୨୬ରୁ ମେଲବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ; ଶୁକ୍ରବାରଠୁ ଅଭ୍ୟାସ ସହ ରଣନୀତି ପ୍ରସ୍ତୁତ କରିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ ୨୦/୧୨: ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ । ବକ୍ସିଂ ଡେ’ ଟେଷ୍ଟ ପାଇଁ ଭାରତୀୟ ଦଳ ମେଲବର୍ଣ୍ଣରେ ପହଞ୍ଚି ସାରିଛି । ଶୁକ୍ରବାରଠୁ ଦଳର ପ୍ରସ୍ତୁତି ଆରମ୍ଭ ହେବ । ତୃତୀୟ ଟେଷ୍ଟ ଡ୍ର’ ହେବା ଫଳରେ ସିରିଜ ୧-୧ରେ ବରାବର ରହିଛି । ମେଲବର୍ଣ୍ଣରେ ଭାରତ ବିଜୟ ଟ୍ରାକକୁ ଫେରିବା ଏବଂ ସିରିଜରେ ଅଗ୍ରଣୀ ହାସଲ ନେଇ ବ୍ୟାକୁଳ ରହିଛି । ଏନେଇ ରୋହିତ ସେନା ଜୋରଦାର ଅଭ୍ୟାସ କରିବା ସହ ଆଗମୀ ରଣନୀତି ପ୍ରସ୍ତୁତ କରିବ । ଗତ ବୁଧବାର ତୃତୀୟ ଟେଷ୍ଟ ଶେଷ ହୋଇଥିଲା । ଅନ୍ତିମ ଦିବସରେ ପ୍ରସିଦ୍ଧ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ତାଙ୍କ ଅବସରକୁ ନେଇ ସାଥୀ ଖେଳାଳିମାନେ ଦୁଃଖିତ ଥିବା ସେମାନଙ୍କ ମୁହଁରୁ ବାରି ହୋଇ ପଡ଼ିଥିଲା। ମେଲବର୍ଣ୍ଣ ଟେଷ୍ଟ ପୂର୍ବରୁ ଭାରତ ବ୍ୟାଟିଂରେ ତ୍ରୁଟି ସୁଧାରିବା ଉପରେ ଗୁରୁତ୍ୱ ଦେବା ଜରୁରୀ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତ, ଶୁଭମନ ଗିଲ୍ ପୂର୍ବ ୨ଟି ଯାକ ମ୍ୟାଚ୍ରେ ବିଫଳ ହୋଇଥିଲେ । ସିରିଜରେ ଅଗ୍ରଣୀ ହାସଲ କରିବାକୁ ହେଲେ ବ୍ୟାଟିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିଛି । ବ୍ୟାଟିଂ କୋଚ୍ ଅଭିଷେକ ନାୟାରଙ୍କ ଅଧିନରେ ଦଳ ବ୍ୟାଟିଂରେ ତ୍ରୁଟି ସୁଧାରିବାକୁ ଯୋଜନା କରୁଛି ।
ନୂଆଦିଲ୍ଲୀ ୨୦/୧୨: ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ । ବକ୍ସିଂ ଡେ’ ଟେଷ୍ଟ ପାଇଁ ଭାରତୀୟ ଦଳ ମେଲବର୍ଣ୍ଣରେ ପହଞ୍ଚି ସାରିଛି । ଶୁକ୍ରବାରଠୁ ଦଳର ପ୍ରସ୍ତୁତି ଆରମ୍ଭ ହେବ । ତୃତୀୟ ଟେଷ୍ଟ ଡ୍ର’ ହେବା ଫଳରେ ସିରିଜ ୧-୧ରେ ବରାବର ରହିଛି । ମେଲବର୍ଣ୍ଣରେ ଭାରତ ବିଜୟ ଟ୍ରାକକୁ ଫେରିବା ଏବଂ ସିରିଜରେ ଅଗ୍ରଣୀ ହାସଲ ନେଇ ବ୍ୟାକୁଳ ରହିଛି । ଏନେଇ ରୋହିତ ସେନା ଜୋରଦାର ଅଭ୍ୟାସ କରିବା ସହ ଆଗମୀ ରଣନୀତି ପ୍ରସ୍ତୁତ କରିବ ।
ଗତ ବୁଧବାର ତୃତୀୟ ଟେଷ୍ଟ ଶେଷ ହୋଇଥିଲା । ଅନ୍ତିମ ଦିବସରେ ପ୍ରସିଦ୍ଧ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ତାଙ୍କ ଅବସରକୁ ନେଇ ସାଥୀ ଖେଳାଳିମାନେ ଦୁଃଖିତ ଥିବା ସେମାନଙ୍କ ମୁହଁରୁ ବାରି ହୋଇ ପଡ଼ିଥିଲା। ମେଲବର୍ଣ୍ଣ ଟେଷ୍ଟ ପୂର୍ବରୁ ଭାରତ ବ୍ୟାଟିଂରେ ତ୍ରୁଟି ସୁଧାରିବା ଉପରେ ଗୁରୁତ୍ୱ ଦେବା ଜରୁରୀ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତ, ଶୁଭମନ ଗିଲ୍ ପୂର୍ବ ୨ଟି ଯାକ ମ୍ୟାଚ୍ରେ ବିଫଳ ହୋଇଥିଲେ । ସିରିଜରେ ଅଗ୍ରଣୀ ହାସଲ କରିବାକୁ ହେଲେ ବ୍ୟାଟିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିଛି । ବ୍ୟାଟିଂ କୋଚ୍ ଅଭିଷେକ ନାୟାରଙ୍କ ଅଧିନରେ ଦଳ ବ୍ୟାଟିଂରେ ତ୍ରୁଟି ସୁଧାରିବାକୁ ଯୋଜନା କରୁଛି ।