ଶିବଶଙ୍କର ଦାସଙ୍କୁ ମିଳିଲାନି ଜାମିନ୍‌, ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରି ହୋଇଛନ୍ତି ଗିରଫ

ବ୍ରହ୍ମପୁର: ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା। ଅଭିଯୁକ୍ତ ପୂର୍ବତନ ମେୟର ତଥା ବ୍ରହ୍ମପୁର ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ଜାମିନ ଖାରଜ। ସୋମବାର ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଜାମିନ ଖାରଜ କରିଛନ୍ତି। ସୂଚନାଯୋଗ୍ୟ, ମେ ୧୩ ତାରିଖ ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଉତ୍କଳମଣି ୟୁପି ସ୍କୁଲ ବୁଥ୍ ଆଗରେ ପ୍ରଦୀପଙ୍କୁ ଶିବ ଶଙ୍କର ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ପ୍ରଦୀପଙ୍କ ଛାତିରେ ଗୁରୁତର ଆଘାତ ମଧ୍ୟ ଲାଗିଥିଲା। ପରେ ଏହି ମାମଲାରେ ଶିବଶଙ୍କର ଦାସଙ୍କୁ ଗିରଫ କରିଥିଲା ପୋଲିସ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୋଲିସ ତାଙ୍କୁ ଜେଲକୁ ପଠାଇଦେଇଛି । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସଙ୍କ ବିରୋଧରେ ପୋଲିସ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା ରୁଜୁ ହୋଇଛି । 

ଶିବଶଙ୍କର ଦାସଙ୍କୁ ମିଳିଲାନି ଜାମିନ୍‌,  ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରି ହୋଇଛନ୍ତି ଗିରଫ

ବ୍ରହ୍ମପୁର: ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା। ଅଭିଯୁକ୍ତ ପୂର୍ବତନ ମେୟର ତଥା ବ୍ରହ୍ମପୁର ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ଜାମିନ ଖାରଜ। ସୋମବାର ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଜାମିନ ଖାରଜ କରିଛନ୍ତି। 

ସୂଚନାଯୋଗ୍ୟ, ମେ ୧୩ ତାରିଖ ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଉତ୍କଳମଣି ୟୁପି ସ୍କୁଲ ବୁଥ୍ ଆଗରେ ପ୍ରଦୀପଙ୍କୁ ଶିବ ଶଙ୍କର ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ପ୍ରଦୀପଙ୍କ ଛାତିରେ ଗୁରୁତର ଆଘାତ ମଧ୍ୟ ଲାଗିଥିଲା। 

ପରେ ଏହି ମାମଲାରେ ଶିବଶଙ୍କର ଦାସଙ୍କୁ ଗିରଫ କରିଥିଲା ପୋଲିସ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୋଲିସ ତାଙ୍କୁ ଜେଲକୁ ପଠାଇଦେଇଛି । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସଙ୍କ ବିରୋଧରେ ପୋଲିସ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା ରୁଜୁ ହୋଇଛି ।