ୱକଫ୍‌ ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ବାର୍ତ୍ତା

ନୂଆଦିଲ୍ଲୀ : କାର୍ଯ୍ୟକାରୀ ହୋଇଥିବା ନୂଆ ୱକଫ୍‌ ଆଇନ ବିରୋଧରେ ପାକିସ୍ତାନ ଦେଇଥିବା ଟିପ୍ପଣୀ ପାଇଁ ଆଜି ଭାରତ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛି। ୱକଫ୍‌ ଆଇନ ମୁସଲିମ ବିରୋଧୀ ଏବଂ ଭାରତୀୟ ମୁସଲମାନଙ୍କ ବିରୋଧରେ ଏହା ପକ୍ଷପାତ ବୋଲି ପାକିସ୍ତାନ କହିଥିବାରୁ ଭାରତ ଏନେଇ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପାକିସ୍ତାନକୁ ଚେତାଇ ଦେଇଛନ୍ତି ଯେ ପାକିସ୍ତାନ ଅନ୍ୟ କାହାକୁ ଭାଷଣ ଦେବା ଅପେକ୍ଷା ନିଜ ରାଷ୍ଟ୍ରରେ ସଂଖ୍ୟାଲଘୁ ଅଧିକାର ସୁରକ୍ଷା […]

ୱକଫ୍‌ ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ବାର୍ତ୍ତା

ନୂଆଦିଲ୍ଲୀ : କାର୍ଯ୍ୟକାରୀ ହୋଇଥିବା ନୂଆ ୱକଫ୍‌ ଆଇନ ବିରୋଧରେ ପାକିସ୍ତାନ ଦେଇଥିବା ଟିପ୍ପଣୀ ପାଇଁ ଆଜି ଭାରତ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛି। ୱକଫ୍‌ ଆଇନ ମୁସଲିମ ବିରୋଧୀ ଏବଂ ଭାରତୀୟ ମୁସଲମାନଙ୍କ ବିରୋଧରେ ଏହା ପକ୍ଷପାତ ବୋଲି ପାକିସ୍ତାନ କହିଥିବାରୁ ଭାରତ ଏନେଇ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପାକିସ୍ତାନକୁ ଚେତାଇ ଦେଇଛନ୍ତି ଯେ ପାକିସ୍ତାନ ଅନ୍ୟ କାହାକୁ ଭାଷଣ ଦେବା ଅପେକ୍ଷା ନିଜ ରାଷ୍ଟ୍ରରେ ସଂଖ୍ୟାଲଘୁ ଅଧିକାର ସୁରକ୍ଷା ସଂକ୍ରାନ୍ତ ରେକର୍ଡ ଉପରେ ଫୋକସ୍‌ କରୁ। ଏମ୍‌ଇଏ ମୁଖପାତ୍ର ରଣଧୀର ଜୈସ୍ବାଲ୍‌ କହିଛନ୍ତି, ପାକିସ୍ତାନ ୱକଫ୍‌ ସଂଶୋଧନ ଆଇନ ସଂକ୍ରାନ୍ତରେ ଦେଇଥିବା ଭିତ୍ତିହୀନ ଟିପ୍ପଣୀକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନର କହିବାର କିଛି ଅଧିକାର ନାହିଁ।