ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଭିଜିଗଲା ସମସ୍ତ ଦେଶବାସୀଙ୍କ ଆଖି: ରାଘବ ଚଢା

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାମିନ ପାଇବା ମାତ୍ରେ ଏଏପି ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ଆରମ୍ଭ କରିଛି। ଏଏପିର ରାଜ୍ୟ ସଭା ଏମପି ରାଘବ ଚଢା ମଧ୍ୟ ତାଙ୍କ ନିରବତାକୁ ଭାଙ୍ଗି କିଛି ହୃଦୟସ୍ପର୍ଶୀ କଥା କହିଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ହେତୁ ପ୍ରତ୍ୟେକ ଦେଶବାସୀଙ୍କ ଆଖି ଖୁସିରେ ଓଦା ହୋଇଯାଇଛି। ରାଘବ ଚଢା କହିଛନ୍ତି- ପ୍ରତ୍ୟେକ ଦେଶବାସୀଙ୍କ ଆଖି ଖୁସିର ଲୁହରେ ଭିଜି […] The post ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଭିଜିଗଲା ସମସ୍ତ ଦେଶବାସୀଙ୍କ ଆଖି: ରାଘବ ଚଢା appeared first on Dharitri Odia News.

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଭିଜିଗଲା ସମସ୍ତ ଦେଶବାସୀଙ୍କ ଆଖି: ରାଘବ ଚଢା

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାମିନ ପାଇବା ମାତ୍ରେ ଏଏପି ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ଆରମ୍ଭ କରିଛି। ଏଏପିର ରାଜ୍ୟ ସଭା ଏମପି ରାଘବ ଚଢା ମଧ୍ୟ ତାଙ୍କ ନିରବତାକୁ ଭାଙ୍ଗି କିଛି ହୃଦୟସ୍ପର୍ଶୀ କଥା କହିଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ହେତୁ ପ୍ରତ୍ୟେକ ଦେଶବାସୀଙ୍କ ଆଖି ଖୁସିରେ ଓଦା ହୋଇଯାଇଛି।

ରାଘବ ଚଢା କହିଛନ୍ତି- ପ୍ରତ୍ୟେକ ଦେଶବାସୀଙ୍କ ଆଖି ଖୁସିର ଲୁହରେ ଭିଜି ଯାଇଛି। ତାଙ୍କ ଭାଇ ଅରବିନ୍ଦ କେଜରିୱାଲ ଜେଲରୁ ବାହାରକୁ ଆସିବାକୁ ଯାଉଛନ୍ତି। ଆଜି ସାରେ ଜେଲର ତାଲା ଭାଙ୍ଗିଯିବ, କେଜରିୱାଲଙ୍କୁ ମୁକ୍ତ କରାଯିବ। ଗଣତନ୍ତ୍ରର ସୁରକ୍ଷା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ହୃଦୟରୁ କୃତଜ୍ଞତା।

The post ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଭିଜିଗଲା ସମସ୍ତ ଦେଶବାସୀଙ୍କ ଆଖି: ରାଘବ ଚଢା appeared first on Dharitri Odia News.