ମହିଳା ଟି୨୦ ଏସିଆ କପ୍: ଦୁଲାଲ ଭାରତୀୟ ଦଳ ମ୍ୟାନେଜର
ସମ୍ବଲପୁର, ୧୫ା୭(ପ୍ରମୋଦ ବହିଦାର): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓଡ଼ିଶା ଅଲିମ୍ପିକ ଆସୋସିଏଶନର ଉପସଭାପତି ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଅନ୍ୟତମ ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ମହିଳା ଟି୨୦ ଏସିଆ କପ୍ ୨୦୨୪ ପାଇଁ ଜାତୀୟ ମହିଳା କ୍ରିକେଟ୍ ଦଳର ମ୍ୟାନେଜର ଭାବେ ନିଯୁକ୍ତି ଦେଇଛି। ଏହି ଟୁର୍ନାମେଣ୍ଟ ଶ୍ରୀଲଙ୍କାରେ ଜୁଲାଇ ୧୯ରୁ ୨୮ ପର୍ଯ୍ୟନ୍ତ ହେବ। ଏହି ଗୁରୁଦାୟିତ୍ୱ ପାଇଁ ସେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ବିସିସିଆଇ ସମ୍ପାଦକ ଜୟ […] The post ମହିଳା ଟି୨୦ ଏସିଆ କପ୍: ଦୁଲାଲ ଭାରତୀୟ ଦଳ ମ୍ୟାନେଜର appeared first on Dharitri Odia News.
ସମ୍ବଲପୁର, ୧୫ା୭(ପ୍ରମୋଦ ବହିଦାର): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓଡ଼ିଶା ଅଲିମ୍ପିକ ଆସୋସିଏଶନର ଉପସଭାପତି ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଅନ୍ୟତମ ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ମହିଳା ଟି୨୦ ଏସିଆ କପ୍ ୨୦୨୪ ପାଇଁ ଜାତୀୟ ମହିଳା କ୍ରିକେଟ୍ ଦଳର ମ୍ୟାନେଜର ଭାବେ ନିଯୁକ୍ତି ଦେଇଛି। ଏହି ଟୁର୍ନାମେଣ୍ଟ ଶ୍ରୀଲଙ୍କାରେ ଜୁଲାଇ ୧୯ରୁ ୨୮ ପର୍ଯ୍ୟନ୍ତ ହେବ।
ଏହି ଗୁରୁଦାୟିତ୍ୱ ପାଇଁ ସେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପ୍ରତି ତାଙ୍କର କୃତଜ୍ଞତା ଜଣାଇଛନ୍ତି। ସେ ନିଷ୍ଠାର ସହିତ ଦାୟିତ୍ୱ ସମ୍ପାଦନ କରିବାକୁ ପ୍ରୟାସ କରିବେ ବୋଲି ଦୁଲାଲ କହିଛନ୍ତି। ଟି୨୦ ଏସିଆ କପ୍ରେ ଭାରତୀୟ ମହିଳା ଦଳ ବିଜୟୀ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଭାରତୀୟ ଦଳ ଜୁଲାଇ ୧୬ରେ ଚେନ୍ନାଇର ବିମାନ ଯୋଗେ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିବ। ଜୁଲାଇ ୧୯ରେ ଶ୍ରୀଲଙ୍କାର ରାଙ୍ଗିରୀ ଦମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଏହାର ପ୍ରଥମ ମ୍ୟାଚ ଖେଳିବ।
ଟି୨୦ ଏସିଆ କପ୍ରେ ମୋଟ୍ ୮ଟି ଦଳ ଭାଗ ନେଇଛନ୍ତି। ସମସ୍ତ ଦଳକୁ ଦୁଇଟି ଗ୍ରୁପ୍ରେ ଭାଗ କରାଯାଇଛି। ଭାରତ ସମେତ ପାକିସ୍ତାନ, ନେପାଳ ଓ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)କୁ ମିଶାଇ ମୋଟ ୪ଟି ଦଳ ଗ୍ରୁପ୍ ‘ଏ’ରେ ସ୍ଥାନ ପାଇଛନ୍ତି। ଭାରତୀୟ ମହିଳା କ୍ରିକେଟ ଦଳର ମ୍ୟାନେଜର ଭାବେ ନିଯୁକ୍ତି ପାଇଥିବାରୁ ଦୁଲାଲଙ୍କୁ ଓସିଏ ସଭାପତି, ସମ୍ପାଦକ ଏବଂ ଅନ୍ୟ କର୍ମକର୍ତ୍ତା ଅଭିନନ୍ଦ ଜଣାଇଛନ୍ତି।
The post ମହିଳା ଟି୨୦ ଏସିଆ କପ୍: ଦୁଲାଲ ଭାରତୀୟ ଦଳ ମ୍ୟାନେଜର appeared first on Dharitri Odia News.