ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫ ତାଙ୍କର ନୂଆ ଠିକଣା ହେବ। ଏନେଇ କେନ୍ଦ୍ର ଆବାସ ସମିତି ପକ୍ଷରୁ ରାହୁଲଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ କଂଗ୍ରେସ ନେତାଙ୍କ ପକ୍ଷରୁ ସହମତି ମିଳିବା ପରେ ଆବଣ୍ଟନ କରି ଦିଆଯିବ। ରାହୁଲଙ୍କୁ ଆବଣ୍ଟନ ହେବାକୁ ଥିବା ଘର ଟାଇପ୍‌ ୮ ଶ୍ରେଣୀର ବଙ୍ଗଳା। ସାଧାରଣତଃ ଏଭଳି ବଙ୍ଗଳା କ୍ୟାବିନେଟ ମନ୍ତ୍ରୀଙ୍କୁ […] The post ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ… appeared first on Dharitri Odia News.

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫ ତାଙ୍କର ନୂଆ ଠିକଣା ହେବ। ଏନେଇ କେନ୍ଦ୍ର ଆବାସ ସମିତି ପକ୍ଷରୁ ରାହୁଲଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ କଂଗ୍ରେସ ନେତାଙ୍କ ପକ୍ଷରୁ ସହମତି ମିଳିବା ପରେ ଆବଣ୍ଟନ କରି ଦିଆଯିବ।

ରାହୁଲଙ୍କୁ ଆବଣ୍ଟନ ହେବାକୁ ଥିବା ଘର ଟାଇପ୍‌ ୮ ଶ୍ରେଣୀର ବଙ୍ଗଳା। ସାଧାରଣତଃ ଏଭଳି ବଙ୍ଗଳା କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳିଥାଏ। ଏବେ ରାହୁଲ ବିରୋଧୀ ଦଳ ନେତା ଥିବା ତାଙ୍କୁ ଏହି ବଙ୍ଗଳା ଅଫର କରାଯାଇଛି।

ବର୍ଷ ବର୍ଷ ଧରି ରାହୁଲ ୧୨ ତୁଗଲଗ ଲେନ୍‌ରେ ରହୁଥିଲେ। ହେଲେ ଗତ ବର୍ଷ ମାନହାନି ମକଦ୍ଦମା ମାମଲାରେ ତାଙ୍କୁ ଏକ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯିବା ପରେ ସଦସ୍ୟତା ଚାଲି ଯାଇଥିଲା। ଏହାପରେ ସେ ଏହି ଆବାସକୁ ଖାଲି କରିଦେଇଥିଲେ। ଏହାପରେ ସେ ମା’ ଏବଂ କଂଗ୍ରେସର ସଂସଦୀୟ ଦଳ ନେତ ସୋନିଆ ଗାନ୍ଧୀଙ୍କ ଆବାସରେ ରହିଆସୁଛନ୍ତି।

The post ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ… appeared first on Dharitri Odia News.