ମ୍ୟାଲେରିଆ, ଡେଙ୍ଗୁର ନିରାକରଣ ପାଇଁ ବଡ଼ ପଦକ୍ଷେପ

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଜନିତ ଜ୍ୱରକୁ ମୂଳୋତ୍ପାଟନ କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ଜନ ସଚେତନ କରାଯିବା ସହ ଲୋକଙ୍କୁ କୀଟନାଶକ ମଶାରୀ ବ୍ୟବହାର ପାଇଁ ଅଧିକ ଗୁରୁତ୍ୱ ଦିଆଯିବା ସହ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶନିବାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ସଭାଗୃହଠାରେ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ଜାକେଶ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ କୁହାଯାଇଛି। ଉକ୍ତ ବ୍ଲକ ଅଞ୍ଚଳରେ ୨୫ […] The post ମ୍ୟାଲେରିଆ, ଡେଙ୍ଗୁର ନିରାକରଣ ପାଇଁ ବଡ଼ ପଦକ୍ଷେପ appeared first on Dharitri Odia News.

ମ୍ୟାଲେରିଆ, ଡେଙ୍ଗୁର ନିରାକରଣ ପାଇଁ ବଡ଼ ପଦକ୍ଷେପ

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଜନିତ ଜ୍ୱରକୁ ମୂଳୋତ୍ପାଟନ କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ଜନ ସଚେତନ କରାଯିବା ସହ ଲୋକଙ୍କୁ କୀଟନାଶକ ମଶାରୀ ବ୍ୟବହାର ପାଇଁ ଅଧିକ ଗୁରୁତ୍ୱ ଦିଆଯିବା ସହ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶନିବାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ସଭାଗୃହଠାରେ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ଜାକେଶ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ କୁହାଯାଇଛି। ଉକ୍ତ ବ୍ଲକ ଅଞ୍ଚଳରେ ୨୫ ପଞ୍ଚାୟତରେ ଚଳିତ ମାସରେ ୭୦ହଜାର ମଶାରୀ ବଣ୍ଟନ ପାଇଁ ଯୋଜନା କରାଯାଇଛି। ଯାହାକି ଦୀର୍ଘସ୍ଥାୟୀ କୀଟନାଶକ ମଶାରୀ। ଏହାକୁ ଯେତେବେଳେ ଶୋଇବେ ଦିନ ହେଉ କି ରାତି ବ୍ୟବହାର କରିବା ଦ୍ୱାରା ଦିନରେ ଡେଙ୍ଗୁ ଓ ରାତିରେ ମ୍ୟାଲେରିଆ ମଶା କମୁଡ଼ିବେ ନାହିଁ। ଫଳରେ ଏହି ସବୁ ଜ୍ୱରରୁ ଲୋକ ମୁକ୍ତ ହୋଇପାରିବେ ବୋଲି ଆଲୋଚନା କରାଯାଇଛି। ଆସନ୍ତା ୧୦ ରୁ ଗ୍ରୀନବାଡ଼ି ସବ୍‌ସେଣ୍ଟରରୁ ଏହି ଔଷଧୀୟ କୀଟନାଶକ ମଶାରୀ ମାଗଣା ବଣ୍ଟନର ଶୁଭାରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରସ୍ତୁତି ବୈଠକରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ପ୍ରୀତିରଞ୍ଜନ ରଥ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଆଇଆଇଆସି ଅଶୋକ କୁମାର ହାଁସଦା, ଏବିଇଓ ବନମାଳୀ ମାଝୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

The post ମ୍ୟାଲେରିଆ, ଡେଙ୍ଗୁର ନିରାକରଣ ପାଇଁ ବଡ଼ ପଦକ୍ଷେପ appeared first on Dharitri Odia News.