ଆସନ୍ତା ସୋମବାର ପୁଣି ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସକାଳ ୮ରୁ ପଞ୍ଜୀକରଣ

ଭୁବନେଶ୍ୱର,୧୨।୭(ଅସମାପିକା ସାହୁ) – ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା ୧୫ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେହିଦିନ ପୂର୍ବାହ୍ନ ୧୧ଟାରୁ ଶୁଣାଣି ହେବ। ଏଥିପାଇଁ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ପଞ୍ଜୀକରଣ ହେବ। ଏଥିନିମନ୍ତେ ଆଗ୍ରହୀ ଜନସାଧାରଣ ଅଭିଯୋଗ ଶୁଣାଣି ସ୍ଥାନରେ ଯଥା ସମୟରେ ଉପସ୍ଥିତ ରହି ଅଭିଯୋଗ ପଞ୍ଜୀକରଣ କରାଇ ଅଭିଯୋଗଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ […] The post ଆସନ୍ତା ସୋମବାର ପୁଣି ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସକାଳ ୮ରୁ ପଞ୍ଜୀକରଣ appeared first on Dharitri Odia News.

ଆସନ୍ତା ସୋମବାର ପୁଣି ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସକାଳ ୮ରୁ ପଞ୍ଜୀକରଣ

ଭୁବନେଶ୍ୱର,୧୨।୭(ଅସମାପିକା ସାହୁ) – ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା ୧୫ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେହିଦିନ ପୂର୍ବାହ୍ନ ୧୧ଟାରୁ ଶୁଣାଣି ହେବ। ଏଥିପାଇଁ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ପଞ୍ଜୀକରଣ ହେବ। ଏଥିନିମନ୍ତେ ଆଗ୍ରହୀ ଜନସାଧାରଣ ଅଭିଯୋଗ ଶୁଣାଣି ସ୍ଥାନରେ ଯଥା ସମୟରେ ଉପସ୍ଥିତ ରହି ଅଭିଯୋଗ ପଞ୍ଜୀକରଣ କରାଇ ଅଭିଯୋଗଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

The post ଆସନ୍ତା ସୋମବାର ପୁଣି ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସକାଳ ୮ରୁ ପଞ୍ଜୀକରଣ appeared first on Dharitri Odia News.