ଖୁସିଖବର: ବଜେଟରେ ଜାଣନ୍ତୁ କେଉଁ ଜିନିଷ ହେଲା ଶସ୍ତା, ମହଙ୍ଗା, ସୁନାକୁ ନେଇ…
ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଏଥର ଯୁବ, ଶିକ୍ଷା, କୃଷି ଏବଂ ରୋଜଗାରର ଦକ୍ଷତା ବିକାଶ ଭଳି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯାଇଛି। ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରି କହିଛନ୍ତି, ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ। ପ୍ଲାଟିନମ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି […] The post ଖୁସିଖବର: ବଜେଟରେ ଜାଣନ୍ତୁ କେଉଁ ଜିନିଷ ହେଲା ଶସ୍ତା, ମହଙ୍ଗା, ସୁନାକୁ ନେଇ… appeared first on Dharitri Odia News.
ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଏଥର ଯୁବ, ଶିକ୍ଷା, କୃଷି ଏବଂ ରୋଜଗାରର ଦକ୍ଷତା ବିକାଶ ଭଳି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯାଇଛି। ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରି କହିଛନ୍ତି, ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ। ପ୍ଲାଟିନମ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ । ସେହିପରି ମୋବାଇଲ ଫୋନ ଏବଂ ଚାର୍ଜର, ବ୍ୟାଟେରୀ ଶସ୍ତା କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।
ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ।
୩ ପ୍ରକାର କ୍ୟାନ୍ସର୍ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ। ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ। ଏକ୍ସରେ ଟ୍ୟୁବ ଉପରୁ ମଧ୍ୟ ଶୁଳ୍କ ହ୍ରାସ ନେଇ ବଜେଟରେ ଘୋଷଣା କରାଯାଇଛି। ପଲିଥିନ ଉପରେ କଷ୍ଟମ ଡ୍ୟୁଟି ମଧ୍ୟ ହ୍ରାସ କରାଯାଇଛି ।
ଅନ୍ୟପଟେ ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ। ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ମଧ୍ୟ ଶୁଳ୍କ ବଢ଼ିବ। ଆମୋନିୟମ ନାଇଟ୍ରେଟ ଉପରେ କଷ୍ଟମ ଡ୍ୟୁଟି ୧୦ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ନିର୍ଦ୍ଦିଷ୍ଟ ଟେଲିକମ ଯନ୍ତ୍ରପାତି ଉପରେ ମୌଳିକ କଷ୍ଟମ ଡ୍ୟୁଟି ମଧ୍ୟ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।
ଶସ୍ତା ହେଲା: ମୋବାଇଲ, ସୋଲାର ପ୍ୟାନେଲ, ଚମଡ଼ା ନିର୍ମିତ ବସ୍ତୁ, ଗହଣା(ସୁନା,ରୁପା, ହୀରା,ପ୍ଲାଟିନମ୍), ଷ୍ଟିଲ ଏବଂ ଲୁହା, ଇଲୋକଟ୍ରୋନିକ୍ସ, ସମୁଦ୍ର ଖାଦ୍ୟ, କର୍କଟ ଔଷଧ
ମହଙ୍ଗା ହେଲା: ନିର୍ଦ୍ଦିଷ୍ଟ ଟେଲି ଯୋଗାଯୋଗ ଉପକରଣ, ପିଭିସି ପ୍ଲାଷ୍ଟିକ୍
The post ଖୁସିଖବର: ବଜେଟରେ ଜାଣନ୍ତୁ କେଉଁ ଜିନିଷ ହେଲା ଶସ୍ତା, ମହଙ୍ଗା, ସୁନାକୁ ନେଇ… appeared first on Dharitri Odia News.