ଶରଦ ପାୱାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଅଜିତ ପାୱାରଙ୍କ ଗୋଷ୍ଠୀର ୧୦-୧୫ ବିଧାୟକ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀର ପ୍ରାୟ ୧୦-୧୫ ବିଧାୟକ ଶରଦ ପାୱାରଙ୍କ ଗୋଷ୍ଠୀ ସହ ଯୋଗାଯୋଗରେ ଅଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଏବେ ଏହି ଖବର ଜଣାପଡ଼ିଛି। କୌଣସି ଦଳର ନାଁ ନନେଇ ଏନସିପି (ଶରଦ ପାୱାର) ରାଜ୍ୟ ସଭାପତି ଜୟନ୍ତ ପାଟିଲ କହିଛନ୍ତି, ଅନେକ ନେତା ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ଅଜିତ ପାୱାର ଗୋଷ୍ଠୀ ଏହି ଖବର ମିଥ୍ୟା ବୋଲି କହିଛନ୍ତି। ଇତି ମଧ୍ୟରେ […]

ଶରଦ ପାୱାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଅଜିତ ପାୱାରଙ୍କ ଗୋଷ୍ଠୀର ୧୦-୧୫ ବିଧାୟକ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀର ପ୍ରାୟ ୧୦-୧୫ ବିଧାୟକ ଶରଦ ପାୱାରଙ୍କ ଗୋଷ୍ଠୀ ସହ ଯୋଗାଯୋଗରେ ଅଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଏବେ ଏହି ଖବର ଜଣାପଡ଼ିଛି। କୌଣସି ଦଳର ନାଁ ନନେଇ ଏନସିପି (ଶରଦ ପାୱାର) ରାଜ୍ୟ ସଭାପତି ଜୟନ୍ତ ପାଟିଲ କହିଛନ୍ତି, ଅନେକ ନେତା ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ଅଜିତ ପାୱାର ଗୋଷ୍ଠୀ ଏହି ଖବର ମିଥ୍ୟା ବୋଲି କହିଛନ୍ତି। ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ କିଛି ଅସନ୍ତୋଷ ନେତାଙ୍କୁ ସନ୍ତୁଷ୍ଟ କରିବାପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ୍ୟାବିନେଟ୍ ସମ୍ପ୍ରସାରଣ କରିପାରନ୍ତି। ଉଲ୍ଳେଖଯୋଗ୍ୟ ଯେ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଗୋଷ୍ଠୀ ଖରାପ୍ ପ୍ରଦର୍ଶନ କରିଥିବାରୁ ଆଜି ଅଜିତ ପାୱାର ଏନେଇ ଦଳର ବରିଷ୍ଠ ନେତାମାନଙ୍କ ସହ ଏକ ବୈଠକ କରିଛନ୍ତି। ଅଜିତ ପାୱାରଙ୍କ ଏନସିପି ୪ ଲୋକସଭା ଆସନରେ ଲଢ଼ିଥିବାବେଳେ ମାତ୍ର ଗୋଟିଏ ଆସନରେ ଜିତିପାରିଛି।