ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌‌, ଉପକୃତ ହେବେ ଲକ୍ଷାଧିକ ଯାତ୍ରୀ

ଭୁବନେଶ୍ବର,୧୭।୩: ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ରବିବାର ଠାରୁ ସେବା ଆରମ୍ଭ କରିଛି। ସପ୍ତାହର ସୋମବାର ବ୍ୟତୀତ ଅନ୍ୟ ଦିନ ଗୁଡ଼ିକରେ ଉଭୟ ପଟୁ ଚଳାଚଳ କରିବ। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟ୍ରେନ୍‌‌ଟି ଭୁବନେଶ୍ୱରରୁ ସକାଳ ୫ଟା ୧୫ ମିନିଟ୍‌‌ରେ ବାହାରି ବିଶାଖାପାଟଣାରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିବ। ସେହିଭଳି ବିଶାଖାପାଟଣାରୁ ଅପରାହ୍ଣ ୩ଟା ୩୦ରେ ବାହାରି ଭୁବନେଶ୍ୱରରେ ରାତି ୯ଟା ୩୦ରେ ପହଞ୍ଚିବ। ଏହି ସମୟ ମଧ୍ୟରେ ଟ୍ରେନ୍‌‌ଟି ଖୋର୍ଦ୍ଧା ରୋଡ଼, ବାଲୁଗାଁ, […] The post ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌‌, ଉପକୃତ ହେବେ ଲକ୍ଷାଧିକ ଯାତ୍ରୀ appeared first on Dharitri Odia News.

ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌‌, ଉପକୃତ ହେବେ ଲକ୍ଷାଧିକ ଯାତ୍ରୀ

ଭୁବନେଶ୍ବର,୧୭।୩: ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ରବିବାର ଠାରୁ ସେବା ଆରମ୍ଭ କରିଛି। ସପ୍ତାହର ସୋମବାର ବ୍ୟତୀତ ଅନ୍ୟ ଦିନ ଗୁଡ଼ିକରେ ଉଭୟ ପଟୁ ଚଳାଚଳ କରିବ। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟ୍ରେନ୍‌‌ଟି ଭୁବନେଶ୍ୱରରୁ ସକାଳ ୫ଟା ୧୫ ମିନିଟ୍‌‌ରେ ବାହାରି ବିଶାଖାପାଟଣାରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିବ।

ସେହିଭଳି ବିଶାଖାପାଟଣାରୁ ଅପରାହ୍ଣ ୩ଟା ୩୦ରେ ବାହାରି ଭୁବନେଶ୍ୱରରେ ରାତି ୯ଟା ୩୦ରେ ପହଞ୍ଚିବ। ଏହି ସମୟ ମଧ୍ୟରେ ଟ୍ରେନ୍‌‌ଟି ଖୋର୍ଦ୍ଧା ରୋଡ଼, ବାଲୁଗାଁ, ବ୍ରହ୍ମପୁର, ଇଚ୍ଛାପୁରମ, ପଲାସା, ଶ୍ରୀକାକୁଲମରୋଡ଼, ବିଜୟନଗରମ ଷ୍ଟେସନରେ ଅଟକିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଦୀର୍ଘ ଦିନ ଧରି ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଦୈନିକ ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ପୂର୍ବ ତଟ ରେଳବାଇର ବିଭିନ୍ନ ବର୍ଗର ଲୋକ ତଥା ପୋଷାକର ଲୋକମାନେ ଦାବି କରିଆସୁଥିଲେ। ରିପୋର୍ଟ ଅନୁଯାୟୀ, ଓଡିଶାରେ ରହୁଥିବା ଏକ ଲକ୍ଷରୁ ଅଧିକ ଲୋକ ରୁଟିନ୍ ଟ୍ରେନ୍ ସେବା ଦ୍ୱାରା ଉପକୃତ ହେବେ ବୋଲି ଆଶା କରାଯାଉଛି।

The post ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌‌, ଉପକୃତ ହେବେ ଲକ୍ଷାଧିକ ଯାତ୍ରୀ appeared first on Dharitri Odia News.