‘ମୋଦି ଦେଲେ ଚାଉଳ, ନବୀନ ଦେଲେ ଅଖା’

ଭୁବନେଶ୍ୱର,୧୭।୫: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଘନ ଘନ ପ୍ରଚାର। ଶୁକ୍ରବାର ହିମନ୍ତ କବି ସୂର୍ଯ୍ୟନଗରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ହମନ୍ତ। ସେ କହିଛନ୍ତି, ଓଡ଼ିଶାରେ ମୋଦି ମାଗଣା ଚାଉଳ ଦେଲେ, ନବୀନ ଅଖା ଦେଲେ। ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମାଗଣାରେ ୨ଟି ଅଖା ଦେଇଛନ୍ତି। ଯଦି ମୋଦି ଚାଉଳ ଦେଲେ, ତମେ ଡାଲି ନଚେତ୍‌ ଲୁଣ ଦେଇଥାନ୍ତ। ହେଲେ ୨ ଅଖା ଦେଇ ଓଡ଼ିଶାବାସୀଙ୍କୁ […] The post ‘ମୋଦି ଦେଲେ ଚାଉଳ, ନବୀନ ଦେଲେ ଅଖା’ appeared first on Dharitri Odia News.

‘ମୋଦି ଦେଲେ ଚାଉଳ, ନବୀନ ଦେଲେ ଅଖା’

ଭୁବନେଶ୍ୱର,୧୭।୫: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଘନ ଘନ ପ୍ରଚାର। ଶୁକ୍ରବାର ହିମନ୍ତ କବି ସୂର୍ଯ୍ୟନଗରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ହମନ୍ତ। ସେ କହିଛନ୍ତି, ଓଡ଼ିଶାରେ ମୋଦି ମାଗଣା ଚାଉଳ ଦେଲେ, ନବୀନ ଅଖା ଦେଲେ। ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମାଗଣାରେ ୨ଟି ଅଖା ଦେଇଛନ୍ତି। ଯଦି ମୋଦି ଚାଉଳ ଦେଲେ, ତମେ ଡାଲି ନଚେତ୍‌ ଲୁଣ ଦେଇଥାନ୍ତ। ହେଲେ ୨ ଅଖା ଦେଇ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ରାଜ୍ର ସରକାର।
ଆଉ ସେହି ଝୁଲା ମଧ୍ୟ ଓଡ଼ିଶାରେ ତିଆରି ନୁହେଁ, ତାମିଲନାଡୁରୁ ଆସିଛି।

ହିମନ୍ତ ଆହୁରି କହିଛନ୍ତି, ୩ଶହ ପାର୍‌ରେ ଶ୍ରୀରାମ ମନ୍ଦିର ନିର୍ମାଣ ହେଲା, ସିଏଏ ଲାଗୁ ହେଲା। ୪ ଶହ ପାର୍‌ ହେଲେ ପିଓକେ ଭାରତ ସହ ମିଶିବ। କୃଷ୍ଣ ମନ୍ଦିର, ଜ୍ଞାନବ୍ୟାପୀ ନିର୍ମାଣ ହେବ, ଅନେକ କାର୍ଯ୍ୟ କରାଯିବ। ପିଓକେ ଅଶାନ୍ତ ସତ୍ତ୍ବେ ଶ୍ରୀନଗରରେ ଲୋକ ସୁରକ୍ଷିତ ଓ ଶାନ୍ତିରେ ଅଛନ୍ତି।

The post ‘ମୋଦି ଦେଲେ ଚାଉଳ, ନବୀନ ଦେଲେ ଅଖା’ appeared first on Dharitri Odia News.