ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ ଭଲ ପ୍ରଦର୍ଶନ କରି ସେ ଜାତୀୟ ଦଳରେ ସାମିଲ ହୋଇଥିଲେ। ହେଲେ ଆଶା ମୁତାବକ ଖେଳି ପାରି ନ ଥିଲେ। ମାତ୍ର ପରେ ତାଙ୍କୁ ଚେନ୍ନାଇ ନିଜ ଟିମ୍‌ରେ ସାମିଲ କରିଥିଲା। ଡେବ୍ୟୁ ସିଜନରେ ସେ ମାତ୍ର ୨ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିଲା। ୨୦୨୩ରେ ବି ତାଙ୍କର ଆଖିଦୃଶିଆ […] The post ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ… appeared first on Dharitri Odia News.

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ ଭଲ ପ୍ରଦର୍ଶନ କରି ସେ ଜାତୀୟ ଦଳରେ ସାମିଲ ହୋଇଥିଲେ। ହେଲେ ଆଶା ମୁତାବକ ଖେଳି ପାରି ନ ଥିଲେ। ମାତ୍ର ପରେ ତାଙ୍କୁ ଚେନ୍ନାଇ ନିଜ ଟିମ୍‌ରେ ସାମିଲ କରିଥିଲା। ଡେବ୍ୟୁ ସିଜନରେ ସେ ମାତ୍ର ୨ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିଲା। ୨୦୨୩ରେ ବି ତାଙ୍କର ଆଖିଦୃଶିଆ ପ୍ରଦର୍ଶନ ନ ଥିବା ସତ୍ତ୍ୱେ ମହେନ୍ଦ୍ର ସିଂହ ଧୋନୀ ଆଶା ଛାଡ଼ି ନ ଥିଲେ। ତାଙ୍କ ଉପରେ ବିଶ୍ୱାସ ରଖି ସେ ସୁଯୋଗ ଦେଉ ଥିଲେ। ଶେଷରେ ଧୋନୀଙ୍କ ପ୍ରଚେଷ୍ଟା ଯୋଗୁ ପଥିରାନା ଏବେ ଚେନ୍ନାଇର ପ୍ରମୁଖ ବୋଲର୍‌ ପାଲଟିଛନ୍ତି। ଏବେ ସେ ନିଜର ସଫଳତାର ଶ୍ରେୟ ଧୋନୀଙ୍କୁ ଦେଇଛନ୍ତି।

ଚେନ୍ନାଇ ୟୁଟ୍ୟୁବ୍‌ ଚ୍ୟାନେଲରେ ଧୋନୀଙ୍କ ସହ ନିଜର ସମ୍ପର୍କକୁ ନେଇ ପଥିରାନା କହିଛନ୍ତି, ନିଜର କ୍ରିକେଟର ଜୀବନରେ ‘ମାହି’ ତାଙ୍କ ବାପାଙ୍କ ଭଳି। ସେ ତାଙ୍କର ବାପା ଭଳି ଯତ୍ନ ନେଇଥାନ୍ତି। ବାପା ଯେଉଁଭଳି ଘରେ ଚିନ୍ତା କରନ୍ତି, ସେହିଭଳି ଧୋନୀ ତାଙ୍କର ଚିନ୍ତା କରିଥାନ୍ତି। ତେବେ ଧୋନୀଙ୍କ ଛୋଟ ଛୋଟ କଥା ତାଙ୍କ କ୍ୟାରିୟରରେ ବଡ଼ ପ୍ରଭାବ ପକାଏ ବୋଲି ସେ କହିଛନ୍ତି।

The post ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ… appeared first on Dharitri Odia News.