ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଅଭିଯାନ; ଟି-୨୦ରେ ରୋହିତ୍ ଓ ବିରାଟଙ୍କ ସ୍ଥାନରେ କିଏ ହେବେ ଓପନର ?
ନୂଆଦିଲ୍ଲୀ: ରୋହିତ୍ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଟି-୨୦ ୨୦୨୪ ବିଶ୍ବ ବିଜେତା ହୋଇଛି । ଏହା ପରେ ଶୁବମନ ଗିଲଙ୍କ ନେତୃତ୍ବରେ ଭାରତୀୟ ଦଳ ଜିମ୍ବାଓ୍ବେ ସିରିଜ୍କୁ ଜିତି ନେଇଛି । ୫ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୪-୧ରେ କବଜ୍ କରିଛି ଦଳ । ଏବେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଅଭିଯାନରେ ଯିବ । ଏନେଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ମ୍ୟାଚ୍ ବିଶିଷ୍ଟ ଓ୍ବାନଡେ’ ସିରିଜ୍ ଏବଂ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ବିସିସିଆଇ ପକ୍ଷରୁ ଏହି ଦୁଇ ସିରିଜ୍ ପାଇଁ ସିଡ୍ୟୁଲ୍ ଜାରି କରାଯାଇଛି । କେବଳ ଦଳ ଘୋଷଣା ବାକି ରହିଛି । ଅନ୍ୟପଟେ ଭାତୀୟ ଟିମର ନବ ନିଯୁକ୍ତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏହା ପ୍ରଥମ ଗ୍ରସ୍ତ ହେବ । ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଟୁର୍ ପାଇଁ ମଙ୍ଗଳବାର ଅର୍ଥାତ୍ ଆଜି ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାଡ୍ ଘୋଷଣା ହୋଇପାରେ । ତେବେ ଟି-୨୦ ଇଣ୍ଟର ନ୍ୟାସନାଲରୁ ସନ୍ନ୍ୟାସ ନେଇଥିବା ବିଶ୍ବକପ ବିଜେତା ଅଧିନାୟକ ରୋହିତ୍ ଶର୍ମା, ବିରାଟ୍ କୋହିଲ ଓ ଯଶପ୍ରୀତ୍ ବୁମରା ଶ୍ରୀଲଙ୍କା ସିରିଜରୁ ଦୂରେଇ ରହିଛନ୍ତି । ତାଙ୍କୁ ବିସିସିଆଇ ବିଶ୍ରାମ ଦେଇଛି । ଏଭଳି ସ୍ଥିତିରେ ଟି-୨୦ ସିରିଜ୍ ପାଇଁ ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ଦିନିକିଆ ପାଇଁ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ବ ମିଳିପାରେ । ଏହାରି ଭିତରେ ଚୟନକର୍ତ୍ତା ଓ
ନୂଆଦିଲ୍ଲୀ: ରୋହିତ୍ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଟି-୨୦ ୨୦୨୪ ବିଶ୍ବ ବିଜେତା ହୋଇଛି । ଏହା ପରେ ଶୁବମନ ଗିଲଙ୍କ ନେତୃତ୍ବରେ ଭାରତୀୟ ଦଳ ଜିମ୍ବାଓ୍ବେ ସିରିଜ୍କୁ ଜିତି ନେଇଛି । ୫ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୪-୧ରେ କବଜ୍ କରିଛି ଦଳ । ଏବେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଅଭିଯାନରେ ଯିବ । ଏନେଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।
ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ମ୍ୟାଚ୍ ବିଶିଷ୍ଟ ଓ୍ବାନଡେ’ ସିରିଜ୍ ଏବଂ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ବିସିସିଆଇ ପକ୍ଷରୁ ଏହି ଦୁଇ ସିରିଜ୍ ପାଇଁ ସିଡ୍ୟୁଲ୍ ଜାରି କରାଯାଇଛି । କେବଳ ଦଳ ଘୋଷଣା ବାକି ରହିଛି । ଅନ୍ୟପଟେ ଭାତୀୟ ଟିମର ନବ ନିଯୁକ୍ତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏହା ପ୍ରଥମ ଗ୍ରସ୍ତ ହେବ ।
ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଟୁର୍ ପାଇଁ ମଙ୍ଗଳବାର ଅର୍ଥାତ୍ ଆଜି ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାଡ୍ ଘୋଷଣା ହୋଇପାରେ । ତେବେ ଟି-୨୦ ଇଣ୍ଟର ନ୍ୟାସନାଲରୁ ସନ୍ନ୍ୟାସ ନେଇଥିବା ବିଶ୍ବକପ ବିଜେତା ଅଧିନାୟକ ରୋହିତ୍ ଶର୍ମା, ବିରାଟ୍ କୋହିଲ ଓ ଯଶପ୍ରୀତ୍ ବୁମରା ଶ୍ରୀଲଙ୍କା ସିରିଜରୁ ଦୂରେଇ ରହିଛନ୍ତି । ତାଙ୍କୁ ବିସିସିଆଇ ବିଶ୍ରାମ ଦେଇଛି । ଏଭଳି ସ୍ଥିତିରେ ଟି-୨୦ ସିରିଜ୍ ପାଇଁ ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ଦିନିକିଆ ପାଇଁ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ବ ମିଳିପାରେ ।
ଏହାରି ଭିତରେ ଚୟନକର୍ତ୍ତା ଓ କୋଚ୍ଙ୍କ ପାଇଁ ବଡ଼ ଟେନସନ ହେଉଛି ଟିମ୍ ଇଣ୍ଡିଆର ନୂଆ ଓପନିଂ ଯୋଡ଼ି ଖୋଜିବା । ଟି-୨୦ ବିଶ୍ବକପ୍ ୨୦୨୪ରେ ଟିମ୍ ମ୍ୟାଜମେଣ୍ଟ ଓପନିଂ ଯୋଡ଼ିକୁ ନେଇ ଏକ୍ସପେରିମେଣ୍ଟ କରିଥିଲା । ପୂରା ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ୍ ଶର୍ମା ଓ ବିରାଟ୍ କୋହଲି ଓପନିଂ କରିଥିଲେ । ଏହି ଦୁଇ ଖେଳାଳି ସନ୍ନ୍ୟାସ ନେବା ପରେ ଜିମ୍ବାଓ୍ବେ ସିରିଜରେ ନୂଆ ଓପନିଂ ଯୋଡ଼ି ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମ ଦୁଇଟି ମ୍ୟାଚରେ ଶୁବମନ ଗିଲ୍ ଏବଂ ଅଭିଷେକ୍ ଶର୍ମା ପରେ ଶୁବମନ ଗିଲ୍ ଓ ଯସଶ୍ରୀ ଜୈସ୍ବାଲ୍ ଓପନର ଭାବେ ଦାୟିତ୍ବ ତୁଲାଇ ଥିଲେ ।
କୁହାଯାଉଛି, ଶ୍ରୀଲଙ୍କା ଟି-୨୦ ସିରିଜରେ ଶୁବମନ ଗିଲଙ୍କୁ ସୁଯୋଗ ମିଳିନପାରେ । ନୂଆ ମୁଖ୍ୟ କୋଚ୍ ଅଭିଷେକ୍ ଶର୍ମାଙ୍କ ସହିତ ଯସଶ୍ରୀ ଜୈସ୍ବାଲଙ୍କୁ ଓପନର ଭାବେ ପଡ଼ିଆକୁ ଓହ୍ଲାଇ ପାରନ୍ତି । ଏହାଛଡ଼ା ଋତୁରାଜ୍ ଗାଏକ୍ବାଡ୍ ଓ ସାଇ ସୁଦର୍ଶନଙ୍କ ଉପରେ ମଧ୍ୟ ଏକ୍ସପେରିମେଣ୍ଟ କରିପାରନ୍ତି ।