ମନ୍ଦିର ସମ୍ମୁଖରେ ପହଞ୍ଚିଲେ ମହାପ୍ରଭୁ, ଅଧରପଣା ନୀତି ସମ୍ପନ୍ନ
ଦାରିଙ୍ଗବାଡ଼ି, ୭ା୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍ ସିମନବାଡିଠାରେ ବାଟରେ ଅଟକି ରହିଥିବା ମହାପ୍ରଭୁଙ୍କ ସୋମବାର ଅଧରପଣା ନୀତିକାନ୍ତି କରାଯିବା ପରେ ପୁଣି ରଥଟଣା ଯାଇଥିଲା। ରଥ ବର୍ତ୍ତମାନ ଶ୍ରୀ ମନ୍ଦିରରେ ନିକଟରେ ପହଞ୍ଚି ଯାଇଛି। ମଙ୍ଗଳବାର ମହାପ୍ରଭୁଙ୍କ ନୀଳାନ୍ଦ୍ରି ବିଜେ ନୀତି ସମ୍ପନ ହେବ ବୋଲି କମିଟି ପକ୍ଷରୁ କୁଯାଯାଇଛି। ଶନିବାର ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ବାହାରି ବଜାରରେ ଅଟକି ଯାଇ ମା’ଦୁର୍ଗାଙ୍କ ମନ୍ଦିର ସମ୍ମୁଖରେ ୨ ଦିନ ଧରି ପୂଜା ପାଇଥିଲେ। […] The post ମନ୍ଦିର ସମ୍ମୁଖରେ ପହଞ୍ଚିଲେ ମହାପ୍ରଭୁ, ଅଧରପଣା ନୀତି ସମ୍ପନ୍ନ appeared first on Dharitri Odia News.
ଦାରିଙ୍ଗବାଡ଼ି, ୭ା୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍ ସିମନବାଡିଠାରେ ବାଟରେ ଅଟକି ରହିଥିବା ମହାପ୍ରଭୁଙ୍କ ସୋମବାର ଅଧରପଣା ନୀତିକାନ୍ତି କରାଯିବା ପରେ ପୁଣି ରଥଟଣା ଯାଇଥିଲା। ରଥ ବର୍ତ୍ତମାନ ଶ୍ରୀ ମନ୍ଦିରରେ ନିକଟରେ ପହଞ୍ଚି ଯାଇଛି। ମଙ୍ଗଳବାର ମହାପ୍ରଭୁଙ୍କ ନୀଳାନ୍ଦ୍ରି ବିଜେ ନୀତି ସମ୍ପନ ହେବ ବୋଲି କମିଟି ପକ୍ଷରୁ କୁଯାଯାଇଛି।
ଶନିବାର ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ବାହାରି ବଜାରରେ ଅଟକି ଯାଇ ମା’ଦୁର୍ଗାଙ୍କ ମନ୍ଦିର ସମ୍ମୁଖରେ ୨ ଦିନ ଧରି ପୂଜା ପାଇଥିଲେ। ରବିବାର ମହାପ୍ରଭୁ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ସୋମବାର ଅଧରପଣା ନୀତି କରାଯାଇଥିଲା। ଅଧରପଣା ନୀତି ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ନୀତିକାନ୍ତିକୁ ଜଗନ୍ନାଥ ମନ୍ଦିରର ପୂଜକ ସତ୍ୟନାରାୟଣ ପଣ୍ଡା ସମ୍ପାଦନା କରିଥିବା ବେଳେ ୨ ଦିନ ଧରି ଅର୍ନ୍ନ ଭୋଗ ଓ ଅନ୍ୟାନ୍ୟ ଭୋଗ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯାଇଥିଲା।
ଆଶୁତୋଷ ସାହୁ, ସରୋଜ ସାହୁ, ବିନୋଦ ସାହୁ, ବାଥଲାମ ନାୟକ, ପିଣ୍ଟୁ ସାହୁ, ଚିତ୍ତରଞ୍ଜନ ସାହୁ, ମହେଶ ସାହୁ, ଅମୂଲ୍ୟ ସୁବୁଦ୍ଧିଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।
The post ମନ୍ଦିର ସମ୍ମୁଖରେ ପହଞ୍ଚିଲେ ମହାପ୍ରଭୁ, ଅଧରପଣା ନୀତି ସମ୍ପନ୍ନ appeared first on Dharitri Odia News.