କଟକରେ ଘରୋଇ ହସ୍ପିଟାଲ୍ ସିଲ୍, କାଗଜପତ୍ର ନ ଥିବାର ସ୍ଵାସ୍ଥ୍ୟ ବିଭାଗର ଆକ୍ସନ

କଟକ: କଟକ ମଙ୍ଗଳାବାଗ ରିଙ୍ଗରୋଡରେ ଥିବା ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଟିମ୍। ହସ୍ପିଟାଲ୍ ପାଇଁ ଅନୁମତି ଓ  ସ୍ବାସ୍ଥ୍ୟ ବିଭାଗ ର ଆବଶ୍ୟକୀୟ କାଗଜ ପତ୍ର ନଥିବାରୁ ସିଲ୍ କଲା ଜିଲ୍ଲାପ୍ରଶାସନ। ହସ୍ପିଟାଲରେ ଯଦିଓ କେହି ରୋଗୀ ନଥିଲେ ହେଲେ ହସ୍ପିଟାଲର ଆବଶ୍ୟକୀୟ   ସାମଗ୍ରୀକୁ କାଢି ବିଦ୍ୟୁତ୍ ସଂଯୋଗ ବନ୍ଦ କରି ହସ୍ପିଟାଲକୁ ସିଲ୍ କରାଯାଇଛି। ଗତ ୨୦୧୫ ମସିହା ରୁ ହସ୍ପିଟାଲ୍ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ର  ପ୍ରମାଣ ପତ୍ର ମଧ୍ୟ ନଥିବା ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି।ଏହି ହସ୍ପିଟାଲ୍ ଦୀର୍ଘ ୪୫ ବର୍ଷ ଧରି ଚାଲିଥିବା ବେଳେ ୨୦୧୫ ମସିହାରୁ ହସ୍ପିଟାଲ୍ ର ଆବଶ୍ୟକୀୟ କାଗଜ ପତ୍ର ନାହିଁ। ଯେଉଁଥି ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ହସ୍ପିଟାଲ୍ କର୍ତ୍ତୃପପକ୍ଷ କୌଣସି କାଗଜ ପତ୍ର କରି ନଥିଲେ। ଯାହା ଫଳରେ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାପାଳଙ୍କ ଅନୁମତି  ଆଣି ଆଜି ସିଲ୍ କରାଯାଇଥିବା କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ। ସେପଟେ ହସ୍ପିଟାଲ୍ ପୁରୁଣା ହୋଇଥିବାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ମିଳୁନଥିଲା ଯାହା ଫଳରେ ଆବଶ୍ୟକୀୟ କାଗଜ ପତ୍ର କରି ହେଉନଥିବା ହସ୍ପିଟାଲ୍ ର ଡାକ୍ତର କହୁଛନ୍ତି।

କଟକରେ ଘରୋଇ ହସ୍ପିଟାଲ୍ ସିଲ୍, କାଗଜପତ୍ର ନ ଥିବାର ସ୍ଵାସ୍ଥ୍ୟ ବିଭାଗର ଆକ୍ସନ

କଟକ: କଟକ ମଙ୍ଗଳାବାଗ ରିଙ୍ଗରୋଡରେ ଥିବା ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଟିମ୍। ହସ୍ପିଟାଲ୍ ପାଇଁ ଅନୁମତି ଓ  ସ୍ବାସ୍ଥ୍ୟ ବିଭାଗ ର ଆବଶ୍ୟକୀୟ କାଗଜ ପତ୍ର ନଥିବାରୁ ସିଲ୍ କଲା ଜିଲ୍ଲାପ୍ରଶାସନ। ହସ୍ପିଟାଲରେ ଯଦିଓ କେହି ରୋଗୀ ନଥିଲେ ହେଲେ ହସ୍ପିଟାଲର ଆବଶ୍ୟକୀୟ   ସାମଗ୍ରୀକୁ କାଢି ବିଦ୍ୟୁତ୍ ସଂଯୋଗ ବନ୍ଦ କରି ହସ୍ପିଟାଲକୁ ସିଲ୍ କରାଯାଇଛି। 

ଗତ ୨୦୧୫ ମସିହା ରୁ ହସ୍ପିଟାଲ୍ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ର  ପ୍ରମାଣ ପତ୍ର ମଧ୍ୟ ନଥିବା ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି।ଏହି ହସ୍ପିଟାଲ୍ ଦୀର୍ଘ ୪୫ ବର୍ଷ ଧରି ଚାଲିଥିବା ବେଳେ ୨୦୧୫ ମସିହାରୁ ହସ୍ପିଟାଲ୍ ର ଆବଶ୍ୟକୀୟ କାଗଜ ପତ୍ର ନାହିଁ। ଯେଉଁଥି ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ହସ୍ପିଟାଲ୍ କର୍ତ୍ତୃପପକ୍ଷ କୌଣସି କାଗଜ ପତ୍ର କରି ନଥିଲେ। 

ଯାହା ଫଳରେ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାପାଳଙ୍କ ଅନୁମତି  ଆଣି ଆଜି ସିଲ୍ କରାଯାଇଥିବା କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ। ସେପଟେ ହସ୍ପିଟାଲ୍ ପୁରୁଣା ହୋଇଥିବାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ମିଳୁନଥିଲା ଯାହା ଫଳରେ ଆବଶ୍ୟକୀୟ କାଗଜ ପତ୍ର କରି ହେଉନଥିବା ହସ୍ପିଟାଲ୍ ର ଡାକ୍ତର କହୁଛନ୍ତି।