ବାଲିରେ ହେଉଛି ନଦୀବନ୍ଧ ଉନ୍ନତୀକରଣ
ବ୍ରହ୍ମବରଦା,୧୯ା୭(ଯଯାତି କେଶରୀ ବେହେରା): ଜାରକା ଜଳସମ୍ପଦ ଡିଭିଜନ ଅନ୍ତର୍ଗତ ବନ୍ଧଡ଼ିହ ପ୍ରାଥମିକ ବିଦ୍ୟାଳୟ ନିକଟ ନଦୀବନ୍ଧକୁ ସୁଦୃଢୀକରଣ କରାଯାଉଛି। ଯେପରିକି ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ଘାଇ ସୃଷ୍ଟି ନ ହୁଏ ଏବଂ ଧନ ଜୀବନ ନଷ୍ଟ ନ ହୁଏ ସେଥିପାଇଁ ସରକାରଙ୍କ ପକ୍ଷରୁ ବନ୍ୟା ଚୁକ୍ତିନାମା ଅନୁଯାୟୀ ଉକ୍ତ ନଦୀବନ୍ଧରେ ୨,୩୩୨ ଘନମିଟର ମାଟି ପଡ଼ିବା ସହିତ ୫୪୫ ଘନମିଟର ପଥର ପ୍ୟାକିଂ ହେବାକୁ ଧାର୍ଯ୍ୟ କରାଯାଇଛି। ୨୪ ଲକ୍ଷ ୧୧ ହଜାର ୪୫୯ ଟଙ୍କ […] The post ବାଲିରେ ହେଉଛି ନଦୀବନ୍ଧ ଉନ୍ନତୀକରଣ appeared first on Dharitri Odia News.
ବ୍ରହ୍ମବରଦା,୧୯ା୭(ଯଯାତି କେଶରୀ ବେହେରା): ଜାରକା ଜଳସମ୍ପଦ ଡିଭିଜନ ଅନ୍ତର୍ଗତ ବନ୍ଧଡ଼ିହ ପ୍ରାଥମିକ ବିଦ୍ୟାଳୟ ନିକଟ ନଦୀବନ୍ଧକୁ ସୁଦୃଢୀକରଣ କରାଯାଉଛି। ଯେପରିକି ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ଘାଇ ସୃଷ୍ଟି ନ ହୁଏ ଏବଂ ଧନ ଜୀବନ ନଷ୍ଟ ନ ହୁଏ ସେଥିପାଇଁ ସରକାରଙ୍କ ପକ୍ଷରୁ ବନ୍ୟା ଚୁକ୍ତିନାମା ଅନୁଯାୟୀ ଉକ୍ତ ନଦୀବନ୍ଧରେ ୨,୩୩୨ ଘନମିଟର ମାଟି ପଡ଼ିବା ସହିତ ୫୪୫ ଘନମିଟର ପଥର ପ୍ୟାକିଂ ହେବାକୁ ଧାର୍ଯ୍ୟ କରାଯାଇଛି। ୨୪ ଲକ୍ଷ ୧୧ ହଜାର ୪୫୯ ଟଙ୍କ ବ୍ୟୟବରାଦରେ ଏହି କାର୍ଯ୍ୟ ୨୬ା୦୫ା୨୦୨୪ ସୁଦ୍ଧାଶେଷ ହେବା ନେଇ ଚୁକ୍ତି କରାଯାଇଥିଲା। କିନ୍ତୁ ଅବଧି ମଧ୍ୟରେ କାର୍ଯ୍ୟ ସମାପ୍ତ ହୋଇ ପାରିନାହିଁ। ଏବେ ଠିକାଦାର ମାଟି ବଦଳରେ ବ୍ରାହ୍ମଣୀ ନଦୀ ବାଲିରେ କାର୍ଯ୍ୟ କରୁଥିବାବେଳେ କଁାଭଁା ପଥର ପ୍ୟାକିଂ କରୁଥିବା ଦେଖିବାକୁ ମିଳିଛି। ଫଳରେ ଏହି ନଦୀବନ୍ଧର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ୍ଧ ନିକଟରେ ଏକ ବିଦ୍ୟାଳୟ ରହିଛି। ଏହ ବିଦ୍ୟାଳୟକୁ ବାଲିନିର୍ମିତ ନଦୀବନ୍ଧ କେତେ ସୁରକ୍ଷା ପ୍ରଦାନ କରିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ବିଭାଗୟୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୦ରେ ବ୍ରାହ୍ମଣୀ ନଦୀରେ ବନ୍ୟାଆସିବାରୁ ବନ୍ଧଡ଼ିହସ୍ଥିତ କଣ୍ଡିଆ ସାହିଠାରେ ୨୦୦ଫୁଟରୁ ଊର୍ଦ୍ଧ୍ୱ ଘାଇ ହୋଇଥିଲା। ଏଥିସହିତ ଦୁଇ ମହଲା ବିଶିଷ୍ଟ କୋଠାଘର ଭାସିଯିବା ସହ ଅନେକ କଚ୍ଚା ଘର ଭାଙ୍ଗି ଯାଇଥିଲା। ଫଳରେ ଏକାଧିକ ପରିବାର ମାସମାସ ଧରି ପରଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଥିଲେ। ଏଠାରେ ଘାଇ ହେବାର ମୁଖ୍ୟ କାରଣ ଥିଲା ବାଲିରେ ବନ୍ଧ ନିର୍ମାଣ। ଏହିପରି ଏହି ନଦୀବନ୍ଧକୁ ପ୍ରତିବର୍ଷ ଉନ୍ନତୀକରଣ ଆଳରେ ସରକାରୀ ପାଣ୍ଠିରୁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ପ୍ରତିବର୍ଷ ବନ୍ୟାରେ ଘାଇ ସୃଷ୍ଟି ହୋଇ ଗ୍ରାମବାସୀଙ୍କ ଧନଜୀବନ ନଷ୍ଟ ହେଉଛି। ତେଣୁ ଏହି ନଦୀବନ୍ଧ କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଠିକାଦାର କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
The post ବାଲିରେ ହେଉଛି ନଦୀବନ୍ଧ ଉନ୍ନତୀକରଣ appeared first on Dharitri Odia News.