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଏକ ଉତ୍ତମ ବ୍ୟବସ୍ଥା କରିବାକୁ ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି।
ଶୁଣାଣି ସମୟରେ କୋର୍ଟ ଏନଇଇଟିକୁ ପରୀକ୍ଷା କରିବାର ଶୈଳୀ ବଦଳାଇବାକୁ କହିଛନ୍ତି । ଖାସ କରି ପ୍ରଶ୍ନପତ୍ର ପ୍ରସ୍ତୁତ ହେବା ପରଠାରୁ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ କଡା ସୁରକ୍ଷା ଭିତରେ ରଖିବାକୁ କୋର୍ଟ କହିଛନ୍ତି ।
The post ଏନଇଇଟି ୟୁଜି ପରୀକ୍ଷା ଆଉଥରେ ହେବ ନାହିଁ! ସୁପ୍ରିମକୋଟଙ୍କ ଆସିଲା ରାୟ, ସିଜେଆଇ କହିଲେ… appeared first on Dharitri Odia News.