ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ ପୂର୍ବରୁ ଗ୍ରାମରୁ ୮ କିମି ଦୂରରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ମତଦାନ କେନ୍ଦ୍ରକୁ ଭୋଟ୍‌ ଦେବା ପାଇଁ ଯାଉଥିଲେ। ଏନେଇ ସିର୍ଲିଗୁଡା ଗ୍ରାମବାସୀ ଦୀର୍ଘବର୍ଷରୁ ନିଜ ଗାଁରେ ମତଦାନ କେନ୍ଦ୍ର ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି, ହେଲେ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରି ଚଳିତ […] The post ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ appeared first on Dharitri Odia News.

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ ପୂର୍ବରୁ ଗ୍ରାମରୁ ୮ କିମି ଦୂରରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ମତଦାନ କେନ୍ଦ୍ରକୁ ଭୋଟ୍‌ ଦେବା ପାଇଁ ଯାଉଥିଲେ। ଏନେଇ ସିର୍ଲିଗୁଡା ଗ୍ରାମବାସୀ ଦୀର୍ଘବର୍ଷରୁ ନିଜ ଗାଁରେ ମତଦାନ କେନ୍ଦ୍ର ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି, ହେଲେ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରି ଚଳିତ ନିର୍ବାଚନରେ ପ୍ରଶାସନ ସିର୍ଲିଗୁଡ଼ାର ହାମ୍‌ଲେଟ ଗାଁ ଅଁଳାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରିଛନ୍ତି ଓ ଯାହାକୁ ବିରୋଧ କରି ପ୍ରଶାସନକୁ ଭୋଟ୍‌ ବର୍ଜନ ପାଇଁ ଲିଖିତ ଅଭିଯୋଗ ସହ ଗ୍ରାମରେ ବୈଠକ କରି ଚରମ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ। ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଶନିବାର ଜିଲା ପ୍ରଶାସନ ପକ୍ଷରୁ ଧର୍ମଗଡ଼ ଉପଜିଲାପାଳ ଧିମାନ ଚକମା, କୋକସରା ବିଡିଓ ସ୍ନେହାପ୍ରଭା ମାଝି, ତହସିଲଦାର ନବୀନ କିଶୋର ପାଢ଼ୀ, ଥାନା ଅଧିକାରିଣୀ ରନିତା ପ୍ରଧାନ ସିର୍ଲିିଗୁଡ଼ା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ପ୍ରାଥମିକ ବିଦ୍ୟାଳୟରେ ଏକ ବୈଠକ ଡାକି ଆଲୋଚନା କରିଥିଲେ ଓ ପ୍ରଶାସନ ପକ୍ଷରୁ ସେମାନଙ୍କ ଦାବି ବର୍ତ୍ତମାନ ସ୍ଥିତିରେ ପୂରଣ କରିବା ସମ୍ଭବ ନୁହେଁ, ଆଗାମୀ ସମୟରେ ସିର୍ଲିଗୁଡ଼ାଠାରେ ମତଦାନ କେନ୍ଦ୍ର କରିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯିବ ବୋଳି ପ୍ରଶାସନିକ ଅଧିକାରୀମାନେ କହିଥିଲେ। ନାଗରିକ ହିସାବରେ ନିକଟସ୍ଥ ଅଁଳାଗୁଡା ମତଦାନ କେନ୍ଦ୍ରରେ ଭୋଟ୍‌ ଦେବାକୁ ବୁଝାଇବା ପରେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଡ଼ି ରହି ‘ନୋ ବୁଥ୍‌ ନୋ ଭୋଟ୍‌’ ବୋଲି ପ୍ରଶାସନକୁ ନିଜର ନିଷ୍ପତ୍ତି ଶୁଣାଇବା ସହ ଭୋଟ୍‌ ବର୍ଜନ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଆଲୋଚନା ସମୟରେ ସିର୍ଲିଗୁଡ଼ା ଗ୍ରାମର ଚନ୍ଦ୍ର ଶେଖର ସୁନାନୀ, ଧନେଶ୍ୱର ମହାନନ୍ଦ, ପୁରୁଷୋତ୍ତମ ସୁନାନୀ, ବସନ୍ତ ନାଗ, ଭୂଷଣ ମହାନନ୍ଦଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ।

The post ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ appeared first on Dharitri Odia News.