ଅଗଷ୍ଟରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ,୧୩।୯(ଅନୁରାଧା ମହାରଣା): ଚଳିତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍ ରହିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଏହି ହାରରେ ବୃଦ୍ଧି ଘଟିଛି। ଜୁଲାଇରେ ଏହି ହାର ୩.୫୪ ପ୍ରତିଶତ ରହିଥିବାବେଳେ ଅଗଷ୍ଟରେ ୩.୬୫ ପ୍ରତିଶତ ରହିଛି। ଗତ ୫ ବର୍ଷ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତିର ଏହା ହେଉଛି ଦ୍ୱିତୀୟ ସର୍ବନିମ୍ନ ଆକଳନ। ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ହେତୁ ଖୁଚୁରା ମୁଦ୍ରାସ୍ଫୀତିରେ ଏହି ହ୍ରାସ ଘଟିଛି। କ୍ରମାଗତ ଦ୍ୱିତୀୟ ମାସ ପାଇଁ ଗ୍ରାହକ ମୂଲ୍ୟ […] The post ଅଗଷ୍ଟରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି appeared first on Dharitri Odia News.
ନୂଆଦିଲ୍ଲୀ,୧୩।୯(ଅନୁରାଧା ମହାରଣା): ଚଳିତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍ ରହିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଏହି ହାରରେ ବୃଦ୍ଧି ଘଟିଛି। ଜୁଲାଇରେ ଏହି ହାର ୩.୫୪ ପ୍ରତିଶତ ରହିଥିବାବେଳେ ଅଗଷ୍ଟରେ ୩.୬୫ ପ୍ରତିଶତ ରହିଛି। ଗତ ୫ ବର୍ଷ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତିର ଏହା ହେଉଛି ଦ୍ୱିତୀୟ ସର୍ବନିମ୍ନ ଆକଳନ। ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ହେତୁ ଖୁଚୁରା ମୁଦ୍ରାସ୍ଫୀତିରେ ଏହି ହ୍ରାସ ଘଟିଛି। କ୍ରମାଗତ ଦ୍ୱିତୀୟ ମାସ ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କ ଏହାର ସହନଶୀଳତା ବ୍ୟାଣ୍ଡ ୪ ପ୍ରତିଶତ ତଳେ ରହିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ( ଆର୍ବିଆଇ) ପାଇଁ ଏହା ଆଶ୍ୱସ୍ତିକର ସାବ୍ୟସ୍ତ ହୋଇଛି।
ସୂଚନା ଥାଉକି, ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୫.୬୬ ପ୍ରତିଶତ ରହିଛି ଯାହାକି ଜୁଲାଇରେ ୫.୪୨ ପ୍ରତିଶତ ଥିଲା। ଜୁଲାଇ ତୁଳନାରେ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି। ୨୦୨୩ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୯୩ ପ୍ରତିଶତ ଥିଲା । ଖୁଚୁରା ମୁଦ୍ରାସ୍ଫୀତିର ତଥ୍ୟ ପ୍ରକାଶକରି ପରିସଂଖ୍ୟାନ ମନ୍ତ୍ରଣାଳୟ କହିଛି , ୨୦୨୪ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୨୦୨୩ ଜୁନ୍ ପରଠାରୁ ସର୍ବନିମ୍ନ ।
ପରିସଂଖ୍ୟାନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ, ଜୁଲାଇ ତୁଳନାରେ ଅଗଷ୍ଟ ୨୦୨୪ ରେ ପନିପରିବା ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ପନିପରିବାର ମୁଦ୍ରାସ୍ଫୀତି ଅଗଷ୍ଟରେ ୧୦.୭୧ ପ୍ରତିଶତ ଥିଲା, ଯାହା ଜୁଲାଇରେ ୬.୮୩ ପ୍ରତିଶତ ଥିଲା। ଡାଲିର ମୁଦ୍ରାସ୍ଫୀତି ହାର ଅଗଷ୍ଟରେ ୧୩.୬୦ ପ୍ରତିଶତ ଥିଲା ଯାହା ଜୁଲାଇରେ ୧୪.୭୭ ପ୍ରତିଶତ ଥିଲା। ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ଅଗଷ୍ଟରେ ୭.୩୧ ପ୍ରତିଶତ ଥିଲା, ଯାହା ଜୁଲାଇରେ ୮.୧୪ ପ୍ରତିଶତ ଥିଲା। ଚିନିର ମୁଦ୍ରାସ୍ଫୀତି ହାର ୪.୭୦ ପ୍ରତିଶତ ହୋଇଛି ଯାହା ଜୁଲାଇରେ ୫.୨୨ ପ୍ରତିଶତ ଥିଲା। ଅଣ୍ଡାର ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଛି ଏବଂ ଏହା ୭.୧୪ ପ୍ରତିଶତ ହୋଇଛି ଯାହା ଜୁଲାଇରେ ୬.୭୬ ପ୍ରତିଶତ ଥିଲା। କ୍ଷୀର ଏବଂ ଏହାର ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୨.୯୮ ପ୍ରତିଶତ ହୋଇଥିବାବେଳେ ମାଂସ ଏବଂ ମାଛର ମୁଦ୍ରାସ୍ଫୀତି ହାର ୪.୩୦ ପ୍ରତିଶତ ରହିଛି। ସେହିପରି ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୬୫ ପ୍ରତିଶତ ହୋଇଛି ଏବଂ ଏହା କ୍ରମାଗତ ଦ୍ୱିତୀୟ ମାସ ଯେତେବେଳେ ମୁଦ୍ରାସ୍ଫୀତି ହାର ଆରବିଆଇର ୪ ପ୍ରତିଶତ ସହନଶୀଳତା ବ୍ୟାଣ୍ଡ ତଳେ ରହିଛି।
The post ଅଗଷ୍ଟରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି appeared first on Dharitri Odia News.