ରାଜ୍ୟରେ ବଢିବ ତାତି: ୪ ଦିନରେ ୪୦ଡିଗ୍ରୀ ଛୁଇଁବ ତାପମାତ୍ରା
ଭୁବନେଶ୍ୱର,୧୦।୩(ଅନୁରାଧା ମହାରଣା)- ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଆଭ୍ୟନ୍ତରୀଣ ଜିଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ଅନ୍ୟ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ରବିବାର ବୌଦ୍ଧରେ ସର୍ବାଧିକ ୩୭.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଏହା ପଛକୁ ମାଲକାନଗିରିରେ ୩୭.୧ ଡିଗ୍ରୀ ସେଲସିୟସ୍ ଓ ଟିଟିଲାଗଡ଼ରେ ୩୭ ଡିଗ୍ରୀ ତାପମାତ୍ରା ରହିଥିଲା। ୩ଟି ସ୍ଥାନରେ ତାପମାତ୍ରା ୩୬ଡିଗ୍ରୀରୁ ୩୭ ଡିଗ୍ରୀ ମଧ୍ୟରେ, ୫ଟି ସ୍ଥାନରେ […] The post ରାଜ୍ୟରେ ବଢିବ ତାତି: ୪ ଦିନରେ ୪୦ଡିଗ୍ରୀ ଛୁଇଁବ ତାପମାତ୍ରା appeared first on Dharitri Odia News.
ଭୁବନେଶ୍ୱର,୧୦।୩(ଅନୁରାଧା ମହାରଣା)- ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଆଭ୍ୟନ୍ତରୀଣ ଜିଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ଅନ୍ୟ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ରବିବାର ବୌଦ୍ଧରେ ସର୍ବାଧିକ ୩୭.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଏହା ପଛକୁ ମାଲକାନଗିରିରେ ୩୭.୧ ଡିଗ୍ରୀ ସେଲସିୟସ୍ ଓ ଟିଟିଲାଗଡ଼ରେ ୩୭ ଡିଗ୍ରୀ ତାପମାତ୍ରା ରହିଥିଲା। ୩ଟି ସ୍ଥାନରେ ତାପମାତ୍ରା ୩୬ଡିଗ୍ରୀରୁ ୩୭ ଡିଗ୍ରୀ ମଧ୍ୟରେ, ୫ଟି ସ୍ଥାନରେ ୩୫ରୁ ୩୬ ଡିଗ୍ରୀ ମଧ୍ୟରେ, ୧୦ଟି ସ୍ଥାନରେ ୩୪ରୁ ୩୫ ଡିଗ୍ରୀ ମଧ୍ୟରେ, ୧୦ ସ୍ଥାନରେ ୩୩ରୁ ୩୪ ଡିଗ୍ରୀ ମଧ୍ୟରେ ଏବଂ ୭ଟି ସ୍ଥାନରେ ତାପମାତ୍ରା ୩୨ରୁ ୩୩ ଡିଗ୍ରର ସେଲସିୟସ୍ ରହିଥିଲା। ଦାରିଙ୍ଗିବାଡ଼ିରେ ସର୍ବନିମନ ୩୧ ଡିଗ୍ରୀ ତାପମାତ୍ରା ରହିଥିଲା। ତେବେ ୧୧ରୁ ୧୪ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଆଗାମୀ ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ଧୀରେ ଧୀରେ ୪ରୁ ୬ ଡ଼ିଗ୍ରୀ ଯାଏଁ ବୃଦ୍ଧି ଘଟିବାରେ ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି। ଫଳରେ ରାଜ୍ୟର କେତକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଟପିବାର ଆଶଙ୍କା ରହିଛି। ଅନ୍ୟପଟେ ସୋମବାର ମାଲକାନଗିରି, କୋରାପୁଟ୍, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଆଦି ଜିଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ।
The post ରାଜ୍ୟରେ ବଢିବ ତାତି: ୪ ଦିନରେ ୪୦ଡିଗ୍ରୀ ଛୁଇଁବ ତାପମାତ୍ରା appeared first on Dharitri Odia News.