ପଞ୍ଚାୟତର ୪୩ଲକ୍ଷ ଟଙ୍କା ହଡପ ଘଟଣା: ବନ୍ଧା ହୋଇ ଜେଲ ଗଲେ ପିଇଓ

ବ୍ରହ୍ମପୁର,୨୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ବିଭିନ୍ନଭତ୍ତା ଓ ସରକାରୀ ଯୋଜନାରେ ଆସିଥିବା ୪୩ଲକ୍ଷ ୧ହଜାର ୬୪୦ ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) କ୍ଷେତ୍ରମୋହନ ନାୟକଙ୍କୁ ଭିଜିଲାନ୍ସ ବାନ୍ଧିଛି। ମାମଲା ନଂ ୩/୨୫ ରେ ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା […] The post ପଞ୍ଚାୟତର ୪୩ଲକ୍ଷ ଟଙ୍କା ହଡପ ଘଟଣା: ବନ୍ଧା ହୋଇ ଜେଲ ଗଲେ ପିଇଓ appeared first on Dharitri Odia News.

ପଞ୍ଚାୟତର ୪୩ଲକ୍ଷ ଟଙ୍କା ହଡପ ଘଟଣା: ବନ୍ଧା ହୋଇ ଜେଲ ଗଲେ ପିଇଓ

ବ୍ରହ୍ମପୁର,୨୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ବିଭିନ୍ନଭତ୍ତା ଓ ସରକାରୀ ଯୋଜନାରେ ଆସିଥିବା ୪୩ଲକ୍ଷ ୧ହଜାର ୬୪୦ ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) କ୍ଷେତ୍ରମୋହନ ନାୟକଙ୍କୁ ଭିଜିଲାନ୍ସ ବାନ୍ଧିଛି। ମାମଲା ନଂ ୩/୨୫ ରେ ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଉକ୍ତ ପଞ୍ଚାୟତ ସରପଞ୍ଚଙ୍କ ଅଜାଣତରେ ତାଙ୍କ ନକଲି ଦସ୍ତଖତ କରି କ୍ଷେତ୍ରମୋହନ ଉକ୍ତ ଟଙ୍କା ହଡପ କରିଥିବା ତଦନ୍ତ ବେଳେ ଜଣାପଡିଛି ବୋଲି ଏସ୍‌ପି କହିଛନ୍ତି। ଅଭିଯୋଗତ ତଦନ୍ତ ପରେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଟଙ୍କା ହେରଫେର୍‌ ଅଭିଯୋଗ ଉପରେ ଭିଜିଲାନ୍ସ ଯାଞ୍ଚ କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ପଚାରିଥିଲେ। ସେହିପରି ପିଇଓଙ୍କୁ ମଧ୍ୟ ଜେରା କରିବା ସହିତ ତାଙ୍କୁ ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା।

The post ପଞ୍ଚାୟତର ୪୩ଲକ୍ଷ ଟଙ୍କା ହଡପ ଘଟଣା: ବନ୍ଧା ହୋଇ ଜେଲ ଗଲେ ପିଇଓ appeared first on Dharitri Odia News.