ଦୋକାନୀଙ୍କଠୁ ସୁନାଚେନ୍ ଝାମ୍ପିନେଇ ମାରିଥିଲେ ଚମ୍ପଟ, ଆଜି ପଡ଼ିଲେ ଧରା
ନିରାକାରପୁର, ୨୪।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ପୋଲିସ ସୋମବାର ୨ ଚେନ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ମଧ୍ୟ ଚେନକୁ ଜବତ କରିଛି। ଲୁଟେରା ଦ୍ୱୟହେଲେ ଜଙ୍କିଆଥାନା ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଓଳସିଂ ପରିଡାସାହିର ଶୁକଦେବ ରାଉତରାୟ ଓ ଉକ୍ତଗ୍ରାମ ବରାଳ ସାହିର ଦିଲ୍ଲୀପ ମହାରଣା । ଲୁଟେରା ଦ୍ୱୟଙ୍କ ନାମରେ ୪୭/୨୫ରେ ଏକ ମାମଲା ରୁଜୁକରି ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି। ପୋଲିସର […] The post ଦୋକାନୀଙ୍କଠୁ ସୁନାଚେନ୍ ଝାମ୍ପିନେଇ ମାରିଥିଲେ ଚମ୍ପଟ, ଆଜି ପଡ଼ିଲେ ଧରା appeared first on Dharitri Odia News.
ନିରାକାରପୁର, ୨୪।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ପୋଲିସ ସୋମବାର ୨ ଚେନ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ମଧ୍ୟ ଚେନକୁ ଜବତ କରିଛି। ଲୁଟେରା ଦ୍ୱୟହେଲେ ଜଙ୍କିଆଥାନା ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଓଳସିଂ ପରିଡାସାହିର ଶୁକଦେବ ରାଉତରାୟ ଓ ଉକ୍ତଗ୍ରାମ ବରାଳ ସାହିର ଦିଲ୍ଲୀପ ମହାରଣା । ଲୁଟେରା ଦ୍ୱୟଙ୍କ ନାମରେ ୪୭/୨୫ରେ ଏକ ମାମଲା ରୁଜୁକରି ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ରବିବାର ରାତି ସାଢେ ୯ଟାବେଳେ ରାମେଶ୍ୱର ଖେଳପଡିଆ ସାମ୍ନାରେ ଥିବା ୯୯ସୋରୁମରେ ଉକ୍ତ ଲୁଟେରା ଦ୍ୱୟ ପହଞ୍ଚି ବ୍ରସ ଓ ପେଷ୍ଟ କିଣିବାର ବାହାନା କରିଥିଲେ। ତେବେ ମାଲିକଙ୍କର ଅନ୍ୟମନସ୍କର ସୁଯୋଗନେଇ ଦୁର୍ବୃତ୍ତ ଦ୍ୱୟ ତାଙ୍କ ବେକରୁ ୧୫ଗ୍ରାମର ସୁନାଚେନକୁ ଭିଡିନେଇ ଆଖି ପିଛୁଳାକେ ବାଇକ ଯୋଗେ ପଳାଇଯାଇଥିଲେ। ଏନେଇ ଦୋକାନୀ ମାଲିକ ସ୍ଥାନୀୟ ଖଜୁରୀପଡା ଗ୍ରାମର ପ୍ରଶାନ୍ତ କୁମାର ଛୁଆଳସିଂ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଲିଖିତ ଅଭିଯୋଗକୁ ଆଧାରକାରୀ ପୋଲିସର ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦିଲ୍ଲୀପ ମହାରଣାଙ୍କୁ ଗିରଫ କରିଥିବାବେଳେ ଶୁକଦେବାକୁ ନ ପାଇ ତା ବଡଭାଇକୁ ଘରୁ ଉଠେଇ ଆଣିଥିଲା । ପରେ ପରିବାର ଲୋକ ଶୁକଦେବକୁ ହ୍ୟାଣ୍ଡବର କରିବା ପାରେ ପୋଲିସ ଶୁକଦେବଙ୍କ ବଡଭାଇକୁ ଛାଡି ଶୁକଦେବାକୁ ଗିରଫ କରିଥିଲା ବୋଲି ଜଣାପଡିଛି।
The post ଦୋକାନୀଙ୍କଠୁ ସୁନାଚେନ୍ ଝାମ୍ପିନେଇ ମାରିଥିଲେ ଚମ୍ପଟ, ଆଜି ପଡ଼ିଲେ ଧରା appeared first on Dharitri Odia News.