ଏଚ୍‌ସିଆଇଏଲର ନୂତନ ଓ୍ବେୟାରହାଉସ କାର୍ଯ୍ୟର ଶୁଭାରମ୍ଭ

ଭୁବନେଶ୍ୱର,୧୬।୪: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ନୂତନ ପ୍ରକଳ୍ପ ‘ନ୍ୟୁ ସ୍ପେୟାର ପାର୍ଟସ ଓ୍ବେୟାରହାଉସ ଫାସିଲିଟି (ନୂତନ ଓ୍ବେୟାରହାଉସ) କାର୍ଯ୍ୟର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହି ନୂତନ ପ୍ରକଳ୍ପ ଜରିଆରେ କମ୍ପାନୀ ତା’ର ସମସ୍ତ ବାଣିଜି୍ୟକ ୟୁନିଟ୍‌ ଯଥା ହୋଣ୍ଡା କାର୍‌ସ ଇଣ୍ଡିଆ, ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏବଂ ହୋଣ୍ଡା ଇଣ୍ଡିଆ ପାଓ୍ବାର ପ୍ରଡକ୍ଟସ ପାଇଁ ଆବଶ୍ୟକ ଯନ୍ତ୍ରପାତି (ସ୍ପେୟାର ପାଟର୍ସ) ଯୋଗାଇବା ସହ ବଜାର ଚାହିଦାକୁ ମଧ୍ୟ ଉକ୍ତ ୟୁନିଟ (ନ୍ୟୁ […] The post ଏଚ୍‌ସିଆଇଏଲର ନୂତନ ଓ୍ବେୟାରହାଉସ କାର୍ଯ୍ୟର ଶୁଭାରମ୍ଭ appeared first on Dharitri Odia News.

ଏଚ୍‌ସିଆଇଏଲର ନୂତନ ଓ୍ବେୟାରହାଉସ କାର୍ଯ୍ୟର ଶୁଭାରମ୍ଭ

ଭୁବନେଶ୍ୱର,୧୬।୪: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ନୂତନ ପ୍ରକଳ୍ପ ‘ନ୍ୟୁ ସ୍ପେୟାର ପାର୍ଟସ ଓ୍ବେୟାରହାଉସ ଫାସିଲିଟି (ନୂତନ ଓ୍ବେୟାରହାଉସ) କାର୍ଯ୍ୟର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହି ନୂତନ ପ୍ରକଳ୍ପ ଜରିଆରେ କମ୍ପାନୀ ତା’ର ସମସ୍ତ ବାଣିଜି୍ୟକ ୟୁନିଟ୍‌ ଯଥା ହୋଣ୍ଡା କାର୍‌ସ ଇଣ୍ଡିଆ, ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏବଂ ହୋଣ୍ଡା ଇଣ୍ଡିଆ ପାଓ୍ବାର ପ୍ରଡକ୍ଟସ ପାଇଁ ଆବଶ୍ୟକ ଯନ୍ତ୍ରପାତି (ସ୍ପେୟାର ପାଟର୍ସ) ଯୋଗାଇବା ସହ ବଜାର ଚାହିଦାକୁ ମଧ୍ୟ ଉକ୍ତ ୟୁନିଟ (ନ୍ୟୁ ଫାସିଲିଟି) ବେଶ୍‌ ସହାୟକ ହେବ ବୋଲି ହୋଣ୍ଡା ଗ୍ରୁପ ପକ୍ଷରୁ ଆକଳନ କରାଯାଇଛି। ଉଲ୍ଲେଖଯୋଗ୍ୟ, କର୍ନାଟକର ବେଙ୍ଗାଲୁରୁ ନିକଟସ୍ଥ ଡୋଡାବାଲପୁରାଠାରେ ପ୍ରାୟ ୬୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ କମ୍ପାନୀର ନୂତନ ୟୁନିଟ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୨୫,୦୦୦ ବର୍ଗ ଫୁଟ ଜମିରେ ବିକଶିତ ହେବ। ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ର ସଭାପତି ତଥା ସିଇଓ ତାକୁୟା ତସମୁରା କହିଛନ୍ତି, ବେଙ୍ଗଲୁରୁଠାରେ ଆମେ ଆମର ନୂତନ ସୁବିଧା କେନ୍ଦ୍ରର ( ନ୍ୟୁ ସ୍ପେୟାର ପାର୍ଟସ ଓ୍ବେୟାରହାଉସଫାସିଲିଟି) କାର୍ଯ୍ୟ ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମେ ଆମର ଗ୍ରାହକଙ୍କୁ ଉନ୍ନତମାନର ସେବା ସହିତ ଗୁଣାତ୍ମକ ଉତ୍ପାଦ ବଜାର ଚାହିଦା ଅନୁଯାୟୀ ସମୟାନୁବର୍ତ୍ତିତା ମଧ୍ୟରେ ଯୋଗାଇ ଦେବୁ।

The post ଏଚ୍‌ସିଆଇଏଲର ନୂତନ ଓ୍ବେୟାରହାଉସ କାର୍ଯ୍ୟର ଶୁଭାରମ୍ଭ appeared first on Dharitri Odia News.