ପିଏମଏଲ-ଏନ୍ ଅଧ୍ୟକ୍ଷ ନିର୍ବାଚିତ ହେଲେ ନୱାଜ ସରିଫ, ୬ ବର୍ଷ ପରେ ଫେରିଲେ ପଦକୁ
ଲାହୋର୨୮।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣିଥରେ ପାକିସ୍ତାନ ମୁସ୍ଲିମ ଲିଗ୍ ନୱାଜ (ପିଏମଏଲ-ଏନ) ପାର୍ଟିର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ଲାହୋରର ଏକ ସ୍ଥାନୀୟ ହୋଟେଲରେ ପିଏମଏଲ-ଏନ ଜେନେରାଲ କାଉନସିଲ ବୈଠକ ହୋଇଥିଲା। ଏଥିରେ ପାର୍ଟିର ନୂଆ ଅଧ୍ୟକ୍ଷ ନିର୍ବାଚନ ହୋଇଛି। ପାର୍ଟିର ଅଧ୍ୟକ୍ଷ ପଦବୀ ନିମନ୍ତେ ମୋଟ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ନୱାଜ ସରିଫଙ୍କୁ ନିର୍ବିରୋଧ ଅଧ୍ୟକ୍ଷ ମନୋନୟନ କରାଯାଇଛି। ଲଣ୍ଡନରେ ୪ ବର୍ଷ ସ୍ୱ-ନିର୍ବାସୀତ ଜୀବନ ବିତାଇବା ପରେ ଗତବର୍ଷ ଅକ୍ଟୋବର ମାସରେ ନୱାଜ ସରିଫ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ପିଏମଏଲ-ଏନ ଜେନେରାଲ କାଉନସିଲ ବୈଠକ ପୂର୍ବରୁ ୧୧ ମେରେ ହେବ ବୋଲି ସ୍ଥିର କରାଯାଇଥିଲା। ତେବେ ପାକିସ୍ତାନ ପରମାଣୁ ଶକ୍ତିସମ୍ପନ୍ନ ଦେଶ ହେବାର ୨୬ ବର୍ଷ ପାଳନ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମ ଯୋଗୁ ବୈଠକକୁ ଟାଳି ଦିଆଯାଇଥିଲା। ତେବେ ଏହା ପୂର୍ବରୁ ପାର୍ଟିର ବରିଷ୍ଠ ନେତା ତଥା ପଞ୍ଜାବ ପ୍ରଦେଶ ଅଧ୍ୟକ୍ଷ ରାଣା ସନାଉଲ୍ଲାହ ନୱାଜ ସରିଫ ହିଁ ପାର୍ଟିର ଅଧ୍ୟକ୍ଷ ହେବେ ବୋଲି ଆକଳନ କରିଥିଲେ। ତେବେ ପାର୍ଟି ଅଧ୍ୟକ୍ଷ ପଦ ମନୋନୟନରେ ହୋଇଥିବାରୁ ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରାଯାଇ ନଥିବାର ଅଭିଯୋଗ ହେଉଛି। ଏହାର ଜବାବରେ ରାଣା ସନାଉଲ୍ଲାହ କହିଛନ୍ତି ଯେ ପାର୍ଟି ପ୍ରଥମେ କ୍ଷମତା କେନ୍ଦ୍ରିତ ଥିଲା। ହେଲେ ଏହାକୁ ନୱାଜ ସରିଫ ଜ
ଲାହୋର୨୮।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣିଥରେ ପାକିସ୍ତାନ ମୁସ୍ଲିମ ଲିଗ୍ ନୱାଜ (ପିଏମଏଲ-ଏନ) ପାର୍ଟିର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ଲାହୋରର ଏକ ସ୍ଥାନୀୟ ହୋଟେଲରେ ପିଏମଏଲ-ଏନ ଜେନେରାଲ କାଉନସିଲ ବୈଠକ ହୋଇଥିଲା। ଏଥିରେ ପାର୍ଟିର ନୂଆ ଅଧ୍ୟକ୍ଷ ନିର୍ବାଚନ ହୋଇଛି। ପାର୍ଟିର ଅଧ୍ୟକ୍ଷ ପଦବୀ ନିମନ୍ତେ ମୋଟ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ନୱାଜ ସରିଫଙ୍କୁ ନିର୍ବିରୋଧ ଅଧ୍ୟକ୍ଷ ମନୋନୟନ କରାଯାଇଛି।
ଲଣ୍ଡନରେ ୪ ବର୍ଷ ସ୍ୱ-ନିର୍ବାସୀତ ଜୀବନ ବିତାଇବା ପରେ ଗତବର୍ଷ ଅକ୍ଟୋବର ମାସରେ ନୱାଜ ସରିଫ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ପିଏମଏଲ-ଏନ ଜେନେରାଲ କାଉନସିଲ ବୈଠକ ପୂର୍ବରୁ ୧୧ ମେରେ ହେବ ବୋଲି ସ୍ଥିର କରାଯାଇଥିଲା। ତେବେ ପାକିସ୍ତାନ ପରମାଣୁ ଶକ୍ତିସମ୍ପନ୍ନ ଦେଶ ହେବାର ୨୬ ବର୍ଷ ପାଳନ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମ ଯୋଗୁ ବୈଠକକୁ ଟାଳି ଦିଆଯାଇଥିଲା। ତେବେ ଏହା ପୂର୍ବରୁ ପାର୍ଟିର ବରିଷ୍ଠ ନେତା ତଥା ପଞ୍ଜାବ ପ୍ରଦେଶ ଅଧ୍ୟକ୍ଷ ରାଣା ସନାଉଲ୍ଲାହ ନୱାଜ ସରିଫ ହିଁ ପାର୍ଟିର ଅଧ୍ୟକ୍ଷ ହେବେ ବୋଲି ଆକଳନ କରିଥିଲେ।
ତେବେ ପାର୍ଟି ଅଧ୍ୟକ୍ଷ ପଦ ମନୋନୟନରେ ହୋଇଥିବାରୁ ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରାଯାଇ ନଥିବାର ଅଭିଯୋଗ ହେଉଛି। ଏହାର ଜବାବରେ ରାଣା ସନାଉଲ୍ଲାହ କହିଛନ୍ତି ଯେ ପାର୍ଟି ପ୍ରଥମେ କ୍ଷମତା କେନ୍ଦ୍ରିତ ଥିଲା। ହେଲେ ଏହାକୁ ନୱାଜ ସରିଫ ଜନତାଙ୍କ ପାର୍ଟିରେ ପରିଣତ କରିଛନ୍ତି। ଜିନ୍ନାଙ୍କ ପରେ ନୱାଜ ସରିଫ ହିଁ ଏକମାତ୍ର ନେତା ଯିଏ ପାର୍ଟିକୁ ଜୀବନ୍ତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପାର୍ଟିର ଅଧ୍ୟକ୍ଷ ଥିଲେ। ଗତ ମାସରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ୬ ବର୍ଷ ପୂର୍ବେ ନୱାଜ ସରିଫ ପାର୍ଟିର ଅଧ୍ୟକ୍ଷ ଥିଲେ। ତେବେ ତାଙ୍କ ଇସ୍ତଫା ପରେ ଶହବାଜ ସରିଫ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ।