ବନ୍ଧୁତାରେ ଲାଗିଲା ରକ୍ତଛିଟା: ସାଙ୍ଗକୁ ଘରୁ ଡାକିନେଇ ବିଲ ହିଡ଼ରେ…

ଉଦଳା,୨୬।୭(ସନ୍ତୋଷ କୁମାର ବାଛିନି):ବନ୍ଧୁତାରେ ଲାଗିଲା ରକ୍ତଛିଟା। ଘରକୁ ଡ଼ାକିନେଇଥିଲେ ସାଙ୍ଗ, ଆଉ ବିଲ ହିଡ଼ରେ ବେକକୁ ହାଣି କଲେ ଲହୁଲୁହାଣ। ହେଲେ ବଞ୍ଚିଯାଇଛନ୍ତି ସାଙ୍ଗ। ଏଭଳି ଘଟଣା ଘଟିଛି ଉଦଳା ଥାନା ରାଢୋ ଗ୍ରାମରେ। ଗ୍ରାମର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟା ସମୟରେ ଘର ପାଖରେ ବସିଥିଲେ, ଏହି ସମୟରେ ଗ୍ରାମର ତାଙ୍କର ଜଣେ ସାଙ୍ଗ ଆସି ଯତୀନ୍ଦ୍ରକୁ ଡାକିଥିଲେ। ଯତୀନ୍ଦ୍ର ତାଙ୍କ ସହିତ ଯାଇଥିବା ବେଳେ ବିଲ ହିଡ଼ ନିକଟରେ ଅଚାନକ ଯତୀନ୍ଦ୍ରଙ୍କ ବେକକୁ ତାଙ୍କ […] The post ବନ୍ଧୁତାରେ ଲାଗିଲା ରକ୍ତଛିଟା: ସାଙ୍ଗକୁ ଘରୁ ଡାକିନେଇ ବିଲ ହିଡ଼ରେ… appeared first on Dharitri Odia News.

ବନ୍ଧୁତାରେ ଲାଗିଲା ରକ୍ତଛିଟା: ସାଙ୍ଗକୁ ଘରୁ ଡାକିନେଇ ବିଲ ହିଡ଼ରେ…

ଉଦଳା,୨୬।୭(ସନ୍ତୋଷ କୁମାର ବାଛିନି):ବନ୍ଧୁତାରେ ଲାଗିଲା ରକ୍ତଛିଟା। ଘରକୁ ଡ଼ାକିନେଇଥିଲେ ସାଙ୍ଗ, ଆଉ ବିଲ ହିଡ଼ରେ ବେକକୁ ହାଣି କଲେ ଲହୁଲୁହାଣ। ହେଲେ ବଞ୍ଚିଯାଇଛନ୍ତି ସାଙ୍ଗ। ଏଭଳି ଘଟଣା ଘଟିଛି ଉଦଳା ଥାନା ରାଢୋ ଗ୍ରାମରେ। ଗ୍ରାମର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟା ସମୟରେ ଘର ପାଖରେ ବସିଥିଲେ, ଏହି ସମୟରେ ଗ୍ରାମର ତାଙ୍କର ଜଣେ ସାଙ୍ଗ ଆସି ଯତୀନ୍ଦ୍ରକୁ ଡାକିଥିଲେ। ଯତୀନ୍ଦ୍ର ତାଙ୍କ ସହିତ ଯାଇଥିବା ବେଳେ ବିଲ ହିଡ଼ ନିକଟରେ ଅଚାନକ ଯତୀନ୍ଦ୍ରଙ୍କ ବେକକୁ ତାଙ୍କ ସାଙ୍ଗ ଧାରୁଆ ଅସ୍ତ୍ରରେ ହାଣି ଫୋପାଡ଼ି ଦେଇଥିଲେ। ଏହା ପରେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ର ବିଲ ଭିତରେ ପଡ଼ିବା ସହିତ ଚିତ୍କାର କରିଥିଲେ। ପାଟି ଶୁଣି ଅନ୍ୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା କାରଣରୁ ଆକ୍ରମଣକାରି ସାଙ୍ଗ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ରଙ୍କୁ ଗ୍ରାମର ଯୁବକ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିବାବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।

The post ବନ୍ଧୁତାରେ ଲାଗିଲା ରକ୍ତଛିଟା: ସାଙ୍ଗକୁ ଘରୁ ଡାକିନେଇ ବିଲ ହିଡ଼ରେ… appeared first on Dharitri Odia News.