ବିପଦସଙ୍କୁଳ ଶ୍ରେଣୀ ଗୃହରେ ପିଲାଙ୍କ ପାଠପଢ଼ା

ନବରଙ୍ଗପୁର,୨୦।୧୦(ସଦାଶିବ ପ୍ରହରାଜ): ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ହୋଇଥିବା ଦେଖାଇ ଉଦ୍‌ଘାଟନ କରାଯାଇଛି। ହେଲେ ଉଦ୍‌ଘାଟନର ବର୍ଷେ ବିତିନି ରଙ୍ଗ ଛାଡି ସୌନ୍ଦର୍ଯ୍ୟ ହଜିଗଲାଣି। ତଥାପି ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଅନିୟମିତତା ସହିତ ଅଧୁରା ଦଦରା ଶ୍ରେଣୀ ଗୃହରେ ପିଲାଙ୍କ ପାଠପଢ଼ା ଓ ଭବିଷ୍ୟତ ଗଢ଼ାଚାଲିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତ ସଦର ମହାକୁମ୍ମାଠାରେ । ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ କଣ୍ଟାଗାଁ ସରକାରୀ […] The post ବିପଦସଙ୍କୁଳ ଶ୍ରେଣୀ ଗୃହରେ ପିଲାଙ୍କ ପାଠପଢ଼ା appeared first on Dharitri Odia News.

ବିପଦସଙ୍କୁଳ ଶ୍ରେଣୀ ଗୃହରେ ପିଲାଙ୍କ ପାଠପଢ଼ା

ନବରଙ୍ଗପୁର,୨୦।୧୦(ସଦାଶିବ ପ୍ରହରାଜ): ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ହୋଇଥିବା ଦେଖାଇ ଉଦ୍‌ଘାଟନ କରାଯାଇଛି। ହେଲେ ଉଦ୍‌ଘାଟନର ବର୍ଷେ ବିତିନି ରଙ୍ଗ ଛାଡି ସୌନ୍ଦର୍ଯ୍ୟ ହଜିଗଲାଣି। ତଥାପି ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଅନିୟମିତତା ସହିତ ଅଧୁରା ଦଦରା ଶ୍ରେଣୀ ଗୃହରେ ପିଲାଙ୍କ ପାଠପଢ଼ା ଓ ଭବିଷ୍ୟତ ଗଢ଼ାଚାଲିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତ ସଦର ମହାକୁମ୍ମାଠାରେ ।

ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ କଣ୍ଟାଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ୫-ଟି ଅଧୀନରେ ରୂପାନ୍ତରିତ କରାଯାଇ ରଙ୍ଗ ଦିଆଯିବା ସହିତ ବିଭିନ୍ନ ମରାମତି କାର୍ଯ୍ୟ ଏବଂ ଶ୍ରେଣୀ ଗୃହ ନିର୍ମାଣ କରାଗଲା। ପୁରୁଣା ଟିଣ ଛପର ଶ୍ରେଣୀଗୃହର ମରାମତି ପାଇଁ କାନ୍ଥରୁ ପ୍ଲାଷ୍ଟର ଛଡାଇ ଦିଆଗଲା । ଟିଣଗୁଡିକ ଅତି ପୁରୁଣା ହୋଇଥିବାରୁ ଶ୍ରେଣୀ ଗୃହରେ ପାଣି ଗଲୁଛି । ଏ ନେଇ ନୂଆ ଟିଣ ପକାଇବାକୁ ବ୍ୟବସ୍ଥା ଥିଲା। ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିଦ୍ୟାଳୟଗୁଡିକ ରୂପାନ୍ତରିତ କରାଗଲା । କିନ୍ତୁ ଆବଶ୍ୟକ ଥିବା ଶ୍ରେଣୀଗୃହ ମରାମତି ହୋଇପାରିଲା ନାହିଁ । ଫଳରେ ବିପଦସଙ୍କୁଳ ଶ୍ରେଣୀ ଗୃହରେ କୋମଳମତି ଶିଶୁଙ୍କ ପାଠପଢା ଚାଲିଛି ।

କୌଣସି ଅଘଟଣ ଘଟିଲେ ତା’ ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠୁଛି । ଅନ୍ୟପଟେ ଭାଜପା ସରକାର ଆସିବା ପରେ ଆଉ ୫-ଟି କାମ କରୁନାହିଁ । ଏହି ନାମ ମଧ୍ୟ ଉଭେଇ ଗଲାଣି । ଏବେ ଅଧୁରା କାର୍ଯ୍ୟ କିଭଳି ସମ୍ପୂର୍ଣ୍ଣ ହେବ ସେ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ଚିନ୍ତାରେ ରହିଛନ୍ତି । ଏ ନେଇ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ପଚରିବାରୁ ଯେଉଁ ଠିକାଦାର ପୂର୍ବରୁ କାମ କରୁଥିଲେ ସେ ତାଙ୍କ ସହିତ ଯୋଗାଯୋଗ କରି ଉକ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଭଳି ଶେଷ ହେବ ସେଥି ପ୍ରତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

The post ବିପଦସଙ୍କୁଳ ଶ୍ରେଣୀ ଗୃହରେ ପିଲାଙ୍କ ପାଠପଢ଼ା appeared first on Dharitri Odia News.