ବଦଳିଲେ ୫ ରାଜ୍ୟର ରାଜ୍ୟପାଳ: ଆରିଫ ମହମ୍ମଦ ଖାନ୍‌ଙ୍କୁ ବିହାର ଦାୟିତ୍ୱ

ନୂଆଦିଲ୍ଲୀ: ବଦଳିଲେ ୫ ରାଜ୍ୟର ରାଜ୍ୟପାଳ। ଓଡ଼ିଶା ସମେତ ବିହାର, ଆସାମ, ମେଘାଳୟ ଓ କେରଳରେ ରାଜ୍ଯପାଳ ବଦଳି ଛନ୍ତି। ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କମଭମପତି ହରି ବାବୁ ରାଜ୍ୟପାଳ ହୋଇଛନ୍ତି। ହରିବାବୁ ଏହା ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ। ସେହିପରି ପୂର୍ବତନ ଗୃହ ସଚିବ ଅଜୟ କୁମାର ଭଲ୍ଲା ମଣିପୁର ରାଜ୍ୟପାଳ  ହୋଇଛନ୍ତି। ମଣିପୁରରେ ହିଂସା ଲାଗି ରହିଥିବା ବେଳେ ଭଲ୍ଲାଙ୍କ ନିୟୋଜନ କେତେ ସଫଳ ହେବ ତାକୁ ଅପେକ୍ଷା।   ଭଲ୍ଲା ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ। ସେ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ବର୍ଷ ଭାରତର ଗୃହ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଅଜୟ କୁମାର ଭଲ୍ଲା ପଞ୍ଜାବର ଜଳନ୍ଦରରୁ ଆସିଛନ୍ତି।ସେହିପରି କେରଳ ରାଜ୍ୟପାଳ  ଥିବା ଆରିଫ ମହମ୍ମଦ ଖାନଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବିହାରର ଉଚ୍ଚ ପଦରେ ଥିବା ଅଫିସର ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ କେରଳ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। କମଭମପତି ହରି ବାବୁଙ୍କ ସ୍ଥାନରେ ପୂର୍ବତନ ସେନା ମୁଖ୍ୟ, ଜେନେରାଲ ଡ ବିଜୟ କୁମାର ସିଂଙ୍କୁ ମିଜୋରାମ ରାଜ୍ୟପାଳ ନିଯୁକ୍ତି ମିଳିଛି। ସେ ପ୍ରଥମ ତର ପାଇଁ ରାଜ୍ୟପାଳ ଦାୟିତ୍ୱ ତୁଲାଇବେ। ଶ୍ରୀ ସିଂହ ଉତ୍ତରପ୍ରଦେଶ ଗାଜିଆବାଦ ଆସନରୁ ୨୦୧୪-

ବଦଳିଲେ ୫ ରାଜ୍ୟର ରାଜ୍ୟପାଳ: ଆରିଫ ମହମ୍ମଦ ଖାନ୍‌ଙ୍କୁ ବିହାର ଦାୟିତ୍ୱ

ନୂଆଦିଲ୍ଲୀ: ବଦଳିଲେ ୫ ରାଜ୍ୟର ରାଜ୍ୟପାଳ। ଓଡ଼ିଶା ସମେତ ବିହାର, ଆସାମ, ମେଘାଳୟ ଓ କେରଳରେ ରାଜ୍ଯପାଳ ବଦଳି ଛନ୍ତି। ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କମଭମପତି ହରି ବାବୁ ରାଜ୍ୟପାଳ ହୋଇଛନ୍ତି। ହରିବାବୁ ଏହା ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ। 

ସେହିପରି ପୂର୍ବତନ ଗୃହ ସଚିବ ଅଜୟ କୁମାର ଭଲ୍ଲା ମଣିପୁର ରାଜ୍ୟପାଳ  ହୋଇଛନ୍ତି। ମଣିପୁରରେ ହିଂସା ଲାଗି ରହିଥିବା ବେଳେ ଭଲ୍ଲାଙ୍କ ନିୟୋଜନ କେତେ ସଫଳ ହେବ ତାକୁ ଅପେକ୍ଷା।   

ଭଲ୍ଲା ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ। ସେ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ବର୍ଷ ଭାରତର ଗୃହ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଅଜୟ କୁମାର ଭଲ୍ଲା ପଞ୍ଜାବର ଜଳନ୍ଦରରୁ ଆସିଛନ୍ତି।

ସେହିପରି କେରଳ ରାଜ୍ୟପାଳ  ଥିବା ଆରିଫ ମହମ୍ମଦ ଖାନଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବିହାରର ଉଚ୍ଚ ପଦରେ ଥିବା ଅଫିସର ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ କେରଳ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। 

କମଭମପତି ହରି ବାବୁଙ୍କ ସ୍ଥାନରେ ପୂର୍ବତନ ସେନା ମୁଖ୍ୟ, ଜେନେରାଲ ଡ ବିଜୟ କୁମାର ସିଂଙ୍କୁ ମିଜୋରାମ ରାଜ୍ୟପାଳ ନିଯୁକ୍ତି ମିଳିଛି। ସେ ପ୍ରଥମ ତର ପାଇଁ ରାଜ୍ୟପାଳ ଦାୟିତ୍ୱ ତୁଲାଇବେ। ଶ୍ରୀ ସିଂହ ଉତ୍ତରପ୍ରଦେଶ ଗାଜିଆବାଦ ଆସନରୁ ୨୦୧୪-୨୦୨୪ ସାଂସଦ ଥିଲେ। ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।